ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଶିଶୁ କନ୍ୟା ଦିବସ ପାଳନ 

ଜାତୀୟ ଶିଶୁ କନ୍ୟା ଦିବସ ପାଳନ 

କୋରାପୁଟ :- ଲକ୍ଷ୍ମୀପୁର ସ୍ଥିତ ସାଙ୍ଗନା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି।ଏହି ଅଣସରରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏ ବି ଇ ଓ ମଦନ ମୁଦୁଲି ଓ ବିଭୂତି ଭୂଷଣ ଟାକ୍ରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଶିଶୁ କନ୍ୟା ଦିବସ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଶିଶୁ କନ୍ୟା ପାଇଁ ଉଚିତ୍ ପୋଷଣ, ଆଇନ ଗତ ସୁରକ୍ଷା,ନିଶ୍ଚିତ ଶିକ୍ଷା ଗ୍ରହଣ,ସାମାଜିକ ସୁରକ୍ଷା ପ୍ରଦାନ, ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ବନ୍ଦ ତଥା ଶିଶୁ କନ୍ୟାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ଆହ୍ବାନ ଦେଇଥିଲେ।ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ କନିଷ୍ଠ ବିଭାଗରେ ରଚନା ଓ ଚିତ୍ରାଙ୍କନ ରେ ଡୁମୁରିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଞ୍ଜିତା ପ୍ରସ୍କା, ସଂଯୁକ୍ତା ମାଝି, ସଙ୍ଗୀତ ଓ ସ୍ଲୋଗାନ ଲିଖନ ରେ କକିରିଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୀପା ଖୋସ୍ଲା ଓ ଦାନି ଖରା ପ୍ରଥମ ସ୍ଥାନ ଅଧିକାର କରି ଥିବା ବେଳେ ବରିଷ୍ଠ ବିଭାଗରେ ରଚନା, ଚିତ୍ରାଙ୍କନ, ସ୍ଳୋଗାନ ଲିଖନ ରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ଲିପ୍ସା ରାଣୀ ଯାନି, ଲଭଲି ସାଉନ୍ତା, ଦୁଲେନି ମାଣ୍ଡିଙ୍ଗା ଓ ସଙ୍ଗୀତ ରେ ବୁର୍ଯା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଲିକା ୱାଦେକା ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସମସ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯାଇ ଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ପ୍ରତିଯୋଗିତାରେ ସି ଆର ସି ସି ଅମିୟ ଗରଡା, ଦୟାନିଧି ଗରଡା,ଶିକ୍ଷକ ଶଙ୍କର ଗୁଡ଼ୁମ୍ବକା, ଆଶୀର୍ବାଦ ନାୟକ,ଜେଶ୍ନା ପଣ୍ଡା,ସୁନୀତା ସାହୁକାର,ମାଧୁରୀ ଲେଙ୍କା, ପ୍ରିୟଙ୍କା ବିଶୋଇ, ରୋଜାଲିନ ସ୍ଵାଇଁ, ମମତା ମହାନ୍ତି, ପ୍ରମିଳା ଏକ୍କା, ପ୍ରିୟମ୍ବଦା ସାହୁ,ଗାୟତ୍ରୀ ସାହୁ ଓ ସୁରଜ୍ ନାୟକ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ଥିବା ବେଳେ ଶିକ୍ଷକ ସୁକାନ୍ତ କୁମାର ଯାଦବ ସଭା ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ଯ ରେ ସଂଯୁକ୍ତା ଟୁରୁକ ଓ ନୂତନ ଚେଟି ସହଯୋଗ କରିଥିବା ବେଳେ ଆସନ୍ତା କାଲି ଜାନୁଆରି ୨୨ ରେ ପ୍ରଥମ ସ୍ଥାନ ଅଧିକାର କରି ଥିବା କୃତୀ ପ୍ରତିଯୋଗୀ ମାନେ କୋରାପୁଟ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜିବୀ ସମ୍ମେଳନ

Sunil Chandra Nayak

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସତସ୍ତରି ତମ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!