ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର -୬ ରେ ପ୍ରବେଶ ଉତ୍ସବ ପାଳିତ

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର -୬ ରେ ପ୍ରବେଶ ଉତ୍ସବ ପାଳିତ

ରାଉରକେଲା, ୨/୦୪, ଆଜି ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର -୬ ପରିସରରେ, ନୂତନ ଶିକ୍ଷାବର୍ଷ ୨୦୨୫ – ୨୬ ନିମନ୍ତେ ପ୍ରବେଶ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରବେଶ ଉତ୍ସବର ପ୍ରଥମ ଦିବସରେ ନୂତନ ଭାବେ ଖୋଲିଥିବା ବାଲବଟିକା ଶ୍ରେଣୀରେ ୫ ରୁ ୬ ବର୍ଷର ୧୦ ଜଣ କୁନିକୁନି ପିଲା ଆଡମିସନ ନେଇଥିଲେ l ତାଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଵତନ୍ତ୍ର ରୂପେ ସ୍ଵାଗତ କରିବା ସହିତ ଏଫ୍ ଏଲ୍ ଏନ୍ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଅତିଥି, ଅଭିଭାବକ, ସ୍କୁଲ କମିଟି ସଭ୍ୟ ଏବଂ କେତେକ ଆଞ୍ଚଳିକ ଅଧିବାସୀ ମାନଙ୍କ ଉପସ୍ଥିତିରେ ବନ୍ଦାପନା କରି ଖଡିଛୁଆଁ କାର୍ଯ୍ଯ କରାଯାଇଥିଲା। ପରେ ପରେ ସେମାନଙ୍କୁ ମିଠା, ଚକୋଲେଟ, ବିସ୍କୁଟ୍, ଲଲିପପ୍ ଏବଂ କିଟ୍ ବ୍ୟାଗ୍ ଉପହାର ଦିଆ ଯାଇଥିଲା l ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ତିନୋଟି ଷ୍ଟଲ ଯଥା, ଭାଷା ଜ୍ଞାନ, ସଂଖ୍ୟା ଜ୍ଞାନ ଓ ସୃଜନାତ୍ମକ ଷ୍ଟଲ ସେମାନଙ୍କୁ ବୁଲାଇ ଦେଖାଇବା ସହିତ କିଛି ଗପ ଓ ଗୀତ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ପ୍ରତି ଉତ୍ସାହିତ କରିବା ସହିତ ବିଦ୍ୟାଳୟ ପ୍ରତି ମଧ୍ଯ ଆକର୍ଷିତ କରାଯାଇଥିଲା l ସୁନ୍ଦର ସେଲଫି ପଏଣ୍ଟରେ ପିଲାମାନେ ଫଟୋ ଉଠାଇ ବେଶ୍ ଖୁସି ହୋଇଥିଲେ। ସେହି ପିଲାଙ୍କ ମଧ୍ୟରୁ ପାଞ୍ଚଟି ପିଲାଙ୍କ ପିତାମାତା ତାଙ୍କର ବାଲ୍ୟକାଳ ବିଦ୍ୟାଳୟ ଅନୁଭୂତି ପ୍ରକାଶ କରିଥିଲେ l ପିଲାଙ୍କୁ ବିଦ୍ୟାଳୟର ବଗିଚା, ଖେଳ ପଡ଼ିଆ, ଶୌଚାଳୟ, ଶ୍ରେଣୀ କକ୍ଷ, ଭୋଜନାଳୟ ଆଦି ବୁଲାଇ ଦେଖା ଯାଇଥିଲା। ଅତିଥି ରୂପେ ଯୋଗ ଦେଇଥିବା ରାଉରକେଲା ତହସିଲଦାର, ମାଡାମ୍ ନିବେଦିତା ପ୍ରଧାନ, ରଘୁନାଥପାଲି ବିଧାୟକ ଙ୍କ ପ୍ରତିନିଧି, ଅଭିଭାବକ, କମିଟି ସଭ୍ୟ ସଭ୍ୟା ଏବଂ ସୋନାପର୍ବତ କ୍ଳଷ୍ଟରର ସି ଆର୍ ସି ସି, ସତ୍ୟାନନ୍ଦ ପରିଡ଼ାଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

      କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଆର୍ ପି ଏଲ୍ କ୍ଳଷ୍ଟରର ସି ଆର୍ ସି ସି, ଦୀପକ କୁମାର ସାମଲ ଶିକ୍ଷା ସଚେତନତା ରଥ ନେଇ ବିଦ୍ୟାଳୟକୁ ଆସିଥିଲେ ଏବଂ ରଥକୁ ଆମ ବିଦ୍ୟାଳୟ ବ୍ୟାଣ୍ଡ୍ ଟ୍ରୁପ୍ ସ୍ୱାଗତ ଜଣାଇ ବିଦ୍ୟାଳୟ ପରିସରକୁ ପlଛୋଟି ଆଣିଥିଲେ l ସାଧବ ସାଧବାଣୀ ବେଶରେ ଆମ ପିଲା ରଥକୁ ବନ୍ଦାପନା କରିଥିଲେ l ତହସିଲଦାର ନିବେଦିତା ପ୍ରଧାନ ମାଡାମଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ରଥର ଆରତୀ କରିବା ସହିତ ନଡ଼ିଆ ଫଟାଯାଇ ସର୍ବ ମଙ୍ଗଳ କାମନା କରାଯାଇଥିଲା l ଏହା ପରେ ବାଲବଟିକା ପିଲାଙ୍କୁ ରଥରେ ବସାଇ ବିଦ୍ୟାଳୟ ପରିକ୍ରମା କରାଯାଇଥିଲା l ସର୍ବଶେଷରେ ସମସ୍ତଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ରୋଷେୟା ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ

masiha

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

masiha

Leave a Comment

error: Content is protected !!