ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ 

ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ 

ଡାବୁଗାଁ, ୧୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂଗୁଡ଼ା ଓ ଡାବୁଗାଁ ଗ୍ରାମର ୨ଜଣ ଙ୍କ ଘରେ ସୋମବାର ଅବକାରୀ ବିଭାଗ ଚଢ଼ାଉ କରି ୧୦ ଲିଟର ବିଅର ଓ ୧୨ ଲିଟର ଦେଶୀ ମଦ ଜବତ କରିଛି । ସୂଚନାଯୋଗ୍ୟ:- ଅବକାରୀ ବିଭାଗ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଦିନ ଡାବୁଗାଁ ଥାନା ଅଧୀନ ସିଂଗୁଡା ଗ୍ରାମର ସଞ୍ଜୁଦେବୀ ଗୁପ୍ତା ଙ୍କ ଘରେ ଚଢ଼ାଉ କରି ୧୦ଲିଟର ହନ୍ଟର ବିଅର ଜବତ କରିବା ସହ ଡାବୁଗାଁ ଗ୍ରାମର ହେମ ଜାନୀଙ୍କ ଘରୁ ୧୨ଲିଟର ଦେଶୀ ମଦ ଜବତ କରିଥିଲା । ୨ ଜଣ ଙ୍କୁ ଗିରଫ କରି ନୋଟିସ ଦିଆଯାଇ ଛାଡି ଦିଆଯାଇଛି | ଏହି ଚଢ଼ାଉ ରେ ଡାବୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ବୁଲୁ ପାତ୍ର, ସହ ଉପ ନିରୀକ୍ଷକ ଏସ. କେ. ପଣ୍ଡା, ସୁରେଖା ଭତ୍ରା, ଶ୍ରୀକାନ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ୨ଜଣ ଙ୍କ ନାମରେ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୧୫/୨୩-୨୪ ଓ ୨୧୬/୨୩-୨୪ ରେ ମାମଲା ରୁଜୁ ହୋଇଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜମିଜମା ବିବାଦ କୁ ନେଇ ଗଣ୍ଡଗୋଳ ,ସାନ ଭାଇ ଓ ପୁତୁରାର ମାଡ଼ ରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ

Sunil Chandra Nayak

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ

masiha

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

masiha

Leave a Comment

error: Content is protected !!