ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାଗୁଆନ ଜଙ୍ଗଲ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ଡାବୁଗାଁ, ୧୨/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଥିବା ଶାଗୁଆନ ଜଙ୍ଗଲ ମଧ୍ୟରେ ଜଣେ ମହିଳାଙ୍କ ଗଳିତ ଶବ ରବିବାର ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡ଼ଙ୍ଗରିଗୁଡା ଗ୍ରାମର ରତନ ଜାନୀଙ୍କ ସ୍ତ୍ରୀ ଆଶାଇ ଜାନୀ (୪୫) ଗତ ରବିବାର ଦିନ ଘରୁ କେଉଁ ଆଡେ ଚାଲି ଯାଇଥିଲେ | ପରିବାର ଲୋକେ ବିଭିନ୍ନ ଆଡେ ଖୋଜ ଖୋଜି କରି ପାଇନଥିଲେ | ମହିଳା ଜଣଙ୍କ ମାନସିକ ବିକୃତି ଥିବା ରୁ ସେ ପୂର୍ବରୁ ମଧ୍ୟ ଏହି ଭଳି କେଉଁ ଆଡେ ଚାଲି ଯାଉଥିଲେ ପରିବାର ଲୋକେ ଖୋଜା ଖୋଜି କରି ଆଣୁଥିଲେ କିନ୍ତୁ ଏହି ଥର ମହିଳାଙ୍କୁ ଖୋଜି ପାଇନଥିଲେ | ଆଜି ରବିବାର ଡାବୁଗାଁ ପୂର୍ତ୍ତ ବିଭାଗ କାର୍ଯ୍ୟ|ଳୟ ସମ୍ମୁଖ ମୁଖ୍ୟ ରାସ୍ତାର ୨୦୦ ମିଟର ଦୂର ଶାଗୁଆନ ଜଙ୍ଗଲ ମଧ୍ୟକୁ କିଛି ଲୋକ ଶୌଚ ପାଇଁ ଯାଇଥିଲେ | ଉକ୍ତ ସ୍ଥାନରୁ ଦୁର୍ଗନ୍ଧ ଆସୁଥିବା ଜାଣିପାରି ସେହି ସ୍ଥାନକୁ ଯାଇ ଦେଖିଥିଲେ ଯେ ଜଣେ ମହିଳା ମାରି ପଡିଛି | ତାହା ପଚି ଯାଇ ଦୁର୍ଗନ୍ଧ ହେଉଛି | ଏହା ଦେଖି ଲୋକେ ଗ୍ରାମରେ କହିଥିଲେ | ଉକ୍ତ ଖବର ପାଇଁ ମୃତକର ପରିବାର ଲୋକ ଆସି ଶବକୁ ଚିହ୍ନଟ କରିଥିଲେ | ଏନେଇ ମୃତକର ସ୍ଵାମୀ ରତନ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରି ପଞ୍ଚନାମା କରାଇ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଆରା ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ଯାତ୍ରୀବାହୀ ବସରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

masiha

ଖଡିଆଳ ସହର ଶାନ୍ତି ନଗର ରେ ଆଶନ୍ତ ଘଟଣା, ଯୁବକ ଙ୍କୁ ଗୁଳି ଆକ୍ରମଣ

masiha

ଆନ୍ଦ୍ର ଓ ଓଡିଶା ଉଭୟ ପୋଲିସ ମିଶି ଅନେକ ସ୍ଥାନରେ ଚଢ଼ାଉ, ୧୨.୬୦୦ ଲିଟର ପୋଚ ନଷ୍ଟ 

masiha

Leave a Comment

error: Content is protected !!