ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଗାୟତ୍ରୀ ନଗର,ରାୟଗଡ଼ା ଠାରେ ଶିକ୍ଷା ବର୍ଷ ୨୦୨୩-୨୪ର ଦଶମ ଶ୍ରେଣୀ ଶିଶୁ ଭାଇଭଉଣୀଙ୍କର “ସମାବର୍ତ୍ତନ ଉତ୍ସବ” ପାଳନ 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଗାୟତ୍ରୀ ନଗର,ରାୟଗଡ଼ା ଠାରେ ଶିକ୍ଷା ବର୍ଷ ୨୦୨୩-୨୪ର ଦଶମ ଶ୍ରେଣୀ ଶିଶୁ ଭାଇଭଉଣୀଙ୍କର “ସମାବର୍ତ୍ତନ ଉତ୍ସବ” ପାଳନ 

ରାୟଗଡା :- ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ହରିଶ ଚନ୍ଦ୍ର ଦାଶ, ଉପସଭାପତି ମାନନୀୟ ପ୍ରଭାତ କୁମାର ଲେଙ୍କା,ସମ୍ପାଦକ ମାନନୀୟ ଡ଼. ସୁନୀଲ ପ୍ରସାଦ ମହାପାତ୍ର,ଯୁଗ୍ମ ସମ୍ପାଦକ ମାନନୀୟ ରମେଶ କୁମାର ନନ୍ଦ,କୋଷାଧ୍ଯକ୍ଷ ମାନନୀୟ ସଞ୍ଜୀବ କୁମାର ଦାଶ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ସୁଧୀର କୁମାର ନେଗୀ ମହୋଦୟ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଦଶମ ଶ୍ରେଣୀର ସମସ୍ତ ଶିଶୁ ଭାଇ ଭଉଣୀ ଯୋଗ ଦେଇଥିଲେ।

ସଭାପତି ମହୋଦୟ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ଶିଶୁ ଭଉଣୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ବୋଲାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ମହୋଦୟ ଅତିଥ୍ ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ।ଏହାପରେ ସମସ୍ତ ଶିଶୁ ଓ ଗୁରୁଜୀ ଗୁରୁମା ନିଜର ଅନୁଭୂତି ପ୍ରଦାନ କରିଥିଲେ।ସମ୍ପାଦକ ମହୋଦୟ, ଉପସଭାପତି ମହୋଦୟ ଓ ଯୁଗ୍ମ ସମ୍ପାଦକ ମହୋଦୟ ଶିଶୁଙ୍କୁ “ଭବିଷ୍ୟତରେ ସମାଜରେ ଜଣେ ସୁନାଗରିକ ହୋଇ ସମାଜ ପାଇଁ ପଥ ପ୍ରଦର୍ଶକ” ହେବା ନିମନ୍ତେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଦଶମ ଶ୍ରେଣୀର ଭାଇ ଶୁଭମ ପାଣିଗ୍ରାହୀ ବ୍ୟକ୍ତିଗତ ଗୀତ ଗାନ କରିଥିଲେ । ସଭାପତି ମହୋଦୟ ଆଶ୍ରିବଚନ ଦେବା ସହ ଶିଶୁଙ୍କୁ ଉପହାର ପ୍ରଦାନ କରିଥିଲେ ।

ଶେଷରେ ଧନ୍ୟବାଦ ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ସମାପ୍ତ କରା ରାଯାଇଥୂଲା ।ସମସ୍ତ ଶିଶୁ, ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ସଶସ୍ତ୍ର ସେନା ବାହିନୀର ସମ୍ମାନରେ ଆୟୋଜିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା

masiha

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

masiha

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ପ୍ରମୋଦ

masiha

Leave a Comment

error: Content is protected !!