ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାନ୍ଦକନା ପ୍ରାଥମିକ ବିଦ୍ୟାଳୟରେ ଵାର୍ଷିକ ଉତ୍ସବ

ନାନ୍ଦକନା ପ୍ରାଥମିକ ବିଦ୍ୟାଳୟରେ ଵାର୍ଷିକ ଉତ୍ସବ

ଲାଞ୍ଜିଗଡ,୨୮/୦୩ (ମନିସ) : ସରକାରୀ ପ୍ରାଥମିକ ବିଦ୍ୟାଳୟ ନାନ୍ଦକନାଠାରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ରୂପେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳ ଦେବ ମୁଣ୍ଡ, ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ, ସମିତି ସଭ୍ୟ ରୁପେନ ଛତ୍ରିଆ, ପିଇଓ ସୁଶାନ୍ତ ମାଝୀ, ଭଟାଙ୍ଗପଦର କ୍ଳଷ୍ଟର ସଂଯୋଜକ ମନୋଜ ସାହୁ, ମୁଖ୍ୟମନ୍ତ୍ରୀ ଜିଲ୍ଲା ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଆଦିତ୍ୟ ପଣ୍ଡା ଓ ବିଦ୍ୟାଳୟ ସଭାପତି ରଘୁନାଥ ମାଝୀ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଅନିଲ୍ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ତରଫରୁ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସହ ଶିକ୍ଷକ ଶଶୀଭୂଷଣ ବାଣୁଆ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ

masiha

ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ରେ ଓଡିଶା ଜୀବିକା ମିଶନ ଇସି ସଂଘ ଜିଲ୍ଲା ସଭାପତିଙ୍କୁ ଅଟକ ! କର୍ମକର୍ତ୍ତାଙ୍କ ନିନ୍ଦା

masiha

କୋଟିଆ ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରଶାସନିକ ଅଧିକାରୀଙ୍କ ସାମୁହିକ ଗସ୍ତ

Sunil Chandra Nayak

Leave a Comment

error: Content is protected !!