ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଂଚାୟତ ସମିତି ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି,26/7, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଂଚାୟତ ସମିତି ବୈଠକ ବୁଧବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ବିଡ଼ିଓ ଦିବାକର ବାଗଙ୍କ ଅଧକ୍ଷତାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ୟସବନ୍ତ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ ପ୍ରମୁଖ ଯୋଗଦେଇଥିଲେ | ଜିପିଓ ଅକ୍ଷୟ ପଟନାୟକ ବିବିରଣୀ ପାଠ କରିଥିଲେ | ପ୍ରାରମ୍ଭରେ ମେଡିକାଲ ଇନଚାର୍ଜ ଡ଼ା ପ୍ରିୟରଞ୍ଜନ ବାହାଲି ଡ଼ାଇରିଆ ନେଇ ସମସ୍ତଙ୍କୁ ଅବଗତ କରାଇବା ସହ ସମସ୍ତେ କିପରି ସଚେତନତା ଅଵଲଂବନ କରିବେ କହିଥିଲେ | ବୈଠକରେ 23 ଗୋଟି ପଂଚାୟତର ସରପଞ୍ଚ ସହ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ | ସରପଞ୍ଚ ମାନେ ଅଭିଯୋଗ କରିଥିଲେ ଜେ ସେମାନଙ୍କ ଅଜଣାତରେ ବ୍ଲକ କାର୍ଯ୍ୟାଳୟରୁ ପଂଚାୟତ ଗୁଡିକରେ କାର୍ଯ୍ୟ ହେଉଛି, ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା | ଏତଦ ବ୍ୟତୀତ ପଂଚାୟତ ପାଣ୍ଠି ପଂଚାୟତରେ ରଖିବାକୁ ସରପଞ୍ଚ ମାନେ ନିବେଦନ କରିଥିଲେ | ନୂଆକୋଟ ରେ ଲୋକେ ଠିକ ଭାବରେ ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବା ଅଭିଯୋଗ ହୋଇଥିଲା | ମୀଲେଟ ମିଶନରେ ଆସୁଥିବା ମାଣ୍ଡିଆ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା | ପ୍ରକୃତ ଚାଷିଙ୍କ କାଗଜ ପତ୍ର ନେଇ ଅନ୍ୟ ଜଣଙ୍କୁ ମାଣ୍ଡିଆ ଟଙ୍କା ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଥିଲା | କୃଷି ବିଭାଗ ମିଲେଟ ମିଶନ ଏନଜିଓ ତରଫରୁ ଚାଲିଥିବା ନେଇ ସ୍ପଷ୍ଟି କରଣ ରଖିଥିଲା | ଗତ ବର୍ଷ ଖରା ଦିନରେ କେତେ ଏକର ଜମିରେ ଜଳ ସେଚନ ହୋଇ ଚାଷ ହୋଇଥିବା ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ ପ୍ରଶ୍ନ ଉଠାଇଥିଲେ | ଏଲଆଇ ପୋଇଣ୍ଟ କଥା ପଚାରିଥିଲେ | ସେହିପରି ଯିବିପିଆର କମ୍ପାନୀ ତରଫରୁ ଗାଁ ଗହଳିରେ ପାଇପ ବିଚାଇବା ନେଇ ରାସ୍ତା ଖୋଳି ଦେଉଥିବାରୁ ବିଧାୟକ ଉଦବେଗ ପ୍ରକାଶ କରିଥିଲେ | ଚଳିତ ବର୍ଷ 70% ରିହାତିରେ ଏସଏଚଜି ମାନଙ୍କୁ ଛତୁ, ଗେଣ୍ଡୁ ଚାଷ କରିବା ଲାଗି ଆସିଥିବା କୃଷି ବିଭାଗ କହିଥିଲେ | ତେବେ ମାର୍କେଟ ସୁବିଧା ନ ଥିବାରୁ ଏହି ଛାଷ କିପରି ହେବ ସେ ନେଇ ଆଲୋଚନା ହୋଇଥିଲା | ଏତଦ ବ୍ୟତୀତ | ଏତଦ ବ୍ୟତୀତ ବ୍ଲକର ଅନ୍ୟାନ୍ୟ ବିଭାଗର ବିଷୟ ଗୁଡିକ ବିଷୟରେ ଆଲୋଚନା ହୋଇଥିଲା | କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଓ ପାରମ୍ପାରିକ ବନବାସୀ ଦଖଲରେ ଥିବା ଜଙ୍ଗଳ ଜମିରେ ବୃକ୍ଷରୋପଣ କରିବା ଯୋଜନା କୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

masiha

ଛତାମହୁଲ ପ୍ରାଥମିକ ବିଦ୍ୟାଳୟରେ ‘ଗପ ଶୁଣିବା ଓ କହିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଆର କେ ଡିଗ୍ରୀ କଲେଜ ପକ୍ଷରୁ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!