ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର 

ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର 

କଟକ : ସାରସ୍ୱତ ଅନୁଷ୍ଠାନ ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ବର୍ଷ ଶେଷ ବନ୍ଧୁମିଳନ, “ସମୟର ନଦୀ ତୀରେ” ଶୀର୍ଷକ କବିତା ଆସର ଏବଂ ସଭା, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଖୁବ ଆନନ୍ଦ ଉଲ୍ଲାସରେ ଗତିରାଉତପଟଣା ଡିହସାହି ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭପତି ଚୈତନ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବକୁ ଖ୍ୟାତନାମା ଗୀତିକବି ବାବାଜୀ ଚରଣ ଜେନା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ପ୍ରମିଳା ପତି,ସମ୍ମାନୀତ ଅତିଥି ଭାବରେ ଆଇନିଜୀବୀ ତଥା ସାହିତ୍ୟିକ ପତିତପାବନ ମହାପାତ୍ର,ପୃଷ୍ଠଭୂମି ସମ୍ପାଦକ କୈଳାଶ ଚନ୍ଦ୍ର ଜେନା,ଡ଼ଃ. ପଣ୍ଡିତ ଚୈତନ୍ୟ କୁମାର ସାହୁ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ ଡ.ବୈଜୟନ୍ତୀ ମାଳା ଶତପଥୀ ଯୋଗଦେଇ “ସମୟର ନଦୀ ତୀରେ” ଶୀର୍ଷକ ଆଲୋଚନା କରିବା ସହିତ ପୁରାତନ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷ ୨୦୨୫କୁ ଆହ୍ୱାନ କରିଥିଲେ। ଅତିଥି ମାନଙ୍କ କରକମଳରେ ଡ଼ଃ.ଶତପଥୀଙ୍କ ସମ୍ପାଦନାରେ ଏକ ପତ୍ରିକା ଫର୍ଦ୍ଦ ‘ଧୀ’ ଉନ୍ମୋଚିତ ହୋଇଥିଲା । ସମସ୍ତ ଅତିଥି ଉପସ୍ଥିତ ସାହିତ୍ୟିକ ମାନଙ୍କୁ ନଵ ବର୍ଷର ଶୁଭେଚ୍ଛା ଜ୍ଞାପନ କରିବା ସହିତ ସାରା ବିଶ୍ୱର ମଙ୍ଗଳ କାମନା କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ଅତିଥି ପରିଚୟ ସହିତ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସମ୍ପର୍କ ସାହିତ୍ୟ ଓ ସଂସ୍କୃତି ସଂସଦ,ଜଗତପୁରର ସାଧାରଣ ସମ୍ପାଦକ,କବି ମନୋରଞ୍ଜନ ପଣ୍ଡା ଏବ ଯୁବ କବୟିତ୍ରୀ ପ୍ରଜ୍ଞା ପରମିତା ପ୍ରଧାନଙ୍କ ସଂଯୋଜନାରେ ୪୦ରୁ ଉର୍ଦ୍ଧ୍ୱ କବି, କବୟିତ୍ରୀ ପ୍ରଦତ୍ତ ଶୀର୍ଷକରେ ସ୍ୱରଚିତ କବିତା ପାଠ କରିଥିଲେ। ବହୁଗୁଣର ଅଧିକାରୀ ଯୁବ ପ୍ରତିଭା ସୁଶୀଲ କୁମାର ରାଉତ ଏବଂ ବରିଷ୍ଠ ଦମ୍ପତି ସୌରମୋହନ ଉଦ୍ଗାତା ଓ ଡକ୍ଟର ବୈଜୟନ୍ତୀ ମାଳା ଶତପଥୀଙ୍କୁ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ଭାବରେ ସମ୍ମାନୀତ କରାଯାଇଥିଲା । କବି ଛବିରାମ ସେଠୀ ମଧ୍ୟ ବାଣଭୋଜୀ ଅବସରରେ ଉତ୍ସାହଜନକ ପ୍ରଦର୍ଶନ ପାଇଁ ପ୍ରମିଳା ପତି,ନିରୁପମା ମିଶ୍ର, କୈଳାଶ ଚନ୍ଦ୍ର ଜେନା,ଚୈତନ୍ୟ ରାଉତ ଏବଂ ସୁଶୀଲ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ କେକ୍ କାଟି ଆନନ୍ଦରେ ନାଚି ଗାଇ ସମସ୍ତ କବିବନ୍ଧୁ ଇଂରାଜୀ ନବବର୍ଷକୁ ସ୍ୱାଗତ କରିବା ସହିତ ପରସ୍ପରକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଅନୁଷ୍ଠାନର ଉପସଭାପତି ଡକ୍ଟର ସନ୍ତୋଷ କୁମାର ପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ। ଡେଜି ରାଉତ,ଦୀପିକା ପ୍ରଧାନ,ଅବିନାଶ ଜେନା,ଅଭିଜିତ ଜେନା ଶକ୍ତିସ୍ୱରୂପ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ତିନି କିଲୋମିଟର ଚାଲିଚାଲି ଯାଇ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ 

masiha

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!