ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

କେନ୍ଦ୍ରାପଡ଼ା,: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଉତପ୍ତ ଲହରୀ । ଏହାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିରୋ କାଜୁଆଲିଟିକୁ ଗୁରୁତ୍ୱାରୋପ କରୁଥିବା ଜିଲ୍ଲା ପ୍ରଶାସନ ସାଧାରଣଙ୍କ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ଜାରି କରିଛି ଟୋଲ୍ ଫ୍ରି ନମ୍ବର ୧୦୭୭ । ଏହା ସହ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ତ ପ୍ରକାର ସମସ୍ୟା ବାବଦରେ ମଧ୍ୟ ୦୬୭୨୭-୨୩୨୮୦୩ ନମ୍ବରରେ ଯୋଗାଯୋଗ କରିପାରିବେ କେନ୍ଦ୍ରାପଡ଼ାବାସୀ । ଟିପିସିଓଡିଏଲ ସଂସ୍ଥାକୁ ଗ୍ରୀଷ୍ମ ପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କାଳବୈଶାଖୀ ଜନିତ ବିଦ୍ୟୁତ୍ ସରବରାହରେ ବ୍ୟାହତ ଦିଗରେ ସତର୍କ ରହିବା ସଙ୍ଗେସଙ୍ଗେ ବିଦ୍ୟୁତ୍ ଯୋଗାଣ ପାଇଁ କର୍ମଚାରୀଙ୍କୁ ସଜାଗ ରଖିବାକୁ କୁହାଯାଇଛି । ବିଦ୍ୟୁତ୍‌କାଟ ସମ୍ପର୍କରେ ଗୋଟିଏ ଦିନ ପୂର୍ବରୁ ମାଇକ୍‌ରେ ପ୍ରଚାର, ପ୍ରିଂଟ୍ ଅବା ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ବିଭାଗକୁ ପଶୁ ସମ୍ପଦର ସୁରକ୍ଷା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷକମାନେ ସେମାନଙ୍କର ଗୃହପାଳିତ ପ୍ରାଣୀଙ୍କ ଯତ୍ନ ନେବା ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ସେମାନଙ୍କୁ ବାହାରକୁ ନଛାଡ଼ିବାକୁ ପରାମର୍ଶ ଦେବା ପାଇଁ ବିଭାଗକୁ ଅବଗତ କରାଯାଇଛି । ଦିନ ୧୧ରୁ ୩ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ପାନୀୟ ଜଳ, ଓଆର୍‌ଏସ୍‌, ଫାଷ୍ଟ ଏଡ୍ ଓ ଛାୟା ପ୍ରଦାନକାରୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରିବାକୁ ସଂପୃକ୍ତ ଅନୁଷ୍ଠାନ ଅବା ସଂସ୍ଥାର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶ୍ରମ ବିଭାଗକୁ କୁହାଯାଇଛି । ଅଂଶୁଘାତ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗରେ ପର୍ଯ୍ୟାନ୍ତ ପରିମାଣର ଓଆର୍‌ଏସ୍ ପ୍ୟାକେଟ୍‌, ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା, ଆବଶ୍ୟକୀୟ ମେଡିସିନ୍ ମହଜୁଦ୍ ରଖିବା, ୨୪ଢ୭ କଂଟ୍ରୋଲ ରୁମ୍‌, ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ବିଶେଷ ପ୍ରଶିକ୍ଷଣ ପ୍ରଦାନ ସହ ଭ୍ରାମ୍ୟମାଣ ହେଲ୍‌ଥ୍ ୟୁନିଟ୍ ଗଠନ କରାଯାଇଛି । ସ୍ଥାନୀୟ ବିଡିଓ, ପ୍ରାଣୀ ଚିକିତ୍ସାଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପରାମର୍ଶ କରି ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ । ଜଳକ୍ଲିଷ୍ଟ ଅଂଚଳରେ ଟ୍ୟାଙ୍କର୍ ଯୋଗେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଅଚଳ ନଳକୂପର ମରାମତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ପାଂଚ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଆଦି ଲୋକଙ୍କ ଡିହାଇଡ୍ରେସନ୍ ସମସ୍ୟା ଏଡ଼ାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅଙ୍ଗନୱାଡ଼ି କର୍ମୀଙ୍କୁ କୁହାଯାଇଛି । ଗାଡ଼ି ଚାଳକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବା ସମୟ ସକାଳ ୭ଟାରୁ ଦିନ ୧୧ କରିଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସ୍କୁଲ୍‌ର ସମୟ ହୋଇଛି ସକାଳ ୬.୩୦ରୁ ଦିନ ୧୦ଟା । ବିଦ୍ୟାଳୟରେ ପାନୀୟ ଜଳର ସୁବନ୍ଦୋବସ୍ତ କରିବା ସହ ଯଥେଷ୍ଟ ପରିମାଣର ଓଆର୍‌ଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତ ଜନିତ ମୃତ୍ୟୁ ଖବର ୨୪ ଘଂଟା ମଧ୍ୟରେ ଜିଲ୍ଲା ପ୍ରଶାସନକୁ ଜଣାଇବା ସହ ଡାକ୍ତର ଓ ସ୍ଥାନୀୟ ତହସିଲହାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟ ୩୬ ଘଂଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିସନର୍‌ଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମାର୍କଫେଡ୍ ଡାଇରେକ୍ଟର୍ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ଦେବରାଜ ମାଝୀ ନିର୍ବାଚିତ 

Sunil Chandra Nayak

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ “ସି ଏମ କିସାନ” ସହାୟତା ରାଶି ହସ୍ତାନ୍ତର lନବରଙ୍ଗପୁର ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ୟମରେ “ସି ଏମ କିସାନ” ସହାୟତା ରାଶି ପ୍ରଦାନ 

Sunil Chandra Nayak

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!