ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

ରାୟଗଡ଼ା ତା: ୨୬.୭.୨୦୨୩ // ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ଵଧାଦେବ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏହା ଗତ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୨୧ ମାସ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ା ଓ କାଶିପୁର ବ୍ଲକ ଏବଂ ରାୟଗଡ଼ା ପୌର ପାଳିକାରେ ବୁଧବାର ଦିନ ୨୯୮ ଜଣ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର , ରାୟଗଡ଼ା ବିଡିଓ ଲକ୍ଷ୍ମନାରାୟଣ ସାବତ, ଜିପିଇଓ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ପୂର୍ବାହ୍ନରେ ରାୟଗଡ଼ା ବ୍ଲକ ସଦଭାବନା ଗୃହ ଠାରେ ଓ ଅପରାହ୍ନରେ ରାୟଗଡ଼ା ପୌର ପରିଷଦର ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଉପଜିଲ୍ଲାପାଳ ଶ୍ରୀ ଶବର, ପୌରପାଳିକା ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମଦ, ନିର୍ବାଚନ ସହକାରୀ ଚନ୍ଦ୍ରଶେଖର ରଥ, ଆର ନୀଳକଣ୍ଠ ଓ ନିଳାଞ୍ଚଳ ମିଶ୍ର ପ୍ରମୁଖ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜରଙ୍କୁ ତାଲିମ ପ୍ରଦାନ କରିଥିଲେ । ଘରକୁ ଘର ବୁଲି ଭୋଟର ତାଲିକାରେ ଥିବା ତଥ୍ୟ ତନଖି କରିବା ସହ ଯୋଗ୍ୟ ପ୍ରତ୍ୟାଷିତ ଭୋଟର, ମୃତ, ଦୋହରା ଓ ସଂପୂର୍ଣ୍ଣ ସ୍ଥାନାନ୍ତରିତ ଭୋଟରଙ୍କୁ ଚିହ୍ନଟ ସହ ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି କୌଶଳ ବିଷୟରେ ଆଲୋଚନା କରାଯାଇଥିଲା । ୧୦୦ ବର୍ଷରୁ ଉର୍ଦ୍ଧ ଭୋଟର, ଗୋଟିଏ ଘର ନମ୍ବରରେ ୧୦ ଜଣରୁ ଉର୍ଦ୍ଧ ଭୋଟର ରହିଥିବା ପରିବାର ତଥ୍ୟ ସହିତ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ସଂଶୋଧନ ନିମନ୍ତେ ସଂଗ୍ରହ କରିବେ । ଆଗାମୀ ନିର୍ବାଚନ ବର୍ଷକୁ ଦୃଷ୍ଟିରେ ରଖି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ଆବଶ୍ୟକ ସହଯୋଗ ଦେବା ନିମନ୍ତେ ଜିଲ୍ଲାପାଳ ସ୍ଵଧାଦେବ ସିଂ ରାୟଗଡ଼ା ଜିଲ୍ଲାର ସମସ୍ତ ଭୋଟରଙ୍କୁ ଅପିଲ କରିଛନ୍ତି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ହିଁ ଭବିଷ୍ୟତ

masiha

ବିଶିଷ୍ଟ ସମାଜସେବୀ ମଦନମୋହନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!