ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ 

ରାଉରକେଲା: ଉଦାହରଣ ଟ୍ରଷ୍ଟ ପକ୍ଷରୁ ସହିଦ୍ ସମ୍ମାନ ସମାରୋହ ଆସନ୍ତା ୨୩ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପାଳନ କରାଯିବ। ଏନେଇ ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହିଦ୍ ପରିବାର ଙ୍କ ସହ ଯୋଗାଯୋଗ, ଅତିଥି ଚୟନ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଅନୁଷ୍ଠାନର ଏହା ଚତୁର୍ଥ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଚଳିତ ବର୍ଷ ୬ଜଣ ସହିଦ୍ ପରିବାରକୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କୁହାଯାଇଥିଲା। ଏହି ବୈଠକରେ ଶ୍ରୀ ତନ୍ତୀଙ୍କ ବ୍ୟତୀତ ଇଂ ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କର ଜେନା, ଡ ହୃଷିକେଶ ନାୟକ, ଏ କେ ସାବତ,ରୋହିତ ମହାନନ୍ଦିଆ, ସଞ୍ଜୟ କୁମାର ପ୍ରଧାନ, କୁଞ୍ଜବିହାରୀ ରାଉତ, ଜିତେନ୍ଦ୍ର ତନ୍ତୀ, ଜୟରାମ ପାତ୍ର ଓ ମଥୁରା ତନ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

masiha

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଳାରେ ୧୨ଗୋଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

Sunil Chandra Nayak

Leave a Comment

error: Content is protected !!