ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହରଗୌରୀ ଯୁବକ ସଂଘର ନୂତନ କମିଟି ଗଠିତ

ହରଗୌରୀ ଯୁବକ ସଂଘର ନୂତନ କମିଟି ଗଠିତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଗ୍ରାମର ହରଗୌରୀ ଯୁବକ ସଂଘର ନୂତନ କମିଟି ଗଠନ ହୋଇ ଯାଇଛି l ଗ୍ରାମର ମୁଖିଆ ଜନ୍ମେଜୟ ସାହୁଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ନୂତନ କମିଟିର ସଭାପତି ଭାବେ ଯୁଗେଶ ଜାନୀ, ଉପସଭାପତି ନୀଳକଣ୍ଠ ସାହୁ, ସମ୍ପାଦକ ତୀର୍ଥରାଜ ବନଛୋର, ଯୁଗ୍ମସମ୍ପାଦକ ସନ୍ତୋଷ ରଣା, ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ, କ୍ରୀଡା ସମ୍ପାଦକ ସୁନୀଲ ଶିଖା, କୋଷାଧ୍ୟକ୍ଷ ନରେନ୍ଦ୍ର ଜାନୀ, ସଭ୍ୟ ଅମର ଭୋଇ, କେଶବ ନନ୍ଦ, ଦେବାଶିଷ ସାହୁ, ପପୁ ସାହୁ, ଦକ୍ଷ ବନଛୋର, ତ୍ରିଲୋଚନ ସାହୁ, କୁମାରୀ ବିସ୍ମିତା ସାହୁ, କୁମାରୀ ସୀତୁ ଜାନୀ ଉପଦେଷ୍ଟା କମିଟି ସଭ୍ୟ ଧନେଶ୍ୱର ସାହୁ, ସରୋଜ ସୁନା, ଦିବ୍ୟକାନ୍ତ ନାଗ, କ୍ଷୀରୋଦ ଚନ୍ଦ୍ର ବଡ଼ମାଳୀ, ଯଶୋବନ୍ତ ସାହୁ ଉପସ୍ଥିତ ରହି ହରଗୌରୀ ଯୁବକ ସଂଘର ନୂତନ କର୍ମକର୍ତ୍ତା ଭାବରେ ଶପଥ ଗ୍ରହଣ କରିଥିଲେ l ଉକ୍ତ ସଭାରେ ଗ୍ରାମର ପୂର୍ବତନ ସଭାପତି ଶୋଭାକାର ଜାନୀ, ସମ୍ପାଦକ ପଦ୍ମନାଭ ବନଛୋର, ବିଶିଷ୍ଟ ଭଦ୍ର ବ୍ୟକ୍ତି ନେରୁତ ଜାନୀ, ହେମସାଗର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଶାନ୍ତ ଜାନୀ, ଯୁଗଳ ନାଗ, ପ୍ରକୃତି ମିତ୍ର ସନତ କୁମାର ସାହୁ ସମେତ ଗ୍ରାମର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ l

Related posts

ପଵନ କ୍ରିକେଟ ଟୁର୍ନାମେଣ୍ଟରେ ରାଜୁଗୁଡା ଦଳ ହେଲେ ଚମ୍ଫିଆନ 

masiha

୭୬ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ଭାରତ ସ୍ବାଧୀନତା ପରେ ଗଡିଲା ଶ୍ରୀ ଜିଉଁଙ୍କ ରଥ 

masiha

Leave a Comment

error: Content is protected !!