ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…

ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଧର୍ମଗଡ ଅଞ୍ଚଳର ଚାଷୀ

ଇନ୍ଦ୍ରାବତୀ ଉଠା ଜଳ ସେଚନ ପ୍ରକଳ୍ପ ରୁ ଚଳିତ ୨୦୨୪-୨୫ ରବି ଚାଷ ପାଇଁ ଜଳ ସେଚନ ବନ୍ଦ ରହିବା ନେଇ ଉପର ଇନ୍ଦ୍ରାବତୀ ବାମ କେନାଲ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଗୁରୁବାର ସକାଳ ୧୦ ଟା ରେ ଧର୍ମଗଡ ବ୍ଲକ ର କାଶିବାହାଲ, ତାଲପଦର, ରାହୁରା ହଳଦୀ, ମଜେନପଦର ସମେତ ବିଭିନ୍ନ ଗାଁ ର ଚାଷୀ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ। ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଜଳ ସ୍ତର ଚଳିତ ବର୍ଷ ବିଗତ ବର୍ଷ ଠାରୁ କମ ରହିଥିବା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉପର ଇନ୍ଦ୍ରାବତୀ ବାମ କେନାଲ ଙ୍କ ଠାରୁ ସୂଚନା ପାଇବା ପରେ ରବି ଚାଷ ପାଇଁ ଜଳସେଚନରେ ସମସ୍ୟା ହେବା ଆଶଙ୍କା ନେଇ ଚାଷୀ ମାନେ ଧର୍ମଗଡ ଚାରି ଛକ ରୁ ଶୋଭାଯାତ୍ରା ରେ ବାହାରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଯାଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ କୁମାର ତୀର୍କି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ସନ୍ତୋଷ ପାଢ଼ୀ, ଡାକେଶ୍ୱର ଲହଜଳ ସୁନୀଲ ସାହୁ,ଅରୂପା ମାଝୀ, ଦିଲୀପ ପୁଜାରୀ, ଅଭିରାମ ଭୋଇ, ଦୁଷ୍ମନ୍ତ ପୁଜାରୀ, ନାର୍ଣ୍ଣ ମାଝୀ, ଜଳଧର ଭୋଇ, ହୃଷିକେଶ ସାହୁ, ସନାତନ ସାହୁ, ଚାରୁ ମାଝୀ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲା ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ଆବଶ୍ୟକ ପରିମାଣରେ ଜଳ ସଂଗ୍ରହ ହୋଇ ପାରି ନ ଥିବାରୁ ରବି ଜଳ ସେଚନ କୁ ସଙ୍କୁଚିତ କରିଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି।ଗତ ବର୍ଷ ତୁଳନାରେ ଚଳିତ ବର୍ଷ କଳାହାଣ୍ଡି ସମେତ ଇନ୍ଦ୍ରାବତୀ ଉପର ମୁଣ୍ଡରେ ୨୦୦ମି,ମି କମ୍ ବର୍ଷା ହୋଇଥିବାରୁ ଏପରି ସ୍ଥିତାବସ୍ଥା ଉତ୍ପନ୍ନ ହୋଇଛି।ଗତବର୍ଷ କ୍ୟାଲେଣ୍ଡର ବର୍ଷ ରେ ୧୨୧୬ମିଳି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ୧୦୭୮ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଯାହାକି କଳାହାଣ୍ଡି ଜିଲ୍ଲାର ହାରାହାରି ବର୍ଷା ର ପରିମାଣ ରୁ କମ। ଆଜି ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି ନିଆ ଯାଇଥିବା ବେଳେ ଆଗାମୀ ରବି ଜଳ ସେଚନ ପାଇଁ ପରିବର୍ତ୍ତିତ ଚିଠା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।ଚଳିତ ବର୍ଷ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ରେ ରବି ଜଳ ସେଚନ କୁ ସମ୍ପୂର୍ଣ୍ଣ ବନ୍ଦ କରା ଯାଇଥିବା ବେଳେ ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲ ର ୩୩୫ଗ୍ରାମର ୪୭, ୫୭୪ହେକ୍ଟର ଜମିରେ ଜଳ ସେଚନ ର ଲକ୍ଷ୍ୟ ରଖାଯାଇ ଥିବା ବିଭାଗ ସୂତ୍ରରୁ ପ୍ରକାଶ।ଏ ସଂକ୍ରାନ୍ତରେ ମେଗା ଲିଫ୍ଟ ପରିସର ରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ପ୍ରଚାର ମଧ୍ୟ କରାଯାଇ ଥିବା ସୂଚନା ମିଳିଛି। ସାଂପ୍ରତିକ ସ୍ଥିତି ରେ ଜଳଭଣ୍ଡାର ର ଜଳ ସଂରକ୍ଷଣ କୁ ନଜର ରେ ରଖି ଦକ୍ଷିଣ କେନାଲ ପରିସର ରେ ୨୦, ୦୭୪ହେକ୍ଟର ଓ ବାମ କେନାଲ ପରିସର ରେ ୨୭, ୫୦୧ହେକ୍ଟର ଜମିରେ ଜଳ ସେଚନ ର ଲକ୍ଷ୍ୟ ରଖା ଯାଇଛି।ଫଳରେ ଜୟପାଟଣା ବ୍ଲକ ୮୦ଟି ଗ୍ରାମର ୧୩, ୭୮୫ହେକ୍ଟର, କଲମପୁର ବ୍ଲକ ୪୮ଟି ଗ୍ରାମର ୮୮୪୪.୨୧ହେକ୍ଟର, ଜୁନାଗଡ ବ୍ଲକ ୧୩୬ଗ୍ରାମର ୨୧, ୭୨୮.୪୫ହେକ୍ଟର, କୋକସରା ବ୍ଲକ ୩୬ଟି ଗ୍ରାମର ୧୯୧୦.୬୨ହେକ୍ଟର, ଓ ଧର୍ମଗଡ ବ୍ଲକ ୩୬ଗ୍ରାମର ୧୩୦୫.୮୭ହେକ୍ଟର ଜମିରେ ଜଳସେଚନ ଚୂଡାନ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି।ଜଳସେଚନ ସମୟରେ ଜଳଭଣ୍ଡାର ର ସାଂପ୍ରତିକ ସ୍ଥିତି କୁ ଦେଖି ସ୍ୱଳ୍ପ ମିଆଦି ଧାନ ଚାଷ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡା ଯାଇଛି।ଏଵଂ ଇନ୍ଦ୍ରାବତୀ ବାମ କେନାଲ ଉପଖଣ୍ଡ-୧ ର ସମସ୍ତ ପାଣି ପଞ୍ଚାୟତ କୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଚିଠି କରାଯାଇ ରବି ଋତୁ ରେ ଧାନ ଚାଷ ନ କରିବା ପାଇଁ ଅନୁରୋଧ କରାଯାଇଛି।ଏନେଇ କେନାଲ ପାଣି ଯୋଗେଇ ଦେବା ଦାବିରେ ଆଜି ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଧର୍ମଗଡ ଅଞ୍ଚଳର ଚାଷୀ

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୁଳି ଗୁଳି ରୁ ଟିକେ ଅସ୍ବସ୍ତି !

Sunil Chandra Nayak

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

masiha

ଦକ୍ଷିଣି ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ୍ ଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

Leave a Comment

error: Content is protected !!