ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ (ମନିସ )25/2/25 // ଜିଲ୍ଲାକଙ୍କଡ଼ାହାଡ଼ ଵ୍ଲକ ରାଇଵୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋରିଆପାଳ-ଶିତଳଵସା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଆଜି ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ପୁଷ୍ପଲତା ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ କଙ୍କଡ଼ାହାଡ଼ ଵ୍ଲକର ଅଧ୍ୟକ୍ଷ ଶ୍ରୀ ରାସଵିହାରୀ ବେହେରାଙ୍କ ସହିତ ବିଶିଷ୍ଟ ଅତିଥି ଭାବରେ ଢେଙ୍କାନାଳ ଯୋଗ ପୀଠର ଅଧ୍ୟକ୍ଷ ଶ୍ରୀ ରବିନାରାୟଣ ସାହୁ ମହୋଦୟ ଯୋଗ ଦେଇଥିବାବେଳେ ମୂଖ୍ୟ ବକ୍ତା ଭାବରେ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶ୍ରୀରାମ ରାଉତ ମହାଶୟ ଏଵଂ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାର ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଲକ୍ଷ୍ମୀଧର ମହାନ୍ତ ଓ ଵାଇସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେନ୍ଦ୍ର ବେହେରା ଯୋଗଦେଇଥିଲେ ।

ମଫସଲ ଅଞ୍ଚଳରେ ଗଢିଉଠିଥିଵା ଉକ୍ତ ବିଦ୍ୟାଳୟଟି କୃତୀ ଛାତ୍ର ଛାତ୍ରୀଙ୍କୁ ଗଢିତୋଳିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ।ଉକ୍ତ ମହୋତ୍ସବକୁ ବିଦ୍ୟାଳୟର ସଭାପତି ଶ୍ରୀ ଲକ୍ଷ୍ମୀଧର ଦେହୁରୀ ଏଵଂ ସମ୍ପାଦକ ଶ୍ରୀ କରୁଣାକର ଦେହୁରୀ ବିଦ୍ୟାଳୟର ସମ୍ମାନପଦସ୍ଥ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ ସଞ୍ଚାଳନ କରିଥିଲେ ।

ପରିଶେଷରେ ମୂଖ୍ୟ ଅତିଥି, ବିଶିଷ୍ଟ ଅତିଥି, ମୂଖ୍ୟ ଵକ୍ତା ଓ ସମ୍ମାନିତ ଅତିଥି ବୃନ୍ଦ ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଵିତରଣ କରିଥିଲେ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବେସରକାରୀ ଜାଗା ରେ ଚାରିଛି 67 ବର୍ଷ ର ବିଦ୍ୟାଳୟ !

Sunil Chandra Nayak

ଐତିହାସିକ ଶକ୍ତି ପୀଠରେ ମହାଶିବରାତ୍ରି

masiha

ରାଇରଙ୍ଗପୁର ଇଚିଣ୍ଡା ଆଦିବାସୀ ଭଵନରେ ବିଶ୍ବ ଆଦିବାସୀ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!