ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସୋଗର ପାଟଣା ଗ୍ରାମରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ସୋଗର ପାଟଣା ଗ୍ରାମରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ସୋଗର ପାଟଣା ଗ୍ରାମରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ହତ୍ୟା ପରେ ମୃତଦେହକୁ ପାଖ ଜଙ୍ଗଲରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ସୋଗର ପାଟଣା ଗ୍ରାମରେ ଘଟିଯାଇଛି ଏକ ହୃଦୟବିଦାରକ ଘଟଣା। ଗତକାଲି ରାତିରେ ଅଜଣା ଦୁର୍ବୁତ୍ତମାନେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ସୋଗର ପାଟଣା ଗ୍ରାମର ନରହରି ମହାରଣା। ତାଙ୍କ ପିତାଙ୍କ ନାମ ପ୍ରଭାକର ମହାରଣା ଓ ବୟସ ପ୍ରାୟ ୩୭ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ,ଗତକାଲି ରାତିରେ ନରହରି ଘରୁ ବାହାରିଥିବା ବେଳେ କିଛି ଅଜଣା ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୁତ୍ତମାନେ ପଥରରେ ଛେଚି ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ପାଖରେ ଥିବା ଜଙ୍ଗଲ ଅଞ୍ଚଳରେ ଫିଙ୍ଗି ଦେଇଥିବା ସନ୍ଧେହ କରାଯାଉଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା

Sunil Chandra Nayak

ପୋଲିସ ପାଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ : ୩ ଜଣ ଗିରଫ 

Sunil Chandra Nayak

ବେଲଗାଁ ପୋଲିସର ବଡ଼ ସଫଳତା, ୧୨,୪୦୦ ଜେଲାଟିନ୍ ଷ୍ଟିକ୍ ଓ ୪୭ ବ୍ଲାଷ୍ଟିଂ ୱାୟାର କଏଲ୍ ଜବତ; ଜଣେ ଗିରଫ 

Leave a Comment

error: Content is protected !!