ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

ପାଟଣାଗଡ଼ , ବେଲପଡା ବ୍ଲକ ଭରୁଆମୁଣ୍ଡା ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ଜଣେ ଶିକ୍ଷକ ମାଡ଼ରେ ଛାତ୍ର ଜଣକ ଗୁରୁତର ଥିବା ଅଭିଯୋଗ ହେଉଛି |ଏମିତି କି ଗୁରୁତର ଛାତ୍ର ଜଣକୁ ବେଲପଡା ର ଏକ ଡାକ୍ତରଖାନରେ ଚିକିତ୍ସା ହେଉଥିବା ବେଳେ କଲେ କଥା ତା ପ୍ରଘଟ ହେବ ସେନେଇ ଶିକ୍ଷକ ଜଣକ ତରବରିଆ ଭାବେ ଘର କୁ ନେଇ ଯାଇଥିବା ମଧ୍ୟ୍ୟ ଅଭିଯୋଗ ଉଠୁଛି |ତେବେ ବର୍ତମାନ ଛାତ୍ର ଜଣକ ସ୍ୱାସ୍ଥ୍ୟ ଭଲ ଥିବା ବେଳେ କଥା କୁ ଚାପିବାକୁ ସମ୍ପୃକ୍ତ ଶିକ୍ଷକ ଜଣକ ଭରପୂର୍ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି |ଏମିତି ପୂର୍ବରୁ ମଧ୍ୟ୍ୟ ଉକ୍ତ ଶିକ୍ଷକ ଜଣକ ସ୍କୁଲ ର ବିଭିନ୍ନ ଛାତ୍ର ଛାତ୍ରୀ ମାନଙ୍କୁ କଥା କଥା ରେ ମାଡ଼ ମାରୁଥିବା ମଧ୍ୟ୍ୟ ଅଭିଭାବକ ମନେ କହିଥାନ୍ତି |ଯାହାକୁ ନେଇ ସମ୍ପୃକ୍ତ ଶିକ୍ଷକ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଉଛି |ଜଣେ ଶିକ୍ଷକ ହୋଇ କେମିତି ନିଜ ମାନବିକତା ଭୁଲି ଯାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି |ଏମିତି କି ଉକ୍ତ ଘଟଣା ପରେ ପରିବାର ପାଖକୁ ଯାଇ କଥା କୁ କାହାରି ଆଗରେ କିଛି ନ କହିବାକୁ ନିହୁରା ହେଉଥିବା ମଧ୍ୟ୍ୟ ଦେଖିବାକୁ ମିଳିଛି |ତେବେ ଦଣ୍ଡମୁକ୍ତ ଅଂଚଳ ରେ ଏମିତି ପିଲା ଙ୍କୁ ମାଡ଼ ମାରିବା କେତେ ଦୂର ଠିକ ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି |ଏନେଇ ବେଲପଡା ବିଇଓ ଙ୍କୁ ଯୋଗାଯୋଗ କରିବା ରୁ ସମ୍ଭବ ହୋଇପାରୁନାହିଁ |ବିଭାଗୀୟ କତୃପକ୍ଷ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି ହେଉଛି |

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପାଇପ ଲାଇନ ବିଛାଇ ଖାତିଗୁଡା ରାସ୍ତା ର ଉଭୟ ପାର୍ଶ୍ଵ ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

Sunil Chandra Nayak

ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ପାଳନକୁ ନେଇ ଉଦବେଗ। ଶ୍ରୀ ଜଗନ୍ନାଥ ଚେତନା ପରିଷଦ ଗବେଷଣା କେନ୍ଦ୍ର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Sunil Chandra Nayak

ବି.ଏନ୍.କେ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟ ପାଇବ ପି. ଏମ. ଶ୍ରୀ ମାନ୍ୟତା: ୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!