ବଡ଼ ସରପୋଲୀ ଅସ୍ଥାୟୀ ପଞ୍ଚାୟତରୁ ଚୋରି
ବନ୍ଧୁଗାଁ ତା ୨୮/୧୦/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟଳୟ ଠାରେ ଚାବି ଭାଙ୍ଗି ଚୋରି ହୋଇଯାଇଛି । ଆଜି ସରପଞ୍ଚ ସୁନ୍ଦୁରୁ ପିଡ଼ିକା ପଞ୍ଚାୟତର ଚାବି ନିଜ ପାଖରେ ଥିବା ବେଳେ ପଞ୍ଚାୟତର କିଛି ଏସ ହେଚ୍ ଜି ର ଏମ ବି କେ, ସି ଆର ପି, ଇ ସି ମେମ୍ୱର ଓ କିଛି ଗ୍ରୁପ ମାଆ ମାନଙ୍କ ଉପସ୍ଥିତିରେ ମିଟିଂ କରାଯାଇଥିଲା । ମାଆ ମାନଙ୍କ ମିଟିଂ ଶେଷ ହେବା ପରେ ପଞ୍ଚାୟତ ପିଅନ ମୋହନ ଦେବରପଲ୍ଲୀ ଙ୍କୁ ତାଲା ନାହିଁ ପାଞ୍ଚୟତ ଖୋଲା ଥିବା ବିଷୟ ଏମବିକେ ଅବଗତ କରିଥିଲେ । ଏହା ପରେ ପିଅନ ଜଣକ ତାଲା ଭାଙ୍ଗି ଥିବା ଜାଣି ସରପଞ୍ଚଙ୍କୁ ଅବଗତ କରିଥିଲେ । ସରପଞ୍ଚ ସୁନ୍ଦୁରୁ ପିଡ଼ିକା ଓ ସମିତି ମେମ୍ବର ଶିନାଜୀ ପିଡ଼ିକା ମିଳିତ ଭାବେ ବନ୍ଧୁଗାଁ ଥାନାକୁ ଲିଖିତ ଅଭିଯୋଗ ଅନୁଯାୟୀ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟରୁ ଗତ କାଲି ଚୋରି ହୋଇଯାଇ ଥିବା ଜଣାଇଥିଲେ । ସରପଞ୍ଚ ସଙ୍ଗେ ସଙ୍ଗେ ପଞ୍ଚାୟତକୁ ଆସି ଭିତରକୁ ପ୍ରବେଶ କରି କଣ କଣ ଚୋରି ହୋଇ ଯାଇଛି ଜାଣିବାକୁ ପାଇ ଲିଖିତ ଭାବେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ୫୨ ଇଞ୍ଚର ଏଲ ଇ ଡି ଟିଭି, ସି ପି ୟୁ, କି ବୋର୍ଡ, ସି ସି କେମେରା ସିଷ୍ଟମ ଓ କିଛି ସରକାରୀ ନଥିପତ୍ର ଚୋରି ହୋଇ ଥିବା ଦାୟର କରିଛନ୍ତି । ସରପଞ୍ଚଙ୍କ ଦ୍ୱାରା ଲିଖିତ ଅଭିଯୋଗ ଅନୁଯାୟୀ ବନ୍ଧୁଗାଁ ଥାନାରୁ ଏସ ଆଇ ବିଜୟ ରାଜ ମାଝି ଓ ଏଏସଆଇ ବି ଟି ସାଧୁ ପହଞ୍ଚି ତଦନ୍ତ କରି ଫେରି ଯାଇଛନ୍ତି । ଆଜକୁ ପ୍ରାୟ ୭ ବର୍ଷ ନୂତନ ଭାବେ ବଡ଼ସରପଲ୍ଲୀ ପଞ୍ଚାୟତ ହୋଇଥିଲେ ମଧ୍ୟ ଏକ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ଚାଲି ଆସୁଛି । ବନ୍ଧୁଗାଁ ବ୍ଲକରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଥମ କରି ସରପଞ୍ଚ ଙ୍କ ହାତରେ ଚାବି ରହି ଥିଲେ ମଧ୍ୟ ପଞ୍ଚାୟତରୁ ଚୋରି ହେବା ପ୍ରଥମ ଘୋଟଣା ରହିଛି । ଏହି ଯୋଜନା ବଧ ଚୋରୀକୁ ଅଧିକ ଦଦନ୍ତ କରି ଚୋରି ସାମଗ୍ରୀ ଜବତ କରିବା ଓ ଚୋରକୁ ଧୋରିବା ପୋଲିସ୍ ପାଇଁ ଚେଲେଞ୍ଜ ରହିଛି ।