ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଧରାକୋଟ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଆସିକା, ୭/୧/୨୫ // ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 29 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ,ମୁଖ୍ୟ ବକ୍ତା ଭାବେ ଧରାକୋଟ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ସୁଜିତ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ, ମୁଣ୍ଡମରାଇ କଲେଜ ଅଧ୍ୟକ୍ଷ ଦିଗାମ୍ବର ବିଶୋଇ, ଏସ ବି ଆଇ ଶାଖା ପରିଚାଳକ ଗୌତମ ରାଉତ, ଖେମ୍ବେୟା ଦୋରା କଲେଜ ଅଧ୍ୟାପକ ସଞ୍ଜୟ ଷଡ଼ଙ୍ଗୀ, ଜବାହର ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲଡୁ କିଶୋର ବେହେରା ଓ ଧରାକୋଟ ଥାନାର ପୋଲିସ ଅଧିକାରୀ ସୁସ୍ମିତା ମଗର ଯୋଗଦେଇ ଶୃଙ୍ଖଳା ଜ୍ଞାନ,ଉଚ୍ଚ ଅଭିଳାଷ,ପ୍ରତିଦ୍ବନ୍ଦିତା ମୂଳକ ଯୁଗରେ ଆଗକୁ ବଢ଼ିବାର ସଂକଳ୍ପ ନେଇ ଚାଲିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଇଂରାଜୀ ଅଧ୍ୟାପକ ବଳରାମ ସ୍ୱାଇଁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଓଡିଆ ଅଧ୍ୟାପିକା ଶୁଭସ୍ମିତା ନାୟକ ସ୍ବାଗତଭାଷଣ ପ୍ରଦାନ କରିଥିଲେ।ଓଡିଆ ଅଧ୍ୟାପିକା ଆସାଞ୍ଜଳୀ ଦଳାଇ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଅର୍ଥନୀତି ଅଧ୍ୟାପିକା ଖିରାବ୍ଦୀ ସାହୁ ଓ ଇତିହାସ ବିଭାଗ ଅଧ୍ୟାପିକା ରାଜଶ୍ରୀ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

BIKAS PADHI ENTERS ETERNITY 

Sunil Chandra Nayak

ଵାରିପଦାରେ ଶିଶିର ମୁନ୍ଦୁୟାଙ୍କ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦାନ 

Sunil Chandra Nayak

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ ଗ୍ରାମ ଗୁଡିକ ରେ ପାଳିତ ହେଲା “ପୁଷ ପରବ ” 

masiha

Leave a Comment

error: Content is protected !!