ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପାଇଁ ଆନ୍ଦୋଳନ ଉପରେ ଗୁରୁତ୍ୱାରୋପ ଭବାନୀପାଟଣାରେ ମୂଳନିବାସୀ ବହୁଜନ ମିଳିତ ମହାସଂଘର ବୁଦ୍ଧିଜୀବୀ ସମାବେଶ

ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପାଇଁ ଆନ୍ଦୋଳନ ଉପରେ ଗୁରୁତ୍ୱାରୋପ

ଭବାନୀପାଟଣାରେ ମୂଳନିବାସୀ ବହୁଜନ ମିଳିତ ମହାସଂଘର ବୁଦ୍ଧିଜୀବୀ ସମାବେଶ

ଭବାନୀପାଟଣା, ୨୫/୦୫-ଦଳିତ, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ ଲୋକଙ୍କ ସାମ୍ବିଧାନିକ ହକ ଓ ଅଧିକାର ଉପରେ ସଂଘର୍ଷ କରିବା ସହିତ ଏହି ସମାଜର ମୁକ୍ତି ପାଇଁ ସମ୍ପୂର୍ଣ୍ଣ କ୍ରାନ୍ତିର ଆବଶ୍ୟକତା ରହିଛି। ଓଡିଶାର ବିଭିନ୍ନ ବହୁଜନ ସଂଗଠନ ମଧ୍ୟରେ ଏକତା ଓ ଉତ୍ତମ ବୁଝାମଣା ସୃଷ୍ଟି କରିବା, ବହୁଜନଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପାଇଁ ଆନ୍ଦୋଳନ କରିବା ଆଜିର ପ୍ରମୁଖ ଆହ୍ୱାନ ଓ ମୂଳନିବାସୀ ବହୁଜନ ମିଳିତ ମହାସଂଘର ଏହା ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୋଲି ଆଜି ମହାସଂଘର ବୁଦ୍ଧିଜୀବୀ ସମାବେଶରେ ମତ ପ୍ରକାଶ ପାଇଛି। ଆଜି ସ୍ଥାନୀୟ ନକ୍ଟିଗୁଡାସ୍ଥିତ ଆମ୍ବେଦକର ଭବନଠାରେ ମହାସଂଘ ତରଫରୁ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶ ପ୍ରାରମ୍ଭରେ ଭଗବାନ ବୁଦ୍ଧ ଓ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ତ୍ରିଶରଣ ଓ ପଞ୍ଚଶୀଳ ଗାନ କରାଯାଇଥିଲା। ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ସ୍ୱାଗତ ଅଭିଭାଷଣ ଦେବା ସହିତ ମହାସଂଘର ଲକ୍ଷ୍ୟ, ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ମହାସଂଘ ତରଫରୁ ଆହୂତ ଏହି ସମାବେଶରେ ଗୁରୁଚରଣ ହରିପାଲ, ଶ୍ରୀବତ୍ସ ତାଣ୍ଡି, ଯତୀନ୍ଦ୍ର କର, ଏସ. ସୁଜାତା, ଧନୁର୍ଯ୍ୟୟ ନାଏକ, ଶଶୀଭୁଷଣ ମଙ୍ଗରାଜ, ହାତୀରାମ ଦୁର୍ଗା, ରାମ ସେନାପତି, ମୁନିଆ ସିପକା, ଲୋକନାଥ ନାଗ, ଯୁଧିଷ୍ଠିର ଭଗତ, କବିତା ବାଗ, ବିଜୟାଲକ୍ଷ୍ମୀ ସ୍ବର୍ଣ୍ଣ, ଡୋଳେଶ୍ୱର ନାଏକ, କମଳା ବିହାରୀ, ଯୋଗେଶ ତାଣ୍ଡି, ଜୟପ୍ରକାଶ ଜାଲ, ବିନୋଦ ନାୟକ, ଖଗପତି ନାଏକ, କାମ୍ପଲ ସେଠିଆ, ରମଣୀ ଦୁରିଆ, ଚିତ୍ରସେନ ମଙ୍ଗରାଜ, ସତ୍ୟାନନ୍ଦ ନାଗ ସ୍ନେହଲତା ଦୁର୍ଗା ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ। ସେହିପରି ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମହାସଂଘର ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଜିଲାପାଳଙ୍କ ଦ୍ଵାରସ୍ଥ 

masiha

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

Leave a Comment

error: Content is protected !!