ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସଵ ଅନୁଷ୍ଠିତ

ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସଵ ଅନୁଷ୍ଠିତ

କୋକସରା,୭/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନୂତନ ଶିକ୍ଷା ବର୍ଷରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ନେଇ ଶନିବାର ବିଦ୍ୟାଳୟ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଅପ୍ରେଲ ୨ ତାରିଖ ଠାରୁ ପ୍ରବେଶ ଉତ୍ସଵ ଆରମ୍ଭ ହୋଇଥିବା ବେଳେ ଶନିବାର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ତତ୍ତ୍ୱାବଧାନରେ ଲୋକଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଏକ ରେଲିରେ ବାହାରି ଶିକ୍ଷାର ମହତ୍ଵ ବୁଝାଇବା ସହ ନାମ ଲେଖାଇ ଶିକ୍ଷା ଗ୍ରହଣ କରିବାକୁ ସଚେତନ କରିଥିଲେ। ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକସୁରଜ ତାଣ୍ଡି, ଅମୂଲ୍ୟ ନାଏକ, ଲିଜୟାନନ୍ଦ ସାହୁ, ଦୟା ସାଙ୍ଗ ନାଏକ, ସୁରଜ ଗଣ୍ଡ, ବିଶ୍ବମ୍ବର ଧ. ମାଝୀ, ଲୋକନାଥ ରାଉତ, ପ୍ରଶାନ୍ତ କୁମାର ପଣ୍ଡା, ବିନିତ କୁମାର ମିଶ୍ର, ଲୋକନାଥ ସାହୁ, ସରୋଜ କୁମାର ପଡ଼ିହାରି, କିରାଣୀ ଭୁତରାମ ହଂସ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅବସର ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଜେଡି କାଉନସିଲରଙ୍କ ପରଲୋକ 

Sunil Chandra Nayak

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

masiha

ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!