ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ 

ରାଉରକେଲା: ଉଦାହରଣ ଟ୍ରଷ୍ଟ ପକ୍ଷରୁ ସହିଦ୍ ସମ୍ମାନ ସମାରୋହ ଆସନ୍ତା ୨୩ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପାଳନ କରାଯିବ। ଏନେଇ ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହିଦ୍ ପରିବାର ଙ୍କ ସହ ଯୋଗାଯୋଗ, ଅତିଥି ଚୟନ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଅନୁଷ୍ଠାନର ଏହା ଚତୁର୍ଥ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଚଳିତ ବର୍ଷ ୬ଜଣ ସହିଦ୍ ପରିବାରକୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କୁହାଯାଇଥିଲା। ଏହି ବୈଠକରେ ଶ୍ରୀ ତନ୍ତୀଙ୍କ ବ୍ୟତୀତ ଇଂ ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କର ଜେନା, ଡ ହୃଷିକେଶ ନାୟକ, ଏ କେ ସାବତ,ରୋହିତ ମହାନନ୍ଦିଆ, ସଞ୍ଜୟ କୁମାର ପ୍ରଧାନ, କୁଞ୍ଜବିହାରୀ ରାଉତ, ଜିତେନ୍ଦ୍ର ତନ୍ତୀ, ଜୟରାମ ପାତ୍ର ଓ ମଥୁରା ତନ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଟକ ସଦର ଉତ୍କଳ ବିକାଶ ପରିଷଦ ପୁନର୍ଗଠିତ : ସମାଜସେବୀ ପ୍ରଭାତ ସେଠୀ ବରେଣ୍ୟ ସଭାପତି 

masiha

କୁମ୍ଭାରୀ ବଜାରରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!