ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗ୍ରାମଲୋକ

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗ୍ରାମଲୋକ

ମୟୂରଭଞ୍ଜ- ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଏକ ଗାଁରେ କଙ୍ଗାରୁ କୋର୍ଟ ମାଧ୍ୟମରେ ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧି ନିର୍ଯ୍ୟାତନା ଦିଆଯାଇଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବାରୁ ଘଟଣାଟି ସାର୍ବଜନୀନ ଆଲୋଚନାରେ ଆସିଛି।

ଖବର ଅନୁସାରେ, ଗଛରେ ବାନ୍ଧାଯାଇଥିବା ମହିଳାଜଣକ ବିବାହିତ ଥିବା ବେଳେ ତାଙ୍କ ସହ ଜଣେ ପୁରୁଷ ବନ୍ଧୁ ଦୁଇଦିନ ଧରି ପଳାଇଥିଲେ। ଗ୍ରାମବାସୀମାନେ ଉଭୟଙ୍କୁ ଅନ୍ୟ ଗାଁରୁ ଧରି ଆଣି ଗ୍ରାମରେ ବିଚାର କରିବା ନାମରେ ଏହିପରି ଅମାନବୀୟ ବ୍ୟବହାର କରିଥିବା କୁହାଯାଉଛି।

ଘଟଣା ବିଷୟରେ ଖବର ପାଇ ବାଙ୍ଗିରିପୋଷି ପୁଲିସ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ପୁଲିସ ପକ୍ଷରୁ ଉଭୟଙ୍କ ପରିବାରକୁ ଥାନାକୁ ଡକାଯାଇ ପଚରାଉଚା କରାଯାଉଛି।

ଏହି ଘଟଣା ସମ୍ପର୍କରେ ଥାନାରେ ଉଭୟ ମହିଳା ଓ ପୁରୁଷଙ୍କ ପକ୍ଷରୁ କୌଣସି ଅଭିଯୋଗ ଦାଖଲ ହୋଇନଥିବା ବୋଲି ବାଙ୍ଗିରିପୋଷି ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ ଘଟଣା ବୋଲି କହି ସମ୍ପୃକ୍ତ ଲୋକମାନଙ୍କ ବିରୋଧରେ ଆଇନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସଚେତନ କରିଛନ୍ତି।

Related posts

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

masiha

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

Leave a Comment

error: Content is protected !!