ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ସେବା ଓ ନାଗରିକ ଅଧିକାର ପତ୍ର ଉପରେ ତାଲିମ

ସାଧାରଣ ସେବା ଓ ନାଗରିକ ଅଧିକାର ପତ୍ର ଉପରେ ତାଲିମ

ଡାବୁଗାଁ, ୨୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସାଧାରଣ ସେବା ଓ ନାଗରିକ ଅଧିକାର ପତ୍ର ନେଇ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନ ୧୧ ଘ. ଆରମ୍ଭ ହୋଇ ଅପରାହ୍ନ ୪ ଘ.ରେ ଶେଷ ହୋଇଯାଇଛି | ଓଡିଶା ଜନସେବା ଅଧିକାର ଆଇନ -୨୦୧୨, ସୂଚନା ଅଧିକାର ଆଇନ-୨୦୦୫, ନାଗରିକ ଅଧିକାର ପତ୍ର ବିଷୟରେ ତାଲିମ ଦିଆଯାଇଥିଲା | ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ପ୍ରବୀଣ କୁମାର ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ସରପଞ୍ଚ, ୪୦ ଜଣ ଅଙ୍ଗନୱାଡି କର୍ମୀ, ଏସିଡିଓ, ୧୨ ଜଣ ଏମବିକେ ଓ ୧୫ ଜଣ ସିଆରପି ଙ୍କ ସମେତ ମୋଟ ୭୦ ଜଣ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂ ସ୍ୱାଧୀନତା ଦିବସ ପାଳିତଲ୍ୟରେ

masiha

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ପାଇଥିବା ୨ଜଣ ମେଧାବିଙ୍କୁ ଭେଟିଲେ ଠାକୁର ରଞ୍ଜିତ ଦାସ

Sunil Chandra Nayak

ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!