ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ

କୋକସରା,୭/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତରୁ ସୁପାଡ଼ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଏକ ପରିତ୍ୟକ୍ତ ରାଇସ ମିଲ ରେ ଘୁଡୁଘୁଡି ପଟି ଜୁଆ ଖେଳ ଶୁକ୍ରବାର ବିଳମ୍ବିତ ରାତିରେ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇବା କୋକସରା ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଜୁଆଡି ମାନେ ପୁଲିସ ଆସିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ପକ୍ଷରୁ ଘୁଡୁଘୁଡି ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହ ୧୫ ବାଇକ ଓ ନଗଦ ୩୩ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଜବତ ହୋଇଥିବା ୧୫ ବାଇକକୁ ପୁଲିସ ଜବତ କରିଛି । ରାତିରେ ୯ ଜଣ ଜୁଆଡିଙ୍କୁ ଅଟକ ରଖି ପରେ ଥାନା ବେଳ ବଣ୍ଡରେ ଛଡା ଯାଇଥିବା ସୂଚନା ମିଳିଛି। ଏନେଇ କୋକସରା ଥାନା ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ସୂଚନା ମିଳିବା ପରେ ଶୁକ୍ରବାର ରାତିରେ ଚଢ଼ାଉ ହୋଇଥିଲା । ୧୫ ବାଇକ ସହ ୩୩ ହଜାର ଟଙ୍କା ଓ ଘୁଡୁଘୁଡି ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏ ସଂକ୍ରାନ୍ତରେ କୋକସରା ଥାନା କେଶ ନମ୍ବର ୮୩/୨୪ ଓ (୩) ଓପିଜି ଧାରାରେ କେଶ ପଞ୍ଜିକୃତ ହୋଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

ସୁନା ଦୋକାନ ରୁ ଚୋରୀ ଅଭିଯୋଗ

Sunil Chandra Nayak

ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ

Sunil Chandra Nayak

Leave a Comment

error: Content is protected !!