ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାମ୍ବାଦିକଙ୍କ ଘରେ କଳା କନା ବୁଲାଇଲେ ; ଘରେ ପଶି ଲ୍ୟାପଟପ୍ କମ୍ପ୍ୟୁଟର, ସୁନାଗହଣା ଓ ନଗଦ ଟଙ୍କା ଚୋରି

ସାମ୍ବାଦିକଙ୍କ ଘରେ କଳା କନା ବୁଲାଇଲେ ;

ଘରେ ପଶି ଲ୍ୟାପଟପ୍ କମ୍ପ୍ୟୁଟର, ସୁନାଗହଣା ଓ ନଗଦ ଟଙ୍କା ଚୋରି

ରାଇରଙ୍ଗପୁର,୨୦।୯   ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ଅନ୍ତର୍ଗତ ରେଡମ ଗ୍ରାମର ସାମ୍ବାଦିକ ତ୍ରିଲୋଚନ ମହାନ୍ତ ଓ ତାଙ୍କ ପତ୍ନୀ ମନ୍ଦୋଦରୀ ମହାନ୍ତ ଘରେ ନଥିବା ବେଳେ, ତାଙ୍କ ଘର ଭିତରକୁ ପଶି କେହି ଅଜଣା ଦୁର୍ବୃତ୍ତ ଆଲମାରୀ ଭାଙ୍ଗି ମିଶନ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ମୂଲ୍ୟବାନ ଲ୍ୟାପଟପ୍ କମ୍ପ୍ୟୁଟର,ସୁନା ଗହଣା ଓ କଲେଜରେ ପଢ଼ୁଥିବା ପୁଅକୁ ଦେବା ପାଇଁ ଆଲମାରୀ ଭିତରେ ରଖିଥିବା ନଗଦ ପଚାଶ ହଜାର ଟଙ୍କା ମଧ୍ୟ ଚୋରି ହୋଇଯାଇଛି ବୋଲି ବହଳଦା ଥାନାରେ ମନ୍ଦୋଦରୀ ମହାନ୍ତ ଲିଖିତ ରୂପେ ଅଭିଯୋଗ କରିଛନ୍ତି । ଖବର ମୁତାବକ ସାମ୍ବାଦିକ ଶ୍ରୀ ମହାନ୍ତ ଘରେ ନଥିବା ବେଳେ ବ୍ୟାଙ୍କ ମିତ୍ର ରୂପେ ମୋରଣ୍ଡା ଓଜିବି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତାଙ୍କ ପତ୍ନୀ ମନ୍ଦୋଦରୀ ଦେବୀ କଲେଜରୁ ଘରକୁ ଆସିଥିବା ନିଜ ପୁଅକୁ ନେଇ ମୋରଣ୍ଡାସ୍ଥ ଓଜିବି ବ୍ୟାଙ୍କକୁ ଯାଇଥିଲେ । ଶାଶୂ ମଧ୍ୟ ବିଲକୁ ଯାଇଥିଲେ । ଘରେ କେହି ନଥିବା ବେଳେ ଚୋର ଘର ଭିତକୁ ପଶି କଳାକନା ବୁଲେଇ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ବହଳଦା ଥାନାରେ ଏତଲା ଦିଆଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସଶସ୍ତ୍ର ଡ଼କାୟତ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର ଲୁଟ

ଥାନା ନିକଟରେ ଜୁଆ ଖେଳାଳୀଙ୍କ ଆଡ୍ଡାସ୍ଥଳୀ

Sunil Chandra Nayak

ନାବାଳିକା ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍

Sunil Chandra Nayak

Leave a Comment

error: Content is protected !!