ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ସୋର ଓ ଖଇରା ଅଞ୍ଚଳରେ ଚଢାଉ

ବାଲେଶ୍ଵର୨୯/୭/୨୩- ବାଲେଶ୍ଵର ଜିଲ୍ଲା ଭ୍ରାମ୍ଯମାଣ ଅବକାରୀ ବିଭାଗ ପକ୍ଷରୁ ତା ୨୯/୭/୨୩ ରିଖରେ ଖଇରା ଓ ସୋର ଅଞ୍ଚଳରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୨ ଚୋରା ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ବିଭାଗୀୟ ଅଧିକାରୀ ସକ୍ଷମ ହୋଇଛନ୍ତି । ଖବର ସଂଗ୍ରହରୁ ଜଣାଯାଇଛି- ଜିତେନ୍ଦ୍ର ଜେନା ଓ ଖଇରା ମେଡିକାଲ ନିକସ୍ଥ ପୁରସ୍ତମପୁର ଗ୍ରାମର ବାବୁଲି ସାହୁ ଭୋର ସମୟରେ ନିଜର ବ୍ୟକ୍ତିଗତ ବାସଗୃହରେ ଦେଶୀ ମଦ ଗ୍ରାହକ ମାନଙ୍କୁ ବିକ୍ରୟ କରୁଥିବା ସମୟରେ ବାଲେଶ୍ଵର ଜିଲ୍ଲାର ଅବକାରୀ ଭ୍ରାମ୍ୟମାଣ ଟିମ୍ ହଠାତ୍ ସେଠାରେ ପହଞ୍ଚି ଚୋରା ମଦ ବେପାରୀ ଜିତେନ୍ଦ୍ର ଜେନା ଠାରୁ ୪୦ ଲିଟର ଓ ବାବୁଲି ସାହୁ ନିକଟରୁ ୬୦୦ ( ଛଅ ଶହ ଲିଟର) ଦେଶୀ ମଦ ଜବତ କରିବା ସହିତ ନିସ୍ତୁକ ମାଡ଼ ମାରି କୋର୍ଟକୁ ଚାଲାଣ କରିଛନ୍ତି । ଏମାନଙ୍କ ବିରୁଦ୍ଧରେ PR NO122, 123/2023-24 OF DISTRICT MOBILE UNIT ରେ କେସ୍ ରୁଜୁ କରାଯାଇଛି, ଏହି ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ରେ ଅଫିସର ଇନ୍ ଚାର୍ଜ ଅଧିକାରୀ ହେଲେ ଭକ୍ତ ଚରଣ ସ୍ବାଇଁ, ସହକାରୀ ସବ୍ ଇନ୍ସପେକ୍ଟର ମଙ୍ଗଲ କୁମାର ସିଂ, ବିଦ୍ୟାଧର ବିନ୍ଧାଣୀ, ସୃଷ୍ଟିଧର ଦେହୁରୀ, ପଙ୍କଜ ମହାନ୍ତି, ସୁନାରାମ ସୋରୋନ, ଏବଂ ମହିଳା କର୍ମଚାରୀ କାଜଲ୍ ପ୍ରିୟଦର୍ଶିନୀ ସାମିଲ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

Sunil Chandra Nayak

ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ, ବିଜେଡି ପଞ୍ଚାୟତ ସଭାପତି କୋର୍ଟଚାଲାଣ

Sunil Chandra Nayak

ଅବକାରୀ ଚଢାଉ ,ମଦ ଜବତ ଓ ୨ ଗିରଫ

Sunil Chandra Nayak

Leave a Comment

error: Content is protected !!