ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳ ଆଲୋଚନା ଅବସରରେ ଝରିଗାଁ ବିଧାୟକଙ୍କ ସମର୍ଥନ 

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳ ଆଲୋଚନା ଅବସରରେ ଝରିଗାଁ ବିଧାୟକଙ୍କ ସମର୍ଥନ 

ନବରଙ୍ଗପୁର:(୨୮|୩)(ରବିନାରାୟଣମହାନ୍ତି)ଆଜି , ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳ ଆଲୋଚନା ଅବସରରେ,ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ମହୋଦୟଙ୍କ ଅଧକ୍ଷତା ରେ,ଖାଦ୍ୟ ଖାଉଟି କଲ୍ୟାଣ ବିଭାଗୀୟ ଖର୍ଚ୍ଚ ଦାବି ଉପସ୍ଥାପନା କରିଥିବା ମାନ୍ୟବର ମନ୍ତ୍ରୀ ମହୋଦୟ ୩୫୩୭ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କାର ବଜେଟକୁ ସମର୍ଥନ କଲେ ମାନ୍ୟବର ଝରୀଗାଁ ବିଧାୟକ ନରସିଂ ଭତ୍ରା ।ବିରୋଧୀଙ୍କ ଅନେକ ଖର୍ଚ୍ଚ ନାମଞ୍ଜୁର ନିମନ୍ତେ ତର୍କ ବିତର୍କର ଉତ୍ତର ଦେଇ କହିଥିଲେ କିଏ କିଏ କହିଲେ ଧାନ ମଣ୍ଡି ର ଅବ୍ୟବସ୍ଥା, କିଏ କିଏ କହିଲେ କଟନୀ ଛଟନି, ଆଳୁ ଦର ଆକାଶଛୁଆଁ ଦାମ୍, ଖାଉଟି କାର୍ଡ ର ଅବ୍ୟବସ୍ଥା ହୋଇଛି l ଯୋଗାଣ ବ୍ୟବସ୍ଥା ଏବଂ ବଣ୍ଟନ ବ୍ୟବସ୍ଥାରେ ଏଇ ଚାଷୀ ମାନଙ୍କ ପାଇଁ କଣ ପଦକ୍ଷେପ ସେମାନେ ନେଇଥିଲେ l ସାଧାରଣ ବଣ୍ଟନରେ କେତେ ସ୍ଵଚ୍ଛତା ଅବଲମ୍ବନ କରିଥିଲେ l ଧାନ କିଣା ରେ କି ଭଳି ପରିଚାଳନା କରିଥିଲେ l

ଯଦି ଧାନ କିଣାରେ ସଠିକ ପରିଚାଳନା କରିଥାନ୍ତେ ବିଗତ ଦିନରେ ଅନେକ ଚାଷୀ ଆତ୍ମହତ୍ୟା କରି ନଥାନ୍ତେ l ଅବ୍ୟବସ୍ଥା ଯୋଗୁଁ ଅଯୋଗ୍ୟ ହିତାଧିକାରୀ କାର୍ଡ ହାତେଇ ଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିଲେ ,ଭୂତ କାର୍ଡ ପ୍ରଶ୍ନ ଉଠି ନ ଥାଆନ୍ତା l ଚାଷିମାନଙ୍କ ପ୍ରତି ଆନ୍ତରିକତା ନ ଥିଲା lଚାଷୀମାନଙ୍କ ଜୀବନ ଧାରା ର ପରିବର୍ତ୍ତନ ପାଇଁ ଆମ ସରକାର ମୋହନ ମାଝୀ ର ସରକାର ବିଜେପି ସରକାର ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ସହ ଇନ୍ ପୁଟ ସହାୟକ ୮୦୦ ଟଙ୍କା,ଏପରି ମୋଟ ୩୧୦୦ ଟଙ୍କା ଚାଷିମାନଙ୍କୁ ପ୍ରଦାନ କରାଯାଇଛି l ୨୦୨୩-୨୪ ବର୍ଷ ୧୨୬୬୯ କୋଟି ଟଙ୍କା ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ବାବଦକୁ ପ୍ରଦାନ କରାଯାଇଥିବା ବେଳେ ବିଗତ ବର୍ଷ ଅପେକ୍ଷା ୨୪ ପ୍ରତିଶତ ଅଧିକ ଧାନ କିଣା ଯାଇଥିଲା l ୨୦୨୪-୨୫ ବର୍ଷ ରେ ଚାଷୀ ମାନଙ୍କୁ ୧୬୫୧୩ କୋଟି ଟଙ୍କା ଧାନ କ୍ରୟ ବାବଦକୁ ବଣ୍ଟନ କରାଯାଇଛି, ତେବେ ୩୦ ପ୍ରତିଶତ ଅଧିକ ପ୍ରଦାନ କରାଯାଇଛି l ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ରେସନ୍ କାର୍ଡ ରେ ୧ ଟଙ୍କାରେ ଆମେ ଚାଉଳ ଦେଉଛୁ ବୋଲି କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ନାମ ଉଠାଉ ନ ଥିଲେ l ସେଥିନେଇ ବର୍ତ୍ତମାନ ର ବିରୋଧୀ ଦଳ ବାହାବା ନେଉଥିଲେ lଏହି ସବୁ କାରଣ ଚାଷୀ, ଜନସାଧାରଣ ଜାଣି ପାରିବାରୁ ଆମେ ଏପଟେ ସେମାନେ ସେପଟେ ଅଛନ୍ତି l ଆମ ସରକାର ୩ କୋଟି ୨୬ ଲକ୍ଷ ୭ ହଜାର ରେସନ୍ କାର୍ଡ ଦେଇଛନ୍ତି l ରାଜ୍ୟ ସରକାର ୪ ଲକ୍ଷ ୨୦ ହଜାର ୯୦୭ ଜଣ ଙ୍କୁ କାର୍ଡ ପ୍ରଦାନ କରିଛନ୍ତି l ଏହାକୁ ସ୍ଵଚ୍ଛତା ଆଣିବା ପାଇଁ କେ ୱାଇ ସି କରାଯିବାରୁ ଅନେକ ଭୂତ କାର୍ଡ ବାହାରିଲା, ଅନେକ ଅଯୋଗ୍ୟ ହିତାଧିକାରୀ ବାହାରି ପଡିଲେ lଏହା ଫଳରେ ଅଟୋ ମେଟିକ କଟିଗଲେ l ଆହୁରି ମଧ୍ୟ ଆମ ଅଞ୍ଚଳରୁ ଦାଦନ ଖଟିବାକୁ ବାହାରେ ରହୁଥିବା କୁଲି ମଜୁରିଆ ମାନେ ରେସନ୍ କାର୍ଡ ରୁ ବଞ୍ଚିତ ହୋଇ ଯାଉଥିଲେ l ସେଥିପାଇଁ ଭାରତ ସରକାର “ୱାନ ନେସନ,ୱାନ ରେସନ୍” ଯୋଜନା ଲାଗୁ କରିବାରୁ ଯିଏ ଯେଉଁଠି ରହିଲେ ସେଠାରେ ଚାଉଳ ଓ ସେସନ୍ କାର୍ଡ ର ସୁବିଧା ପାଇଲେ l ସମନ୍ଵିତ ଶିଶୁ ବିକାଶ ଯୋଜନାରେ ଶିଶୁ ମାନଙ୍କର ପୁଷ୍ଟିହୀନତା ଦୂର କରିବା ପାଇଁ ଭିଟାମିନ ଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉଛି l ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ଭିଟାମିନ ଯୁକ୍ତ ଖାଦ୍ୟ ଦିଆ ଯାଉଛି l ଅତ୍ୟାବଶ୍ୟକ ସମାଗ୍ରୀ ଡାଲି, ତେଲ ଓ ବିଭିନ୍ନ ସମାଗ୍ରୀ ବିଗତ ବର୍ଷ ଅପେକ୍ଷା ଏବର୍ଷ ମୁଲ୍ୟ କମ୍ ରହିଛି l ପ୍ରଶାସନିକ ଖର୍ଚ୍ଚ ୯୮ କୋଟି ୨୫ ଲକ୍ଷ ୪୮ ହଜାର ଏବଂ ବିଭିନ୍ନ ଯୋଜନା ର ସଫଳ ରୂପାୟନ ପାଇଁ ୩୪୩୯ କୋଟି ୫୧ ଲକ୍ଷ ୪ ହାଜର ଟଙ୍କାର ଆବଶ୍ୟକ କରୁଅଛୁ ଏହି ଖର୍ଚ୍ଚ ଦାବୀ କୁ ମୁଁ (ଝରିଗାଁ ବିଧାୟକ )ସମର୍ଥନ କରୁଛି l ଆଜି ଏଭଳି ଉତ୍ତର ବିଧାନସଭା ଗୃହରେ ଝରିଗାଁ ବିଧାୟକ ଉପ ବାଚସ୍ପତି ଙ୍କୁ ଅବଗତ କରାଇ ଥିଲେ l

 ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୌଳିକ ଅଧିକାରରୁ ବାରମ୍ବାର ବଞ୍ଚିତ,ପ୍ରଶାସନର ନିଦ ଭାଙ୍ଗୁନି

masiha

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

Sunil Chandra Nayak

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!