ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଡିଏ ଇଂଜେକସନ ଦେଇ ନବରଙ୍ଗପୁର ଜିଲ୍ଲାରେ ଭୃଣ ହତ୍ୟା

କୋଡିଏ ଇଂଜେକସନ ଦେଇ ନବରଙ୍ଗପୁର ଜିଲ୍ଲାରେ ଭୃଣ ହତ୍ୟା

ନବରଙ୍ଗପୁର ( ୧୪/୩) ରାଇଘର ବ୍ଲକ ଅନ୍ତର୍ଗତ କଲିଆ ପଦର ପଞ୍ଚାୟତ ଅନ୍ତର୍ଗତ କୁରାବେଡା ଗ୍ରାମର ୨୫ ବର୍ଷ ର ମହିଳା ରାଇଘର ଥାନା ଅଧିକାରୀଙ୍କୁ ଓଡିଶା ମାନବାଧିକାର ସହାୟତା ସଙ୍ଘ ଜରୀୟ ରେ ଏକ ଅଭିଯୋଗ ପତ୍ର ଦେଇ ଅଛନ୍ତି । ( ଏହି ଅଭିଯୋଗ ପତ୍ରରେ ) ଗତବର୍ଷ ଚୈତ୍ର ମାସରେ କଳସି ଯାତ୍ରା ନିମନ୍ତେ ଧଡ୍ରା ସିମଡା ଗ୍ରାମ ନିବାସୀ ସାଗଲାଲ ଗଣ୍ଡ ଙ୍କର କନିଷ୍ଠ ପୁତ୍ର ମେହେତାବ୍ ଗଣ୍ଡ ଙ୍କର ସହ ଦେଶିଆ ଗାଁ ଗହଳିରେ ପୁଅ ଝିଅ ମିସିଲା ଭଳି ମିଶି ଦୁଇ ଜଣଙ୍କ ଭିତରେ ପ୍ରେମ ଗଢି ଉଠିଥିଲା , ଏହି ଯାତ୍ରା ଦେଖିବାକୁ ଯାଇ ପ୍ରେମକ ମେହେତାଵ ଓ ଝିଅ ଫୁଲିଆ (ଛଦ୍ମ ନାମ) ଦୁଇଜଣ ସୁଦୂର ପଟନମ୍ ସହରକୁ ଦାଦନ ଖଟିବାକୁ ନେଇ ଯାଇଥିଲା । ପ୍ରେମ ସମ୍ପର୍କ ଭିତରେ ପ୍ରେମିକା ଫୁଲିଆ ( ଛଦ୍ମ ନାମ ) ୬ମାସ ର ଗର୍ଭବତୀ ହୋଇ ସାରିଥିଲା ଏଥିପାଇଁ ସହରରେ ଆଉ ରହିବା ଠିକ ନୁହେଁ ଭାବି ଦୁଇଜଣ ମେହେତାଵ ଙ୍କର ଘରକୁ ଫେରି ଆସିଲେ । ଏତିକି ଭିତରେ ଫୁଲିଆ ସାତ ମାସର ଗର୍ଭବତୀ ହୋଇ ସାରିଥିଲେ , ଶାଶୁ ଶଶୁର , ନଣନ୍ଦ ଓ ଦେଢ଼ ସୁର ଙ୍କର ସହ ସମ୍ପର୍କ ବହୁତ ସୁନ୍ଦର ଥିଲା , ଘରେ କାମ କରିବା ଶଶୁର ସଗାଲାଲ ଙ୍କର ଘର ଜମି ବାଡି ଅଛି ସେହି ଗର୍ଭବତୀ ସମୟରେ ମଧ୍ୟ ସେ ଜମି କାମ କରିବା ଓ ରୋଷେଇ କରି ଦେବା ପ୍ରତିଟି କାମ କରି ପାରୁଥିଲେ ଫୁଲିଆ (ଛଦ୍ମ ନାମ) ଏତିକି ବେଳେ ମେହେତାଵ କୌଣସି କାମରେ ବାହାରକୁ ଯାଇଥିଲେ , ସୁଯୋଗ ଦେଖି ଫୁଲିଆର ଶଶୁର , ଶାଶୁ ଓ ଦେଢଶୁର ତିନିଜଣ ମିଶି , ପାଖ ଗ୍ରାମରେ ଥିବା ଅନଭିଜ୍ଞ କାମଚଳା ବେ ସରକାରୀ ପ୍ରମାଣ ପତ୍ର ହୀନ ଡାକ୍ତର ମିହୀର ରାୟ ଙ୍କର ଘରକୁ ନେଇ ଯାଇ ଥିଲେ , ଦିନ ତମାମ ଫୁଲିଆର ଦେହରେ ପ୍ରାୟ ଦଶ ଗୋଟି ଇଂଜେକସନ ଲଗାଇ ଚାଲିଲେ ଅନଭିଜ୍ଞ ଡାକ୍ତର ନିକଟରେ ଫୁଲିଆ କାନ୍ଦି କାନ୍ଦି ନେହୁରା ହେଉଥାଏ , ବିରୋଧ କରୁଥାଏ , କିନ୍ତୁ ରାୟ ତାକୁ ଜୀବନରେ ମାରିଦେବାକୁ ଧମକ ଦେଉଥାନ୍ତି , ଇତି ମଧ୍ୟରେ ଆଠ ଘଣ୍ଟା ଗୋଲା ପରେ ବେହସ୍ ହେବାରୁ , ସୁଯୋଗ ଦେଖି ଡାକ୍ତର ତା ପେଟରୁ ପିଲାଟି ବାହାର କରି ଥିବା ଉଲେଖ ହୋଇଛି ଓ ଫୁଲିଆର ଶଶୁର ଶାଶୁ ଙ୍କୁ ତାକୁ ଫିଙ୍ଗି ଦେବାକୁ କହିଥିବା ଦର୍ଶାଯାଇଛି । ଫୁଲିଆ ଅଚେତ ଅବସ୍ଥାରେ ଦୁଇ ଦିନ ବଙ୍ଗାଳି ଡକ୍ଟରଙ୍କର ଘରେ ଥିବା ଏକ ବଖରା ଭିତରେ ପଡି ରହିଥିବା ପରେ ଚେତା ଫେରି ଥିବାରୁ ଦୁଃଖର କଥା ଯେତେବେଳେ ମା ହୋଇ ଯାଇଥିବା ଫୁଲିଆ ତାଙ୍କ ସନ୍ତାନ ବିଷୟରେ ପଚାରି ବାରୁ ତାଙ୍କ ଶାଶୁ ତାଙ୍କୁ ବାଡେଇ ବାଡେଇ କୁହନ୍ତି ତୋର ପେଟରୁ ମଲା ପୁଅଟିଏ ଜନ୍ମ ହେଲା , ଚାଲ ଘରକୁ ଚାଲ ,କହି ତାଙ୍କୁ ନିଜ ଗ୍ରାମକୁ ନେଇଥିଲେ ବୋଲି ଜଣାପଡ଼ିଛି , ଫୁଲିଆର ମସ୍ତିଷ୍କ ମାତୃ ପୀଡା ସହ୍ୟ କରି ପାରନ୍ତି ନାହିଁ ନିଜ ପୁଅ କୁ ଖୋଜିବା ରେ ତାଙ୍କୁ ପାଗଳୀ ଆଖ୍ୟା ଦିଆଯାଇଥିବା ଓ ଘରୁ ତଡା ଖାଏ ଫୁଲିଆ , ଏମିତି ଖବର ପାଇ ଫୁଲିଆର ବାପା ମା ଆସି ତାଙ୍କୁ ନିଜ ଘରକୁ ନେଇ ଯାଇଥିବା ଜଣାପଡ଼ିଛି , ଲୋକଙ୍କୁ ଏହି ବିଷୟରେ ଜଣାଇ ବା ପରେ କେହି ଶୁଣିବାକୁ ନାରାଜ , ହେଲେ କୁରାବେଢ଼ା ଗ୍ରାମରେ ଜଣେ ଲୋକ ତାଙ୍କ ପିତା ଓ ଗ୍ରାମର ମୁଖିଆଙ୍କର ସହ ମିଶି , ମାନବାଧିକାର ସହାୟତା ସଙ୍ଘ ଓଡିଶା ଅଧ୍ୟକ୍ଷ ତଥା କନ୍ୟା ସୁରକ୍ଷା ସଂଘଠନ ର ପ୍ରତିଷ୍ଠାତା ସାମ୍ବାଦିକ ପ୍ରଭଞ୍ଜନ ତ୍ରିପାଠୀ ଓ ସାମ୍ବାଦିକ ତଥା ମାନବାଧିକାର ସହାୟତା ସଙ୍ଘ ସମ୍ପାଦକ ଲାଲୁ କର୍କରା ଙ୍କୁ ଏହା ବିଷୟରେ ଗୁହାରି କରିବା ପରେ ଶ୍ରୀ ତ୍ରିପାଠୀ ଓ ଶ୍ରୀ କର୍କରା ମାନବାଧିକାର ସହାୟତା ସଙ୍ଘ ଉମରକୋଟ ଶାଖା ର ଅଧ୍ୟକ୍ଷ ତଥା ଆଇନଜୀବି ହରିହର ଶତପଥୀ ଙ୍କର ସହ ମିଶି ରାଇଘର ବ୍ଲକ ପୋଲିସ ଅଧିକାରୀ ରଘୁନାଥ ମାଝୀ ଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ l 

 ଶ୍ରୀ ମାଝୀ ଏହାର ତଦନ୍ତ ଆରମ୍ଭ କରି ପିଡିତାର ବୟାନ ନେଲା ପରେ , ତା୧୦ / ୩ / ୨୪ରିଖରେ କେଶ ଫାଇଲ କରାଯାଇ ଅଭିଯୋଗ ଏଣ୍ଟ୍ରି କରାଗଲା , ସେକ୍ସନ ୪୯୮ / ୫୦୬ / ୪୧୯ / ୪୨୦ / ୩୧୩ / ୩୪ / ipc RW sec ୧୫( ୩ ) of Indian medical counsil let . ଧାରାରେ ବର୍ତ୍ତମାନ ଭ୍ରୁଣ ହତ୍ୟାକାରୀ ଦଳଙ୍କୁ ଗିରଫ କରି ଶଶୁର ସଗାଲାଲ ଓ ମିହିର ରାୟ କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ନବରଙ୍ଗପୁର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୁଟ ଉଦ୍ୟମ କରୁଥିବା ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ପଡ଼ା ବାସୀ

ଘର ଭିତରେ ଧାରୁଆ ବ୍ଲେଡ ରେ କାଟି ହୋଇ ଆତ୍ମ ହତ୍ୟା

masiha

ଶାଳ କାଠ ସହ ଗାଡ଼ି ଜବତ,ଜଣେ କୋର୍ଟ ଚାଲାଣ

masiha

Leave a Comment

error: Content is protected !!