ଡାବୁଗାଁ, ୧୨/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଥିବା ଶାଗୁଆନ ଜଙ୍ଗଲ ମଧ୍ୟରେ ଜଣେ ମହିଳାଙ୍କ ଗଳିତ ଶବ ରବିବାର ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡ଼ଙ୍ଗରିଗୁଡା ଗ୍ରାମର ରତନ ଜାନୀଙ୍କ ସ୍ତ୍ରୀ ଆଶାଇ ଜାନୀ (୪୫) ଗତ ରବିବାର ଦିନ ଘରୁ କେଉଁ ଆଡେ ଚାଲି ଯାଇଥିଲେ | ପରିବାର ଲୋକେ ବିଭିନ୍ନ ଆଡେ ଖୋଜ ଖୋଜି କରି ପାଇନଥିଲେ | ମହିଳା ଜଣଙ୍କ ମାନସିକ ବିକୃତି ଥିବା ରୁ ସେ ପୂର୍ବରୁ ମଧ୍ୟ ଏହି ଭଳି କେଉଁ ଆଡେ ଚାଲି ଯାଉଥିଲେ ପରିବାର ଲୋକେ ଖୋଜା ଖୋଜି କରି ଆଣୁଥିଲେ କିନ୍ତୁ ଏହି ଥର ମହିଳାଙ୍କୁ ଖୋଜି ପାଇନଥିଲେ | ଆଜି ରବିବାର ଡାବୁଗାଁ ପୂର୍ତ୍ତ ବିଭାଗ କାର୍ଯ୍ୟ|ଳୟ ସମ୍ମୁଖ ମୁଖ୍ୟ ରାସ୍ତାର ୨୦୦ ମିଟର ଦୂର ଶାଗୁଆନ ଜଙ୍ଗଲ ମଧ୍ୟକୁ କିଛି ଲୋକ ଶୌଚ ପାଇଁ ଯାଇଥିଲେ | ଉକ୍ତ ସ୍ଥାନରୁ ଦୁର୍ଗନ୍ଧ ଆସୁଥିବା ଜାଣିପାରି ସେହି ସ୍ଥାନକୁ ଯାଇ ଦେଖିଥିଲେ ଯେ ଜଣେ ମହିଳା ମାରି ପଡିଛି | ତାହା ପଚି ଯାଇ ଦୁର୍ଗନ୍ଧ ହେଉଛି | ଏହା ଦେଖି ଲୋକେ ଗ୍ରାମରେ କହିଥିଲେ | ଉକ୍ତ ଖବର ପାଇଁ ମୃତକର ପରିବାର ଲୋକ ଆସି ଶବକୁ ଚିହ୍ନଟ କରିଥିଲେ | ଏନେଇ ମୃତକର ସ୍ଵାମୀ ରତନ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରି ପଞ୍ଚନାମା କରାଇ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ