ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଫେରାର୍ । ଭିଜିଲାନ୍ସ ମାଡ଼ି ବସିଲାବେଳେ ଚମ୍ପଟ ମାରିଲେ ମୁକୁନ୍ଦ।ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ।

 ଏକ ମାମଲା ରଫାଦଫା ପାଇଁ ୩,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌ । ଧରା ପଡିଲେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ ହେଲେ ଖସିଗଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ।କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଛି।  

ଏକ ମାମଲା ରଫାଦଫା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କୁ ୩,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ । ଟଙ୍କା ନେବା ପୂର୍ବରୁ ଭିଜିଲାନ୍ସ ଟିମ୍‌ ଉକ୍ତ ସ୍ଥାନରେ ଛକି ବସିଥିଲା । ରଙ୍ଗ ବୋଳା ଟଙ୍କା ନେବା ମାତ୍ରେ ଅତର୍କିତ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଚଢାଉ କରିବା ବେଳେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ ଧରା ପଡ଼ିଥିଲେ । ହେଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏଏସ୍‌ଆଇଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଉଦ୍ୟମ ଜାରି ରଖିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏକକାଳୀନ ୮ ଠିକଣାରେ ଚଢ଼ଉ ଜାରି

Sunil Chandra Nayak

ଧର୍ମଗଡ଼: ଦେଶୀ ମଦ ଭାଟିରେ ସଶସ୍ତ୍ର ଡ଼କାୟତି ଘଟଣା। ୧୧ ଟି ଜିଲ୍ଲାର ପୋଲିସ ସହାୟତାରେ ୮ ଆନ୍ତଃ ରାଜ୍ୟ ଡକାୟତ ଗିରଫ। ୩କୋଟି ୫୧ ହଜାର ଟଙ୍କା ଉଦ୍ଧାର।

masiha

Leave a Comment

error: Content is protected !!