ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପରକିୟା ପ୍ରିତୀର ବିଷମ ପରିଣତି…୩ ବର୍ଷର ଶିଶୁ ପୁତ୍ର କୁ ବିଷ ଦେଇ ହତ୍ୟା କଲା ସାବତ ବାପା

ଫେରାର୍ ଉଦ୍ୟମ ବେଳେ ଗିରଫ,

କୋର୍ଟ ଚାଲାଣ 

ରାଇଘର୨୭/୩ ନବରଂଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର କସକଙ୍ଗା ଗ୍ରାମ୍ ପଂଚାୟତର ଜଡ଼ାପାରା (କଲୋନୀ) ଗ୍ରାମରେ ଜଣେ ୩ ବର୍ଷକର ଶିଶୁପୁତ୍ରକୁ କାଶ ହେବା ଫଳରେ ତାର ମାଁ ତାକୁ କାଶ ସିରପ୍ ଦେଇଥିଲା l ସିରପ୍ ଖାଇବାର କିଛି ଘଣ୍ଟା ମଧ୍ୟରେ ଉକ୍ତ ଶିଶୁପୁତ୍ରର ବାନ୍ତି ହେବା ପରେ ହାଟଭରାଣ୍ଡି ମେଡିକାଲକୁ ନେବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l 

       ଜଡ଼ାପାରା (କଲୋନୀ) ଗ୍ରାମର ସ୍ବର୍ଗତ ବଜନାଥ ଗଣ୍ଡଙ୍କ ବଡ଼ ଝିଅ ଗାୟତ୍ରୀ ଗଣ୍ଡ କିଛି ବର୍ଷ ପୂର୍ବେ କସକଙ୍ଗା ପଂଚାୟତ ଅନ୍ତର୍ଗତ ଭଈଁଷାଡିହି ଗ୍ରାମର ପରମେଶ ଗଣ୍ଡଙ୍କୁ ଭଲ ପାଇବା ସହିତ ସେମାନଙ୍କ ଏକ ପୁତ୍ର ଜନ୍ମ ହୋଇଥିଲା | ଏହି ଘଟଣାରେ ଗ୍ରାମରେ ଏକ ମିଟିଂ କରି ବିବାହ ପୂର୍ବରୁ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିବାରୁ ଦୁହେଁ ଅଲଗା ଅଲଗା ହୋଇ ଯାଇଥିଲେ l ସେହି ଦିନ ଠାରୁ ଗାୟତ୍ରୀ ନିଜ ପୁଅ ସହିତ ଘରେ ରହି ଆସୁଥିଲା l ପରବର୍ତ୍ତି ସମୟରେ ଗତ ୩ ମାସ ପୂର୍ବେ ଗଞ୍ଜାପାରା ଗ୍ରାମ ପଂଚାୟତ ଅନ୍ତର୍ଗତ ଆମାବେଡା ଗ୍ରାମର ବିଶନାଥ ଗଣ୍ଡଙ୍କୁ ଦ୍ବିତୀୟ ଥର ପ୍ରେମ ବିବାହ କରିଥିଲେ | କିନ୍ତୁ ବିଶ୍ବନାଥ ସାବତ ପୁଅକୁ ନ ଆପଣେଇ ମନେ ମନେ ତାକୁ ରାସ୍ତାରୁ ହଟାଇବା ନିମନ୍ତେ ଯୋଜନା କରୁଥିଲା l ଗତକାଲି ସକାଳେ ସ୍ତ୍ରୀ ଗାୟତ୍ରୀ ପୁଅକୁ ଥଣ୍ଡା କାଶ ହେଉଥିବା ଯୋଗୁଁ ବିସ୍ବନାଥକୁ ଔଷଧ ଆଣିବାକୁ କହିଥିଲା l ସକାଳ ୧୧ଟା ସମୟରେ ବିସନାଥ ଏକ କାଶ ସିରପ୍ ଆଣି ଗାୟତ୍ରୀକୁ ଦେବା ପରେ ପୁଅକୁ ସେ ଔଷଧ ଖୁଆଇ ଦେଇଥିଲା l ଏହାର କିଛି ସମୟ ପରେ ଉକ୍ତ ଶିଶୁପୁତ୍ରର ବାନ୍ତି ହେବା ଯୋଗୁଁ ତୁରନ୍ତ ହାଟଭରାଣ୍ଡି ମେଡିକାଲକୁ ନେବା ପରେ ଚିକିତ୍ସାଧିକାରୀ ଶିଶୁପୁତ୍ରକୁ ମୃତ ଘୋଷଣା କରିବା ସହିତ ଘଟଣାଟି ସ୍ୱାଭାବିକ ନଥିବାରୁ କୁନ୍ଦେଇ ପୁଲିସକୁ ସୂଚନା ଦେଇଥିଲେ | ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଖାଈଥିବା କାଶ ସିରପ୍ ବୋତଲ ଜବତ କରିଛନ୍ତି | ଏଥିସହିତ ଏହି ଘଟଣାରେ ବିସନାଥ ଗଣ୍ଡକୁ ଯୋଗାଯୋଗ କରି ମୋବାଇଲ ସୁଇଚ୍ ଅଫ ଥିବା ଯୋଗୁଁ ପୁଲିସର ସନ୍ଦେହ ବଢିବା ପରେ କୁନ୍ଦେଇ ଥାନା ଅଧିକାରୀ ଶ୍ରୀ ସେଠୀ ଆମାବେଡା ଗ୍ରାମକୁ ଯାଇ ବିସନାଥ ଗଣ୍ଡକୁ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ଘରେ ସେ ନଥିବାରୁ ତାକୁ ଧରିବାକୁ ରାତିରେ ଚେଷ୍ଟା କରିଥିଲେ | ବିସନାଥ ଗଣ୍ଡ ଏକ କ୍ବାକ୍ ଭାବେ କାମ କରୁଥିବା ବେଳେ ଗାୟତ୍ରୀ ର ପୁଅକୁ କାଶ ସିରପ୍ ରେ ବିଷ ମିଶାଇ ଥାଇପାରେ ବୋଲି ସନ୍ଦେହ କରି ତଦନ୍ତ ଜାରି ରଖିଥିଲେ l ଅପରପକ୍ଷରେ ବିସନାଥ୍ ଫେରାର୍ ହେବାକୁ ଯୋଜନା କରୁଥିଲା ବେଳେ ଛତିଶଗଡ ସୀମାନ୍ତ ଅଞ୍ଚଳରୁ ପୋଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା   

Sunil Chandra Nayak

ବିହନ ଯାତ୍ରା ସମୟରେ ମଦ ପିଇ ଦ୍ରୁତ ଗତି ରେ ମୋଟର ସାଇକେଲ ଚଲେଇ ଧମକ ଦେବା ଅଭିଯୋଗ ରେ ଯୁବକ ଗିରଫ

Sunil Chandra Nayak

Leave a Comment

error: Content is protected !!