ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଯୁବ ହଷ୍ଟେଲ ଓଡ଼ିଶା ଶାଖାର ତ୍ରୟ ବାର୍ଷିକ ନିର୍ବାଚନ

ଭାରତୀୟ ଯୁବ ହଷ୍ଟେଲ ଓଡ଼ିଶା ଶାଖାର ତ୍ରୟ ବାର୍ଷିକ ନିର୍ବାଚନ

ରାଉରକେଲା/ ଭାରତୀୟ ଯୁବ ହଷ୍ଟେଲ ଓଡ଼ିଶା ରାଜ୍ୟ ଶାଖାର ତ୍ରୟ ବାର୍ଷିକ ନିର୍ବାଚନ ସଭା ଭୁବନେଶ୍ଵର ସହିଦ ନଗର ସ୍ଥିତ ପ୍ରାଣୀ ଚିକିତ୍ସା ପରିଷଦ ଭବନ ରେ ଅନୁଷ୍ଠିତ ହୋଯାଇଅଛି। ଏଥିରେ ସଭାପତି ଭାବେ, ଅବସର ପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ପୂର୍ବ ଅଧକ୍ଷ, ଡ଼ଃ ସତ୍ୟଜିତ ମହାନ୍ତି , ରାଜ୍ୟ ଶାଖାର ଅଧକ୍ଷ ଭାବେ ପଦ୍ମନାଭ ଦାଭେ, ଉପସଭାପତି ଭାବେ ଡ଼ଃ ରୁଦ୍ର ନାରାୟଣ ପଟ୍ଟନାୟକ,ନାରାୟଣ ପତି, ଡ଼ଃ କମଳାକାନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ବିବେକ ସରାଫ ନିର୍ବାଚିତ ହୋଇଥିବା ବେଳେ, ପ୍ରହଲ୍ଲାଦ ଚନ୍ଦ୍ର ପଟ୍ଟନାୟକ ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।

ପ୍ରଫେସର ଏମ ସତ୍ୟନାରାୟଣ, ଭାରତୀୟ ଯୁବ ହଷ୍ଟେଲ ର ରାଷ୍ଟ୍ରୀୟ କାର୍ଯ୍ୟାଳୟ ତରଫରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅଧକ୍ଷ ପଦ୍ମନାଭ ଡଭେ ସ୍ଵାଗତ ଭାଷଣ ଦେଇଥବାବେଳେ ବିଦାୟୀ ସଭାପତି ତାଙ୍କ ଅଭିଭାଷଣ ରଖିଥିଲେ। ଦାୟିତ୍ଵ ଅଳଙ୍କୃତ କରିସାରିବା ପରେ ନବ ନିର୍ବାଚିତ ସଭାପତି ଶ୍ରୀ ମହାନ୍ତି ଯୁବ ହଷ୍ଟେଲ କାର୍ଯ୍ୟକ୍ରମକୁ ଆହୁରି ଅଧିକ ବ୍ୟାପକ କରିବାକୁ ତଥା କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ। ସଭା ଶେଷରେ ଭାରତୀୟ ଯୁବ ହଷ୍ଟେଲ ର ରାଉରକେଲା ଶାଖା ର ଅଧକ୍ଷ ବୁଦ୍ଧଦେବ ବାସୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

masiha

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

masiha

ଦେବଗିରି ମଠରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!