ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସି 

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସି 

ବନ୍ଧୁଗାଁ ତା,୨/୧୨/୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଗାରିଡି ଗ୍ରାମ ପଞ୍ଚାୟତରେ ତାଲା ଠୁଙ୍କିଲେ ଗ୍ରାମବାସୀ I ଆଜିକୁ ଦୁଇଦିନ ହବ ଗାରିଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ ବାସି ତାଲା ପକେଇଲେ I ଆମ ଓଡିଶା ନବୀନ ଓଡିଶା ନାମରେ ପଞ୍ଚାୟତକୁ ଆସିଥିବା ୫୦ ଲକ୍ଷ ଟଙ୍କାର କାମ ହେଡ଼ କ୍ଵାଟର ଗାରିଡି ଗ୍ରାମ ଠାରେ ଗୋଟିଏ ମଧ୍ୟ କାମ ରଖା ଯାଇ ନ ଥିବା ବିଷୟକୁ ନେଇ ପଞ୍ଚାୟତ ବାସି ପଞ୍ଚାୟତ ସାମନ୍ନାରେ ଧାରାଣା ଦେବା ସହ ତାଲା ପକା ଯାଇଥିବାର ଦେଖିବାକୁ ମିଳିଛି I ଉକ୍ତ ବିଷୟକୁ ନେଇ ଏକ ଲିଖିତ ଭାବରେ ୧୪ ଦଫା ଦାବି ପୁରଣ ନ ହବା ପର୍ଯ୍ୟନ୍ତ ଆମେ ପଞ୍ଚାୟତ ସାମ୍ନାରୁ ହଟିବୁ ନାହିଁ ବୋଲି ଜୋର ଧରିଥିବାର ମକର ଧ୍ଵଜ ଖରା କହିଛନ୍ତୁ I ଆଜକୁ ଦୁଉଦିନ ହେଲା ପଞ୍ଚାୟତରେ ହୋଉଥିବା କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କୋରାଯାଉ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ସରପଞ୍ଚ ନିତି ଆସି ଲୋକଙ୍କ ସମସ୍ୟା ବୁଝନ୍ତୁ ଏମିତି ୧୪ ଗୋଟି ଦାବିକୁ ନେଇ ଧାରଣା ଦେଇଥିବାର ବିଷୟ ବନ୍ଧୁଗାଁ ଥାନାରେ ଗତ ୨୦ ଦିନ ପୂର୍ବେ ବନ୍ଧୁଗାଁ ପୁଲିସ ହାନାରେ ଲିଖିତ ଭାବରେ ଦିଆଯାଇ ଥିବା ଯୋଗୁଁ ଉକ୍ତ ସ୍ଥାନରେ ବନ୍ଧୁଗାଁ ପୁଲିସ ଥାନାରୁ ଷ୍ଟାଫ ଯାଇ ପହଁଞ୍ଚି ବୁଝାଇଥିଲେ I ଏହା ସହ ପଞ୍ଚାୟତରେ ଠିକ ଭାବରେ କାର୍ଯ୍ୟ କିରାଯାଉ ଓ ସରକାରୀ ନିୟମ ଅନୁଯାଇ କାଗଜ ପତ୍ର କାର୍ଯ୍ୟ ଅନୁଯାଇ ଠିକ ଭାବରେ ଉଚିତ ଅନୁଯାଇ ଉଚିତ କାର୍ଯ୍ୟ କିରାଯାଉ I ଜଳେନ୍ଦର ସାହୁ, କୁମର ଖରା,ହରି ଟାକରି, କମିଲା ଟାକରି,ଦେବକୀ ଭତରା,ଟୁଲୁସାମା ଖରା ପ୍ରଭୁତି ଲୋକେ ଉପସ୍ଥିତ ରହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଅଧ୍ୟାପକଙ୍କ ମାତୃ ବିୟୋଗ, ଚିହ୍ନା ମହଲରେ ଶୋକର ଛାୟା

Sunil Chandra Nayak

ପାଖରେ ନଥିଲା ସମ୍ୱଳ…୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଳିକୁପାର ଆଦିବାସୀ ଛାତ୍ରୀ ମାନଙ୍କ କୃତିତ୍ୱ

Leave a Comment

error: Content is protected !!