ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

ଆଜି ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି। ପୂର୍ବତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କରଙ୍କ ଭୁବନେଶ୍ୱର ଭିଜିଲାନସ୍ ଜଜ୍ ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ପ୍ରଧାନ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ବାରିପଦା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ ଦାୟିତ୍ଵ ତୁଲାଇ ଥିଲେ। ଅନୁଗୁଳର ବହୁ ଚର୍ଚ୍ଚିତ ନାବାଳିକା ଧର୍ଷଣ ଓ ହତ୍ୟା ପକ୍ସୋ କେସ ରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇ ସେ ଚର୍ଚ୍ଚା ରେ ରହି ଆସିଥିଲେ। ଧର୍ମଗଡ ଓକିଲ ସଂଘ ତରଫରୁ ଆଜି ଶ୍ରୀ ପ୍ରଧାନ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଭାପତି ଶ୍ରୀ ପ୍ରସନ୍ନ କୁମାର ଅଗସ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ୱାଗତ ସଭାରେ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ଵ ବିସ୍ତୃତ କର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରାଜେଶ କୁମାର ଦାସ, ବରିଷ୍ଠ ଆଇନଜୀବୀ ଶ୍ରୀ ଚିନ୍ତାମଣି ପାତ୍ର, ଶ୍ରୀ ସନ୍ତୋଷ ପାତ୍ର, ଶ୍ରୀ ଲିଙ୍ଗରାଜ ବେହେରା,ଶ୍ରୀ କୃପାସିନ୍ଧୁ ପଣ୍ଡା,ଶ୍ରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଭବାନୀ ଚରଣ ଦାସ, ସରକାରୀ ଓକିଲ ଶ୍ରୀ ଧିରେନ୍ଦ୍ର ନାଥ ପାତ୍ର ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାଗ, ଶ୍ରୀ ଦିଗାମ୍ବର ଦୁରିଆ, ଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଷୀ, ଶ୍ରୀମତି ସଂଯୁକ୍ତା ପଣ୍ଡା, ଶ୍ରୀ ପ୍ରେମଲାଲ ସାଗର, ଶ୍ରୀ ସୁମନ୍ତ ପଣ୍ଡା, ଶ୍ରୀ ସମୀର ମୁଣ୍ଡ , ଶ୍ରୀ ସୁଶାନ୍ତ ଯୋଷୀ, ଶ୍ରୀ ରଞ୍ଜିତ ପଣ୍ଡା,ଶ୍ରୀ ଦିନେଶ ଶର୍ମା, ସହ ସମ୍ପାଦକ ଶ୍ରୀ ଜୟଦ୍ରଥ ମହାନନ୍ଦ, ଉପ ସଭାପତି ଶ୍ରୀ ବିନୋଦ ନାୟକ, କୋଷାଧ୍ୟକ୍ଷ ଶ୍ରୀ ବସନ୍ତ ଠାକୁର ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ। ସମ୍ପାଦକ ଶ୍ରୀ ବିଶ୍ଵନାଥ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଙ୍ଗପୁର ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଜଡ଼ିବୁଟି ଦିବସରେ ଔଷଧୀ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ମାଆ ଓ ପୁଅଙ୍କ ପରିବେଶ ଚିନ୍ତା

Sunil Chandra Nayak

Leave a Comment

error: Content is protected !!