ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଦାନ୍ତ କମ୍ପାନୀରୁ ଲୁହା ଚୋରି ଅଭିଯୋଗ : ୬ କୋର୍ଟଚାଲାଣ 

ବେଦାନ୍ତ କମ୍ପାନୀରୁ ଲୁହା ଚୋରି ଅଭିଯୋଗ : ୬ କୋର୍ଟଚାଲାଣ 

ଲାଞ୍ଜିଗଡ଼, ୨୬/୦୧(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡରୁ ଲୁହାଚୋରି ଅଭିଯୋଗରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ ପୁଲିସ। ଏନେଇ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ କେସ ନଂ ୦୨/୨୦୨୫ ରେ ଏକ ମାମଲା ରୁଜୁ କରି ୬ଜଣଙ୍କୁ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ରୁ ଲୁହା ଚୋରି କରୁଥିବାବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଛଡ଼ରଙ୍ଗ ଗାଁର ଶିବରାମ ଦୁର୍ଗା, ସନ୍ତୋଷ ବାଗ, ରବି ବାଗ, ମଦନ ବାଗ, ଦେବରାଜ ବାଗ ଓ କାନ୍ତରୁ ଟାକରିଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ନଗଦ ୫୭ ହଜାର ୭୯୦ ଟଙ୍କା ଓ ଗୋଟିଏ ଗ୍ୟାସ ସିଲିଣ୍ଡର, ଗ୍ୟାସ କଟର, ଗ୍ୟାସ ପାଇପ, ଅକ୍ସିଜେନ ସିଲିଣ୍ଡର ପ୍ରଭୃତି ଜବତ କରାଯାଇଥିଲା। ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସାବିତ୍ରୀ ଅମାବାସ୍ୟା ! ଝିଅର ମୃତ୍ୟୁ ନେଇ ଥାନାରେ ଦ୍ଵାରସ୍ଥ ହେଲେ ପରିବାର ଲୋକେ 

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

Sunil Chandra Nayak

ନିଜ ସହଧର୍ମିଣୀ ଙ୍କୁ ହତ୍ୟା କରି ଖଟ ବାକ୍ସରେ ରଖି ଦେଇ ସ୍ଵାମୀ ଫେରାର।

masiha

Leave a Comment

error: Content is protected !!