ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ନା ଦୁର୍ଘଟଣା ? ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ 

ମ.ରାମପୁର,୧୩/୦୮(ମସୀହା): ମ. ରାମପୁର ଥାନା ଅନ୍ତର୍ଗତ ଆମ୍ବଗାଁ ବାବୁପଡ଼ା ର ବଣ୍ଟି ମହାଖୁଡ (୨୨) ଗତକାଲି ସନ୍ଧ୍ୟାରେ (ମ.ରାମପୁର – ଭବାନୀପାଣା ରାସ୍ତା) ବୁରାଟ ନିକଟ ରାସ୍ତା ଉପରେ ଅତି ଗୁରୁତର ଅବସ୍ଥାରେ ପଡ଼ିଥିଲେ l ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ତୁରନ୍ତ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବଣ୍ଟି ର ମୃତ୍ୟ ଦୁର୍ଘଟଣାରେ ହୋଇଛି ନା ହତ୍ୟା କରା ଯାଇଛି l ଏବେ ଏଇ ଘଟଣାକୁ ନେଇ ଜୋର ଚର୍ଚା ଚାଲିଛି l କିଏ କହୁଛି ଅଜଣା ଗାଡ଼ି ଧକ୍କା ତ ଆଉ କିଏ କହୁଛି ଯୋଜନାବଦ୍ଧ ହତ୍ୟା l ଅପରପକ୍ଷେ ପରିବାର ଲୋକ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି l ପରିବାର ଲୋକ ଙ୍କ ଅଭିଯୋଗକୁ ଭିତ୍ତି କରି ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ପଚରା ଉଚୁରା ପାଇଁ ଥାନାରେ ଅଟକ ରଖା ଯାଇଛି l ଯେଉଁ ଦୁଇ ଜଣ ବ୍ୟକ୍ତି ଗତ ରାତିରେ ହିଁ ବଣ୍ଟି ବ୍ୟବହାର କରୁଥିବା ମୋବାଇଲକୁ ଆଣି ବଣ୍ଟି ର ସମ୍ପର୍କୀୟଙ୍କୁ ଡାକ୍ତରଖାନାକୁ ଆସି ଦେଇଥିଲେ l ସେ ବାପପୁଅ ଦୁଇ ଜଣଙ୍କୁ ଉତ୍ୟକ୍ତ ଗାମବାସୀ ଆକ୍ରମଣ ମଧ୍ୟ କରିଥିଲେ l ପୁଲିସ ସେ ଦୁହିଁଙ୍କୁ ଉତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ l 

ସୂଚନା ଥାଉକି, ଗତକାଲି (ଶନିବାର) ପ୍ରାୟ ପାଞ୍ଚ କି ସାଢେ଼ ପାଞ୍ଚ ଘଣ୍ଟା ସମୟରେ ବଣ୍ଟି ସେରଗଡ଼ ଗ୍ରାମକୁ ଭଲିବଲ ଖେଳି ଯାଉଛି କହି ନିଜ ପଲ୍ସର୍ ବାଇକ ରେ ଘରୁ ବାହାରିଥିଲେ l ହେଲେ ସନ୍ଧ୍ୟା ପ୍ରାୟ ସାତ କି ସାଢେ଼ ସାତ ଘଣ୍ଟା ସମୟରେ ପରିବାର ଲୋକ ଖବର ପାଇଲେ ବଣ୍ଟି ର ବାଇକ ଦୁର୍ଘଟଣା ହୋଇଯାଇଛି l ତାକୁ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି l ପରିବାର ଲୋକ ଆସି ଦେଖିଲା ବେଳକୁ ବଣ୍ଟି ମୃତ୍ୟୁ ବରଣ କରି ସାରିଛି l ବଣ୍ଟି ର ମୁଣ୍ଡ ରେ ମାଡ ହୋଇ ନାକରୁ ରକ୍ତ ସ୍ରାବ ହୋଇଥିବା ବେଳେ ଗୋଟିଏ ଆଖି ରେ ଗୁରୁତର ଆଘାତ ହୋଇଥିବା ଦେଖାଯାଇଛି l କିନ୍ତୁ ଦେହରେ କିଛି ଦାଗ ଦେଖିବାକୁ ମିଳି ନଥିଲା l ତା ବାଇକ ମଧ୍ୟ ସେଭଳି କୌଣସି କ୍ଷତି ହୋଇ ନଥିବା ଦେଖା ଯାଇଥିଲା l ଏଭଳି ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ବଣ୍ଟି ର ମୃତ୍ୟୁ ଯେ ଦୁର୍ଘଟଣାରେ ହୋଇଛି l ଏକଥା ପରିବାର ଲୋକ ସ୍ବୀକାର କରି ପାରୁନାହାନ୍ତି l ଏହା ଯେ ପ୍ରେମ ଜନିତ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି l ବଣ୍ଟି ର ଡ୍ର ଭାଙ୍ଗିବା ପରେ ଗୋଟିଏ ଶାଢୀ , ଟିଫିନ୍ ଡବା, ରାଧାକୃଷ୍ଣ ମୂର୍ତ୍ତି, କିଛି ଚିଠି ମିଳିଥିବା ସୂଚନା ମିଳିଛି l 

ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି l ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲେଇଛି l 

ମଦନପୁର – ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା…. କଟାମୁଣ୍ଡ ଉଦ୍ଧାର

masiha

ରାତି ଅଧରେ ଭୀମକେଲା ଗାଁରୁ ଚୋରି

Sunil Chandra Nayak

ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି 

Sunil Chandra Nayak

Leave a Comment

error: Content is protected !!