ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ, ୨ ଗିରଫ 

ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ, ୨ ଗିରଫ 

ଡାବୁଗାଁ, ୩୦/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଜମିବାଡି କୁ କେନ୍ଦ୍ର କରି ଗଣ୍ଡଗୋଳ ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମ ରେ ୧୧.୮.୨୪ ଦିନ ପୂର୍ବାହ୍ନରେ ଚାଟିଗୁଡା ଲକି ଗୌଡ (୨୯) ଓ ଚନ୍ଦ୍ର ଗୌଡ (୨୪) ଗ୍ରାମରେ ନିଜ ମାଉସୀ ଘରକୁ ଯାଇ ଜମିବାଡିକୁ କେନ୍ଦ୍ର କରି ମାଉସୀ ର ପୁଅ ଶିବ ଗୌଡ ଙ୍କ ସହ ପାଟିତୁଣ୍ଡ କରି ମାଡ ମାରିଥିଲେ | ସେହି ସମୟରେ ଶିବ ଗୌଡ ଙ୍କ ମା ଓ ଭାଇ ଛଡା ଛାଡି କରିବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ ଏଥିରେ ଶିବ ର ମୁଣ୍ଡ ଫାଟି ଯାଇ ଆହତ ହୋଇଥିଲେ | ପରେ ୧୨.୮.୨୪ ଦିନ ଏନେଇ ଶିବ ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାର ତଦନ୍ତ କରି ଲକି ଗୌଡ ଓ ତାର ଭାଇ ଚନ୍ଦ୍ର ଗୌଡ ଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି | ଏନେଇ ଥାନା କେସ ନଂ ୧୫୬/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୁଇ ମାଓ ସମର୍ଥକ ଗିରଫ

ରକ୍ତାକ୍ତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର ,ହତ୍ୟା ହୋଇଥିବା ନେଇ ଥାନାରେ ଏତଲା

ଡକାୟତ ଗ୍ୟାଙ୍ଗ କୁ ଗିରଫ କରିବାରେ ମୈଇଦଲପୁର ପୋଲିସ ର ସଫଳତା

Sunil Chandra Nayak

Leave a Comment

error: Content is protected !!