ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମିଜମା ବିବାଦ କୁ ନେଇ ଗଣ୍ଡଗୋଳ ,ସାନ ଭାଇ ଓ ପୁତୁରାର ମାଡ଼ ରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ

ପାପଡାହାଣ୍ଡି,10/7, ମନିସ —-ଜମି ବିବାଦ କୁ ନେଇ ସାନ ଭାଇ ଓ ପୁତୁରାର ଆକ୍ରମଣ ରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ । ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଏପରି ଘଟଣା ଘଟିଛି । ମୃତକ ହେଲେ ମଧୁ ବିଶ୍ୱାଳ । ହତ୍ୟାକାରୀ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ପାଇକ। ଘରୋଇ ଜମି କଳି କୁ ନେଇ ଗତ କିଛି ଦିନ ଧରି ବଡ଼ ଭାଇ ଙ୍କ ସହିତ ସାନ ଭାଇ ର ବିବାଦ ଲାଗି ରହିଥିଲା । ବଡ଼ ଭାଇ ଅଧିକ ଜମି ରଖିଥିବା ନେଇ ସବୁ ବେଳେ ପୁତୁରା ଓ ଭାଇ ଆମକୁ ଆହୁରି ଜମି ଦିଅ କହି ଗଣ୍ଡ ଗୋଳ କରୁଥଲେ। ଘଟଣା କୁ ନେଇ ରବିବାର ରାତିରେ ବଡ଼ ଭାଇ ଙ୍କ ସହିତ ଉଚ୍ଚ ବାଚ ହେବା ସମୟ ରେ ହାତାହାତି ଭଳି ପରିସ୍ଥିତି ଉପୁଜିବା ସହିତ ବଡ଼ ଭାଇ ମଧୁ ବିଶ୍ୱାଳ ସହିତ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ଠେଲା ପେଲା ହେବା ବେଳେ ମଧୁ ତଳେ ପଡିଯାଇ ତାଙ୍କ ମୁଣ୍ଡ ରେ ଆଘାତ ଲାଗିଥିଲା । ସେ ଗୁରୁତର ହୋଇପଡିଥିଲେ । ସକାଳୁ ପାଟି ନ ଫିଟିବାରୁ ପରିବାର ଲୋକେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ସେଠାରେ ଚିକିତ୍ସା ଜାରିରହିଥିବା ସମୟରେ ଦେହ ଅଧିକ ଖରାପ ହେବାରୁ ମଧୁଙ୍କ ଜିଲ୍ଲା ମୂଖ୍ୟଚିକତ୍ସାଳୟରେ ଭର୍ତି କରାଯାଇଥିଲା | ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ପାଡାହାଣ୍ଡି ଥାନାରେ ସନ୍ଧ୍ୟାରେ ପତ୍ନୀ ସୁବର୍ଣ୍ଣ ଏତଲା ହେବା ପରେ ପୋଲିସ କେସ ନମ୍ବର 123/23 ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | । ଘଟଣାର ପୋଲିସ ତଦନ୍ତ ଆରମ୍ଭ ହୋଇଛି । 2 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

masiha

ଜୁନାଗଡ:ଜୈନିକା ଯୁବତୀକୁ ଗଣ ଦୁଷ୍କର୍ମ ଘଟଣାରେ ଆଉ ତିନି ଗିରଫ

masiha

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

masiha

Leave a Comment

error: Content is protected !!