ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ “ନିପୁଣ ଓଡ଼ିଶା ମେଳା”

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ “ନିପୁଣ ଓଡ଼ିଶା ମେଳା”

ନବରଙ୍ଗପୁର:(୨୮.୦୩.୨୦୨୫)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଜିଲ୍ଲା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ” ନିପୁଣ ଓଡିଶା ମେଳା” ୨୦୨୪-୨୫ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ପ୍ରଥମ ରୁ ତୃତୀୟ ଶ୍ରେଣୀ ର ପିଲାମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ର ଉନ୍ନତି ପାଇଁ ଉଦ୍ଧିଷ୍ଟ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ସମଗ୍ର ଶିକ୍ଷା, ଡ. ଶୁଭଙ୍କର ମହାପାତ୍ର ଉଦଘାଟନ କରିଥିବା ବେଳେ “ବିଦ୍ୟାଳୟ ରେ ଶିକ୍ଷାଦାନ ସହିତ ଉଚିତ୍ ଶିକ୍ଷଣ ସାମଗ୍ରୀ ର ଚୟନ ହିଁ ପ୍ରକୃତ ଶିକ୍ଷକ ର ପରିଚୟ” ର ବାର୍ତ୍ତା ରଖିଥିଲେ। ବରେଣ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ, ପି.ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ନବରଙ୍ଗପୁର ର ଅଧ୍ୟକ୍ଷ ହିତେଶ ବର୍ମା, ସମସ୍ତ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନବରଙ୍ଗପୁର ର ଅଧ୍ୟକ୍ଷ ଓ ପିରାମଲ ଫାଉଣ୍ଡେସନ ର ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ୧୦ ଗୋଟି ବ୍ଲକରୁ ୧୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଙ୍କ ଦ୍ବାରା ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିବା ସହ, ସମଗ୍ର ଶିକ୍ଷା ତରଫରୁ ୨ ଗୋଟି ଶିକ୍ଷଣ ସାମଗ୍ରୀ ଷ୍ଟଲ ପ୍ରଦର୍ଶନୀ କରାଯାଇଥିଲା l ଏହା ସହିତ ଜିଲ୍ଲା ପ୍ରୟୋଗଶାଳା ର ୩୦ ଜଣ ଶିଶୁ ଙ୍କ ସହ ସେମାନଙ୍କ ପିତାମାତା ଓ ଅଭିଭାବକ ଯୋଗ ଦେଇ ଶିକ୍ଷଣ ସାମଗ୍ରୀ ଷ୍ଟଲ୍ ଗୁଡ଼ିକ ବୁଲି ଦେଖିଥିଲେ। ସମାବର୍ତ୍ତନ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଇଘର ଓ ଚନ୍ଦାହାଣ୍ଡି ବ୍ଲକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହା ସହ ଅନ୍ୟ ସମସ୍ତ ବ୍ଲକ କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ମୁତି ଫଳକ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଶୈକ୍ଷିକ ସଂଯୋଜକ କବିତା ପଣ୍ଡା ସଂଯୋଜନା କରିଥିଲେ। ଏଥିରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋକସରା ବ୍ଲକରେ ମୂଳ ନିବାସୀ ମିଳିତ ମହାସଂଘର ସମ୍ମିଳନୀ

Sunil Chandra Nayak

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

ମେସିନ ଦ୍ୱାରା ଜାଗା ଚିହ୍ନଟ

Sunil Chandra Nayak

Leave a Comment

error: Content is protected !!