ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ  ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ବଭାବ ସୃଷ୍ଟି ପାଇଁ ଗୁରୁତ୍ୱାରୋପ 

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ 

ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ବଭାବ ସୃଷ୍ଟି ପାଇଁ ଗୁରୁତ୍ୱାରୋପ 

 ରାଉରକେଲା: ପୁରୀ ଲୋକନାଥ ରୋଡ ସ୍ଥିତ ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିସରରେ ରାଷ୍ଟ୍ରିୟ ସର୍ଦ୍ଦାର ପଟେଲ ବିଚାର ମଞ୍ଚ ଓ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ତରଫରୁ ଏକ ଜାତୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପୁରୀ ଜିଲ୍ଲା ସଭାପତି ଶ୍ରୀଧର ଜେନା ଓ ଉପଦେଷ୍ଟା ତଥା କାର୍ଯ୍ୟକ୍ରମର ଆବାହକ ସୁକାନ୍ତ କିଶୋର ସାମନ୍ତରାୟ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ସମାବେଶରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ମୁଖ୍ୟଅତିଥି, ସ୍ବତନ୍ତ୍ର ଅତିଥି ଭାବେ ରାଜସ୍ଥାନର ରାଷ୍ଟ୍ରିୟ ସର୍ଦ୍ଦାର ପଟେଲ ବିଚାର ମଞ୍ଚ ର ମୁଖ୍ୟ ଅଶୋକ ଜୀ ପଟ୍ଟଦାର, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ ନବଘନ ପରିଡ଼ା, ସମ୍ମାନିତ ବକ୍ତା ଭାବେ ମଧୁସୂଦନ ଦାସ ବିଚାର ମଞ୍ଚ ର ସଭାପତି ପ୍ରଫେସର ଡ ବାୟାମନୁ ଚର୍ଚ୍ଚି, ସମ୍ମାନିତ ଅତିଥି ଭାବେ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ,ପୁରୀ ପ୍ରାକ୍ତନ ନଗରପାଳ ଗୈାରହରି ପ୍ରଧାନ, ରାଜ୍ୟ କଞ୍ଜୁମର ଅଧ୍ୟକ୍ଷ ସୈାମେନ୍ଦ୍ର ଜେନା, ସମ୍ପାଦକ ପତିତପାବନ ଜେନା, ଗଞ୍ଜାମ ରୁ ବଂଶୀଧର ନାୟକ, କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଅନୁଷ୍ଠାନକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସମସ୍ତ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ୧୮୬୬ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସାମାଜିକ ପ୍ରତିବଦ୍ଧତା, ଦାୟିତ୍ଵବୋଧ ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ତଥା ନିଜର ସ୍ପଷ୍ଟନୀତି କୁ ଦୃଢ଼ତାର ସହ ଉପସ୍ଥାପିତ କରିବାକୁ ହେଲେ ଐକ୍ୟବଦ୍ଧତା କୁ ଗୁରୁତ୍ୱ ଦେବାକୁ ହେବ। ଏଥିପାଇଁ ଅନେକ ବିଭିନ୍ନ ଉଦାହରଣ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ ମା,ମାଟି,ଜାତି ପାଇଁ ସମର୍ପିତ ଭାବ,ପୁରୀ ସହରରେ ଡ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଓ ଜିଲ୍ଲାର ୧୧ଟି ବ୍ଲକରେ ଖଣ୍ଡାୟତ ଚଷା ପାଇକ ଜାତି ପାଇଁ କମ୍ୟୁନିଟି ସେଣ୍ଟର୍ ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇଥିଲେ। ମୁଖ୍ୟବକ୍ତା ପ୍ରଫେସର ଡ ପରିଡ଼ା ସଂସ୍କୃତି କୁ ଜାଣିବା, ଶିକ୍ଷା ରେ ସଂସ୍କୃତି ଓ ସଂସ୍କୃତ ର ଉପଯୋଗିତା ତଥା ଜାତିର ସଂଜ୍ଞା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ବକ୍ତା ଡ଼ଃ ଚର୍ଚ୍ଚି ଜାତିର ଅବକ୍ଷୟମୁଖି ପାଇଁ ଚିନ୍ତା ବ୍ୟକ୍ତ କରିବା ସହ ଖଣ୍ଡାୟତ ଙ୍କର ତିନି ପ୍ରକାର ଅସୀଜୀବୀ,ମସୀଜୀବୀ ଓ କୃଷିଜୀବୀ ସମ୍ପର୍କରେ ଆଲୋଚନା କରିଥିଲେ। ଜାତି ପାଇଁ ସମର୍ପିତ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି, ରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜ ଙ୍କ ଅବଦାନ ଓ ଯୁବପିଢୀ ଙ୍କୁ ସୁଯୋଗ ଦେବାକୁ ଗୁରୁତ୍ୱାରୋପ କରିଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀ ପଟ୍ଟିଦାର ତାଙ୍କ ବକ୍ତବ୍ୟରେ ସଂଗଠନକୁ ସୁଦୃଢ ଓ ସର୍ଦ୍ଦାର ପଟେଲ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଆହ୍ବାନ ଦେଇଥିଲେ। ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ରେ ଜାତିଭାଇ ମାନେ ଅଧିକ ସଂଖ୍ୟାରେ ଥିବାରୁ ତଥା ଓଡିଶାରେ ଜାତିଭାଇ ଅଧିକ ସଂଗଠିତ ହେବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ନବକୃଷ୍ଣ ବରାଳ, ନରେନ୍ଦ୍ର ପଲେଇ, କାମେଶ୍ବର ମହାନ୍ତି, ରତ୍ନାକର ରାଉତରାୟ, ଦୁର୍ଯୋଧନ ଜେନା, ତରୁଣ କୁମାର ସ୍ବାଇଁ , ଆଇନଜୀବୀ ଭାସ୍କର ଜେନା, ପଞ୍ଚାନନ ବିଶ୍ବାଳ, ପ୍ରତାପ ଚନ୍ଦ୍ର ଜେନା ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ବିଭୁଦତ୍ତ ଭିକାରୀ ଚରଣ ଜେନା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସଞ୍ଜୁକ୍ତା ଜେନା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପବିତ୍ରମୋହନ ପ୍ରଧାନଙ୍କ ବିଶେଷାଙ୍କ ଶବ୍ଦ ସୁରଭି କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ, ଗୁଜରାଟ, ବ୍ରହ୍ମଗିରି, କଣାସ, ରାଉରକେଲା, ପଟ୍ଟାମୁଣ୍ଡାଇ, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ପିପିଲି, ସତ୍ୟବାଦୀ, ବ୍ରହ୍ମପୁର,ପୁରୀ, ଗଞ୍ଜାମ,ସିଉଳି ମହିବୀର ସଦର, ଢେଙ୍କାନାଳ ପ୍ରମୁଖ ଅଞ୍ଚଳର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ କୈଳାଶ ଚନ୍ଦ୍ର ବରାଳ, କୈଳାଶ ଚନ୍ଦ୍ର ପଟ୍ଟିଦାର ଓ ଅନ୍ୟମାନେ ସହଯୋଗ କରିଥିଲାବେଳେ ଶେଷରେ ଦ୍ବିଜବର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

Sunil Chandra Nayak

ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ…. ୯ରେ ଜୁନାଗଡ଼, ୧୨ରେ ଭବାନୀପାଟଣାରେ ସ୍ବତନ୍ତ୍ର ବୈଠକ ପାଇଁ ନିର୍ଦ୍ଦେଶ

masiha

ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ

Sunil Chandra Nayak

Leave a Comment

error: Content is protected !!