ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଲାଞ୍ଜିଗଡ଼,୨୧/୦୬(ମନିସ)-ଲାଞ୍ଜିଗଡ଼ ସହର ନିକଟସ୍ଥ ବଡ଼ପଡ଼ାରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଲାଞ୍ଜିଗଡ଼ ପୁଲିସ ! ସୂଚନାନୁସାରେ, ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ବୋରପଦର ଗାଁର ବ୍ରୁଷଭ ନାଏକଙ୍କ ଝିଅ ବାସନ୍ତୀ ନାଏକ ଗତ ବର୍ଷକ ତଳେ ଲାଞ୍ଜିଗଡ଼ ବଡ଼ପଡ଼ାର ବିଶ୍ବନାଥ ବିଭାରଙ୍କୁ ବିବାହ କରିଥିଲେ ! ତେବେ କୌଣସି କାରଣକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଓଢ଼ଣୀରେ ଫାଶି ଲଗାଇ ବାସନ୍ତୀ ଆତ୍ମହତ୍ୟା କରିଥିବାବେଳେ ଆଜି ସକାଳୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା ! ଏହି ସମୟରେ ବାସନ୍ତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଯୌତୁକ ନିର୍ଯାତନା ଦେଇ ଝିଅକୁ ହତ୍ୟା କରାଯାଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏକ କେସ୍ ନଂ ୪୧/୨୩ରେ ଏକ ମାମଲା ରୁଜୁ କରାଯାଇ ବାସନ୍ତୀଙ୍କ ସ୍ବାମୀ ବିଶ୍ବନାଥକୁ ଅଟକ ରଖିଥିବା ଜଣାପଡ଼ିଛି ! ଅପରପକ୍ଷରେ ଅଭିଯୋଗ ପରେ ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିବାବେଳେ ମାଜିଷ୍ଟ୍ରେଟ ଦାୟିତ୍ବରେ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଥେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ! ଏନେଇ ଲାଞ୍ଜିଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପୋଲିସର ପ୍ରେସ୍ ମିଟ; ରାଇରଙ୍ଗପୁରରେ ବହୁ ଚର୍ଚ୍ଚିତ ଆରଏମସି ଅଫିସ ଏବଂ ଯୋଗାଣ ବିଭାଗ କାର୍ଯ୍ୟାଳୟର କମ୍ପ୍ୟୁଟର ଏବଂ ଅଫିସ ସାମଗ୍ରୀ ଚୋରୀ ମାମଲାରେ ୨ ଜଣଙ୍କୁ ବାନ୍ଧିଲା ରାଇରଙ୍ଗପୁର ଟାଉନ ପୋଲିସ 

masiha

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ; ୩୪୦ ଦେଶୀ ରନ୍ଧାମଦ ଏବଂ ୫୨୦୦ କେଜି ପୋଚ ଜବତ ସହ ୨ ଟି ମାମଲା ରୁଜୁ

Sunil Chandra Nayak

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

masiha

Leave a Comment

error: Content is protected !!