ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘରେ କେହି ନଥିବାର ସୁଯୋଗ ନେଇ ଚୋର କଲେ ଚୋରି

ଘରେ କେହି ନଥିବାର ସୁଯୋଗ ନେଇ ଚୋର କଲେ ଚୋରି

ବାଲେଶ୍ଵର,୦୭/୦୨/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଜଳଙ୍ଗ ଗଣ୍ଡିବେଡ ଗ୍ରାମରେ ତା ୦୬/୦୨/୨୪ ରାଖ ରାତିରେ ଚୋର ମାନେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଚୋରି କରିନେଇଛନ୍ତି । ଏବିଷୟରେ ଥାନା ଅଭିଯୋଗ ହୋଇଛି ।ଅଭିଯୋଗକାରୀଙ୍କ ଅଭିଯୋଗରୁ ଜଣାପଡିଛି ଯେ ଅଭିଯୋଗକାରୀ ଧନେଶ୍ୱର ବେହେରାଙ୍କ ସାନ ଭାଇ ପୂର୍ଣ୍ଣ ଚନ୍ଦ୍ର ବେହେରା ସୁଦୂର ଦୁବାଇରେ ଚାକିରୀ କରେ । ଗାଁରେ ଥିବା ତାଙ୍କ ପକ୍କା ଘରର ଷ୍ଟିଲ ଗ୍ରୀଲ୍ ଚାବି ଭାଙ୍ଗି ଘରେ ପଶି ଗଡରେଜ ଓ ଲକର ଇତ୍ୟାଦି ଭାଙ୍ଗି ନଗଦ ଟଙ୍କା, ସୁନା ଚେନ୍ ୩ଟି, ସୁନାମୁଦି ୫ଟି, ସୁନାଚୁଡି ୨ପଟ, କାନଫୁଲ ୬ଟି, ଭଙ୍ଗା କାନଫୁଲ, ରୂପା ପାଉଁଜି,ରୂପା ଥାଳି, ଠାକୁର ସଜ ଇତ୍ୟାଦିକୁ ମିଶାଇ ମୋଟ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଚୋର ଚୋରି କରି ନେଇଛି । ସକାଳେ ଧନେଶ୍ୱରର ସ୍ତ୍ରୀ ଏଘଟଣା ଦେଖି ପାଖପଡୋଶୀ ମାନଙ୍କୁ ଡାକ ପକାଇବାରୁ ସମସ୍ତେ ଦୌଡ଼ି ଆସି କଥା ସତ ବୋଲି ଜାଣିବାକୁ ପାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଚୋରି କରିବାକୁ ସାହସ କରିଥିଲେ । ସରଜମିନ୍ ତଦନ୍ତ ପରେ ଚୋରି ଜିନିଷ ଉଧାର ହେଉଛି କି ନାହିଁ ଦେଖିବାକୁ ବାକି ରହିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା! ଶ୍ରୀରାମ ଗ୍ରାମରେ ଜାମୁଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

masiha

ଶାଗୁଆନ କାଠ ଗଣ୍ଡି ଜବତ, ୬ ଗିରଫ 

masiha

ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

Leave a Comment

error: Content is protected !!