ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

  କଟକ : ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ କବିତା ପାଠୋତ୍ସବ ଏବଂ ସମ୍ବର୍ଦ୍ଧନା ପର୍ବ ଖେଲାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି/କବୟିତ୍ରୀମାନେ ଯୋଗ ଦେଇ ବୋଉ(ମାଆ) ଉପରେ ଆଧାରିତ ନିଜସ୍ଵ କବିତା ପାଠ କରିଥିଲେ ।

 ଏହି ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ବୀରେନ୍ଦ୍ର ସାମନ୍ତରାୟ,ନାଟ୍ୟକାର(ସ୍ତମ୍ଭକାର) ଶ୍ରୀଯୁକ୍ତ ବିଜୟ ଦାସ ମୁଖ୍ୟବକ୍ତା, ଏବଂ ଖେଲାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସମ୍ପାଦକ ତଥା ବର୍ତ୍ତମାନ ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ରବିନାରାୟଣ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜକୁ ସଂସ୍କାରିତ କରିବାକୁ ଆଗାମୀ ପିଢ଼ିକୁ ମାର୍ଗଦର୍ଶନ କରିବାପାଇଁ ସାହିତ୍ୟ ପ୍ରତି ସମର୍ପିତ ହେବାକୁ ଅଭିଭାଷଣ ରଖିଥିଲେ ।

ସଭାପତି ଡ଼ଃ.ଦିଲ୍ଲୀପ କୁମାର ସେନାପତି,ସମ୍ପାଦିକା ଶ୍ରୀମତୀ କଳ୍ପଲତା ପାଳ,ଉପଦେଷ୍ଟା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଫାରକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସତ୍ୟନାରାୟଣ ସିଂହ ଓ ଅମୀୟ ସାହୁ ନାମ ପଞ୍ଜିକରଣ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ସଭାରେ ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀପର୍ଣ୍ଣାର ସମ୍ପାଦକ ଉମାକାନ୍ତ ମହାପାତ୍ର,ଛଉନୃତ୍ୟ ଗୁରୁ ସଦାଶିବ ପ୍ରଧାନ,ପିପିଲି ସାଂସ୍କୃତିକ ପରିଷଦର ସମ୍ପାଦକ ଉମେଶ ଚନ୍ଦ୍ର ମହାପାତ୍ର,ନାଟ୍ୟକାର ବିଭୂତି ପଟ୍ଟନାୟକ,ପିପିଲି ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ନରେନ୍ଦ୍ର କୁମାର ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ରାଜ୍ୟସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀ ପୂଜା ଜେନା (କବିତା ଆବୃତ୍ତି) , ଦୀପ୍ତିମୟୀ ଦାସ (ଗଳ୍ପ ରଚନା), ଜ୍ୟୋତିର୍ମୟୀ ଜେନା (ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ),ଗୁରୁପ୍ରସାଦ ମିଶ୍ର (ମେଧା ବୃତ୍ତି),ସାଇ ସୌମ୍ୟରଞ୍ଜନ ମୁଦୁଲି(ମୂର୍ତ୍ତି କଳା)ଙ୍କୁ ଟ୍ରଫି, ଫୁଲତୋଡ଼ା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ହେମନ୍ତ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ଆଶୁତୋଷ ଦାଶ, ଗୁଣନିଧି ଭୋଇ,ବିପିନ ବେହେରା ସଂଯୋଜନା କରିଥିଲେ । ବାଉରୀବନ୍ଧୁ ବେହେରା,କାଞ୍ଚନ ସାହୁ,ଗଙ୍ଗାଧର ଓଝା,ବୈଜୟନ୍ତୀ ସାହୁ,ପ୍ରଭାତୀ ବରାଳ,କାଳନ୍ଦୀ ଚରଣ ପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ପାଳଙ୍କ “ବୋଉ” ଏବଂ କାଞ୍ଚନ ସାହୁଙ୍କ “କାଳିଆ ଭଜନମାଳା” – ୨ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଶଷରେ ବାଉରୀବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାସାଙ୍ଗ କରାଯାଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ପିକନିକ ସ୍ପଟ ନେହେରୁ ବଙ୍ଗଳା ,ସାମୁଦ୍ରିକ ଉପକୂଳରେ ସାମ୍ବାଦିକ ସୁରକ୍ଷା ସମିତିର ବନ ମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!