ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ର ଅନ୍ତର୍ଗତ ସଂକଳ୍ପ ସପ୍ତାହ

ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ର ଅନ୍ତର୍ଗତ ସଂକଳ୍ପ ସପ୍ତାହ 

ମ,ରାମପୁର,୩/୧୦(ମସୀହା):- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଭବ ର ଅନ୍ତର୍ଗତ ସଂକଳ୍ପ କାର୍ଯ୍ୟକ୍ରମ ଅବସର ରେ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି l ଏହି ମେଳାରେ ରୋଗୀ ମାନଙ୍କର ରକ୍ତ ହୀନତା,ଉଚ୍ଚ ରକ୍ତଚାପ, ମଧୁମେହ,ଯକ୍ଷ୍ମା ତଥା ଗର୍ଭବତୀ ମା ମାନଙ୍କର ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଥିଲା l ସମସ୍ତଙ୍କୁ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ପରାମର୍ଶ ଦେବା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମ.ରାମପୁର ର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ସବ୍ୟସାଚୀ ପାଢ଼ୀ ,ମଦନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡ଼ା.ଲୋକନାଥ ସାହୁ ସମସ୍ତ ରୋଗୀ ମାନଙ୍କୁ ପରାମର୍ଶ ଦେଇ ଥିବା ବେଳେ ,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼l .ଆଶିଷ କୁମାର ଧରୁଆ ସମୁଦାୟ ୬୨ ଜଣ ଗର୍ଭବତୀ ମହିଳା ଙ୍କୁ ପରାମର୍ଶ ସହିତ ଚିକିତ୍ସା ପ୍ରଦାନ କରିଥଲେ l ଏହି ସ୍ବାସ୍ଥ୍ୟ ମେଳା ରେ ସମୁଦାୟ ୩୨୨ ଜଣ ରୋଗୀ ଉପକୃତ ହୋଇଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସ୍ବାସ୍ଥ୍ୟ ମେଳା ପରିଦର୍ଶନ କରି ରୋଗୀ ମାନଙ୍କୁ ଓ ସ୍ବାସ୍ଥ୍ୟ ବିଭାଗ ତଥା ଓଡ଼ିଶା ସରକାର ଓ ଭାରତ ସରକାରଙ୍କୁ ଧନ୍ୟବାଦ୍ ଜଣେଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ମ .ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର,ବି. ପି. ଏମ ସନ୍ଦୀପ ସିଂ, ଭି. ବି .ଡି. ଟି .ଏସ୍ ଜ୍ଞାନେନ୍ଦ୍ର ଭୋଇ,ବି. ଡି. ଏମ ଫକୀର ପାଢ଼ୀ,ଏସ. ଟି. ଏସ ଟୁକୁନୁ ସାହୁ,ଏସ. ଟି. ଏଲ୍.ଏସ ଶ୍ରୀନିବାସ ଆଚାରୀ,ପରିଦର୍ଶକ ଅଶୋକ ପାତ୍ର,ଫାର୍ମାସିଷ୍ଟ ଗୋପାଳ ଭୋଇ ଓ ସନ୍ତୋଷ ମିଶ୍ର ତଥା ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପରିଚାଳନା କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

masiha

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଆରମ୍ଭ

masiha

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

Sunil Chandra Nayak

Leave a Comment

error: Content is protected !!