ମ.ରାମପୁର,୧୩/୦୮(ମସୀହା): ମ. ରାମପୁର ଥାନା ଅନ୍ତର୍ଗତ ଆମ୍ବଗାଁ ବାବୁପଡ଼ା ର ବଣ୍ଟି ମହାଖୁଡ (୨୨) ଗତକାଲି ସନ୍ଧ୍ୟାରେ (ମ.ରାମପୁର – ଭବାନୀପାଣା ରାସ୍ତା) ବୁରାଟ ନିକଟ ରାସ୍ତା ଉପରେ ଅତି ଗୁରୁତର ଅବସ୍ଥାରେ ପଡ଼ିଥିଲେ l ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ତୁରନ୍ତ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବଣ୍ଟି ର ମୃତ୍ୟ ଦୁର୍ଘଟଣାରେ ହୋଇଛି ନା ହତ୍ୟା କରା ଯାଇଛି l ଏବେ ଏଇ ଘଟଣାକୁ ନେଇ ଜୋର ଚର୍ଚା ଚାଲିଛି l କିଏ କହୁଛି ଅଜଣା ଗାଡ଼ି ଧକ୍କା ତ ଆଉ କିଏ କହୁଛି ଯୋଜନାବଦ୍ଧ ହତ୍ୟା l ଅପରପକ୍ଷେ ପରିବାର ଲୋକ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି l ପରିବାର ଲୋକ ଙ୍କ ଅଭିଯୋଗକୁ ଭିତ୍ତି କରି ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ପଚରା ଉଚୁରା ପାଇଁ ଥାନାରେ ଅଟକ ରଖା ଯାଇଛି l ଯେଉଁ ଦୁଇ ଜଣ ବ୍ୟକ୍ତି ଗତ ରାତିରେ ହିଁ ବଣ୍ଟି ବ୍ୟବହାର କରୁଥିବା ମୋବାଇଲକୁ ଆଣି ବଣ୍ଟି ର ସମ୍ପର୍କୀୟଙ୍କୁ ଡାକ୍ତରଖାନାକୁ ଆସି ଦେଇଥିଲେ l ସେ ବାପପୁଅ ଦୁଇ ଜଣଙ୍କୁ ଉତ୍ୟକ୍ତ ଗାମବାସୀ ଆକ୍ରମଣ ମଧ୍ୟ କରିଥିଲେ l ପୁଲିସ ସେ ଦୁହିଁଙ୍କୁ ଉତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ l
ସୂଚନା ଥାଉକି, ଗତକାଲି (ଶନିବାର) ପ୍ରାୟ ପାଞ୍ଚ କି ସାଢେ଼ ପାଞ୍ଚ ଘଣ୍ଟା ସମୟରେ ବଣ୍ଟି ସେରଗଡ଼ ଗ୍ରାମକୁ ଭଲିବଲ ଖେଳି ଯାଉଛି କହି ନିଜ ପଲ୍ସର୍ ବାଇକ ରେ ଘରୁ ବାହାରିଥିଲେ l ହେଲେ ସନ୍ଧ୍ୟା ପ୍ରାୟ ସାତ କି ସାଢେ଼ ସାତ ଘଣ୍ଟା ସମୟରେ ପରିବାର ଲୋକ ଖବର ପାଇଲେ ବଣ୍ଟି ର ବାଇକ ଦୁର୍ଘଟଣା ହୋଇଯାଇଛି l ତାକୁ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି l ପରିବାର ଲୋକ ଆସି ଦେଖିଲା ବେଳକୁ ବଣ୍ଟି ମୃତ୍ୟୁ ବରଣ କରି ସାରିଛି l ବଣ୍ଟି ର ମୁଣ୍ଡ ରେ ମାଡ ହୋଇ ନାକରୁ ରକ୍ତ ସ୍ରାବ ହୋଇଥିବା ବେଳେ ଗୋଟିଏ ଆଖି ରେ ଗୁରୁତର ଆଘାତ ହୋଇଥିବା ଦେଖାଯାଇଛି l କିନ୍ତୁ ଦେହରେ କିଛି ଦାଗ ଦେଖିବାକୁ ମିଳି ନଥିଲା l ତା ବାଇକ ମଧ୍ୟ ସେଭଳି କୌଣସି କ୍ଷତି ହୋଇ ନଥିବା ଦେଖା ଯାଇଥିଲା l ଏଭଳି ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ବଣ୍ଟି ର ମୃତ୍ୟୁ ଯେ ଦୁର୍ଘଟଣାରେ ହୋଇଛି l ଏକଥା ପରିବାର ଲୋକ ସ୍ବୀକାର କରି ପାରୁନାହାନ୍ତି l ଏହା ଯେ ପ୍ରେମ ଜନିତ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି l ବଣ୍ଟି ର ଡ୍ର ଭାଙ୍ଗିବା ପରେ ଗୋଟିଏ ଶାଢୀ , ଟିଫିନ୍ ଡବା, ରାଧାକୃଷ୍ଣ ମୂର୍ତ୍ତି, କିଛି ଚିଠି ମିଳିଥିବା ସୂଚନା ମିଳିଛି l
ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି l ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲେଇଛି l