ରାଜପୁରରେ ଡୋକରି ଦେବୀ ଓ ବୁଢା ରଜା ଙ୍କ ଝାମୁଯାତ୍ରା ଓ ଦଶହରା ସହ କୁମାରୋତ୍ସବ ଅନୁଷ୍ଠିତ
ଚିଲିଗୁଡା ତା ୨୯/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ମା ଡୋକରି ଦେବୀ ଓ ବୁଢା ରଜା ଙ୍କ ୮୦ ତମ ଦଶହରା ଓ କୁମାରୋତ୍ସବ ପର୍ବ ମହାସମାରୋହ ରେ ପାଳିତ ହୋଇଯାଇଛି ।ସୂଚନାଯୋଗ୍ୟ ଯେ ମାଁ ଡୋକରି ଦେବୀଙ୍କ ପୂଜା ପାଇଁ ଅଷ୍ଟମୀ ତିଥିରେ ଗ୍ରାମର ପୂଜକ ଓ ଗ୍ରାମବାସୀ ମାନେ କର୍ଲି।ପ।ଟ କୁ ଯାଇ ଆଜ୍ଞାମାଳ ଆଣି ଦଶମୀ ତିଥିରେ ଡୋକରି ଦେବୀ ପୀଠରେ ରଖି ଥାନ୍ତି ଏବଂ କୁମାରପୂର୍ଣ୍ଣିମା ଦିନ ମାଁ ଡୋକରି ଦେବୀଙ୍କୁ ରାଜପୁର ଜମୀନଦାର ଯୁବରାଜ ଅନିଲ ସିଂହଦେଓ ପୂଜlର୍ଚ୍ଚନା କରିଥାନ୍ତି ଗ୍ରାମର ଗୋନ୍ତିଆ ଶାନ୍ତନୁ ପାଣିଗ୍ରାହୀ ,ମୁଖ୍ୟ ପୂଜକ କମଳା କାନ୍ତ ପୁଝ।ରି ,ପ୍ରମୋଦ ପୁଝାରି ,ସୁଶୀଲ କୁମାର ମାଝି ଏବଂ ବିକର୍ଣ ମାଝି ମାଙ୍କ ପୂଜା ରେ ସହାୟତା କରିଥାନ୍ତି । ଏଥର କୁମାରପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଥିବାରୁ ଅପରାହ୍ନ ୨ଟା ୩୦ ମିନିଟ ସମୟରେ ମା ଡୋକରି ଦେବୀ ଓ ବୁଢା ରଜାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ଝାମୁଯାତ୍ରା ଶେଷ ହେବା ପରେ ଅପରାହ୍ନ ରେ ମାଁ ଡୋକରି ଦେବୀ ଓ ବୁଢା ରଜ। ଙ୍କ କାଳିସୀ ଶଙ୍ଖ ,ଘଣ୍ଟ ଏବଂ ସଂକୀର୍ତ୍ତନ ସହ ନଗର ପରିକ୍ରମା କରିଥିଲେ l ଗ୍ରହଣ ସନ୍ଧ୍ୟା ଚାରି ଘଣ୍ଟା ରୁ ଲାଗୁଥିବା ଯୋଗୁଁ ତିନିଟା ପଂଚାଳିଶ ମିନିଟ ରୁ ଦେବୀ ପୀଠରେ ପୂଜାର୍ଚ୍ଚନା ବନ୍ଦ ରହିଥିଲା ।ଶେଷରେ ଗ୍ରହଣ ଛାଡିବା ପରେ ରାତି ୩ ଘଣ୍ଟା ସମୟ ରେ ମା ଡୋକରି ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ଏଥିରେ ଗ୍ରାମର ଅନେକ ଲୋକ ସାମିଲ ହୋଇ ମା ଙ୍କ କୃପା ଲାଭ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା ।ଏଥିରେ ଅର୍ଜୁନ ନିଅlଳଙ୍କ ମେଲୋଡି ଓ ଖନାତରା ର ନାଟକ ଏବଂ ପୁରାତନ ଓ ରଙ୍ଗୀନ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ଆୟୋଜକ କମିଟିର ସଭାପତି ବେଦ ପ୍ରକାଶ ମାଝି ,ଉପ ସଭାପତି ସୁବୋଧ କୁମାର ଠେଲା ,ସମ୍ପାଦକ ମଳୟ ଗୁରୁ ,ସହ ସମ୍ପାଦକ ବ୍ୟାସ ଦେବ ବାଗ ଏବଂ କୋଷା ଧକ୍ଷ ଶଙ୍କର ପୁଝାରି ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ଘୁମୁରା ପ୍ରତିଯୋଗିତାରେ ପ୍ରାୟ ୧୮ ଗୋଟି ଘୁମୁରା ଦଳ ଭାଗ ନେଇଥିଲେ ।ପ୍ରତିଯୋଗିତାରେ ବିଚାରକ ଭାବରେ ମନୋଜ ଠେଲା ,ସତ୍ୟ ଗୁରୁ ,ଅଭିରାମ ପ୍ରଧାନୀ ଏବଂ ମନୋରଞ୍ଜନ ଠେଲା ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ପୁରାତନ ଘୁମୁରା ଦଳ ଭାବରେ ମା ଡୋକରି କଳା ପରିଷଦ ଘୁମୁରା ଦଳ ରଜ।ମୁଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମା ମ।ଣିକେଶ୍ୱରୀ ଘୁମୁରା ଦଳ ଭବାନୀ ପାଟଣା ଦୂତୀୟ ଏବଂ ଜୟ ମା ଘୁମୁରା ଦଳ ଭବାନୀ ପାଟଣା ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସେହିପରି ରଙ୍ଗୀନ ଘୁମୁରା ଦଳ ରୁ ମା ଷୋହଳ କୋଟି ଘୁମୁରା ଦଳ କଦଳୀ ମୁଣ୍ଡା ପ୍ରଥମ ,ମା ଲଙ୍କେଶ୍ୱରୀ କଳା ପରିଷଦ ଘୁମୁରା ଦଳ ଅନ୍ତର୍ଲା ଦୂତୀୟ ଏବଂ ମା ଲଙ୍କେଶ୍ୱରୀ ଘୁମୁରା ଦଳ ଡାଲଗୁମା ତୃତୀୟ ସ୍ଥାନ ଅଧିକାର କରିଥିଲେ ।ପୁରସ୍କାର ବିତରଣ ଉତ୍ସବ ରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଘନ ଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୋଳ।ମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତୁଲେଶ୍ୱର ନ।ଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସୁଧାଂଶୁ ଶେଖର ମହା ବିଦ୍ୟାଳୟ ର ଅଧକ୍ଷ ମାନସ ରଞ୍ଜନ ପଣ୍ଡା ଯୋଗଦାନ କରି ମା ଡୋକରି ଦେବୀଙ୍କ ମହିମା ଉପରେ ଆଲୋକପାତ କରିଥିଲେ । ,ଅବସରପ୍ରାପ୍ତ ସେନା କର୍ମଚାରୀ କୁଶ ମାଝି ,ଶିକ୍ଷା ବିତ ବାଲ୍ମୀକି ନ।ଏକ ,ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ଆଦିତ୍ୟ ପ୍ରସାଦ ଠେଲା ,ହୃଦାନନ୍ଦ ଲହଜଳ ପ୍ରମୁଖ ଯୋଗଦାନ କରି ଘୁମୁରା ଦଳ ର ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ରେ ତପନ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରି ଥିବା ବେଳେ କାମାକ୍ଷା ଗୁରୁ ,ପ୍ୟାରିଲାଲ ନ।ଏକ ,ବିଜୁ ଠେଲା ,ଦୁଷ୍ମନ୍ତ ଠେଲା,ଅଭିବାଗ ,ଅରୁପ। ଠେଲା ,ଦିଗାମ୍ବର ଠେଲା ,ଭବାନୀ ପୁରୋହିତ ପ୍ରମୁଖ ସହଯୋଗ କରିଥିବା ବେଳେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।ଶେଷରେ ଅନୁଷ୍ଠାନର ସଦାନନ୍ଦ ଠେଲା ଧନ୍ୟବାଦ ଅର୍ପଣ କରିଥିଲେ ।