ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ସଫଳ , ୨- ବଡ଼କମର ବ୍ରାହ୍ମଣୀ ସେତୁ ଦୁର୍ଦଶା, ୩-ତହସିଲଦାର ଜବତ କଲେ ପାଉଁଶ ବୋଝେଇ ହାଇଭା , ୪- ପ୍ରକାଶ ପାଇଲା ବିଜ୍ଞପ୍ତି ୧୦ କଲେଜରେ ହେବ ଲଢ଼େଇ

କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ସଫଳ

 କାମାକ୍ଷାନଗର- ଜାତୀୟ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ କାମାକ୍ଷାନଗରରେ ସଫଳ ହୋଇଥିବାର ଅନୁଭୂତ ହୋଇଛି l ବିଧାନସଭା ପ୍ରାର୍ଥୀ ବିପ୍ରବର ସାହୁଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ସହରର ହନୁମାନ ବଜାର ଠାରେ ଏକତ୍ରିତ ହୋଇ ଯାନ ବାହାନ ବନ୍ଦ କରିବା ପରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ବନ୍ଦ କରାଇଥିଲେ l ଏହି ବନ୍ଦ ରେ ସମସ୍ତ ଦରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖାଯାଇଥିଲା l ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ କାମାକ୍ଷାନଗର ବନ୍ଦ ପାଳନ ସଫଳ ହୋଇଥିବାର ଅନୁଭୂତ ହୋଇଛି l ଏଥି ପୂର୍ବରୁ ବ୍ଲକର କୋଟଗରା ପଞ୍ଚାୟତ ର ପଣ୍ଡୁଆ ଠାରେ କାମାକ୍ଷାନଗର -ଢେଙ୍କାନାଳ ରାସ୍ତା ଅବରୋଧ କରିବା ସହିତ ପଣ୍ଡୁଆ ବଜାର ବନ୍ଦ ରେ ବିପ୍ରବର ସାହୁ ସାମିଲ ହୋଇଥିଲେ l ଏହି ବନ୍ଦ ରେ ଜିଲ୍ଲା ଉପସଭାପତି ପ୍ରଭୁଦତ୍ତ ଭଟ୍ଟ, ନଗର ସଭାପତି କାମାକ୍ଷା ପ୍ରସାଦ ପଣ୍ଡା, ବରିଷ୍ଠ ସଦସ୍ୟ ଧୁଶାସନ ସାହୁ, ସଂଜୀବ ବେହେରା ପ୍ରମୁଖ ରହିଥିଲେ l 

   ରାଜ୍ୟ କଂଗ୍ରେସ ମହିଳା ମୋର୍ଚା ର ସଂପାଦକ ବନ୍ଦିତା ମହାନ୍ତି ନିଜ ସାମର୍ଥଙ୍କ ସହିତ ସମାନ୍ତରାଳ ଭାବେ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ବନ୍ଦ ପାଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା l ଜାତୀୟ କଂଗ୍ରେସ ର କାମାକ୍ଷାନଗର ଅଞ୍ଚଳରେ ଓଡିଶା ବନ୍ଦ ରେ ଦୁଇ ଗୋଷ୍ଠୀ ହୋଇଥିବାର ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି l

ବଡ଼କମର ବ୍ରାହ୍ମଣୀ ସେତୁ ଦୁର୍ଦଶା

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼କମର ଠାରୁ ଖଡ଼ଗପ୍ରସାଦ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ କୋଟି କୋଟି ଟଙ୍କାର ସେତୁ ଆଜି ଲୋକଙ୍କ କାମରେ ଆସୁନାହିଁ। ବ୍ରାହ୍ମଣୀ ନଦୀ ଉପରେ ୮୧,୫୭,୫୫,୯୬୦ ଟଙ୍କା (ଏକାଅଶୀ କୋଟି ସତାବନ ଲକ୍ଷ ପଞ୍ଚାବନ ହଜାର ନଅ ଶହ ଷାଠିଏ ଟଙ୍କା) ବ୍ୟୟରେ ଆର.ଆଇ.ଡି.ଏଫ ସହାୟତାରେ ପୂର୍ତ୍ତ ବିଭାଗ ଦ୍ୱାରା ବିଶାଳ ସେତୁ ନିର୍ମାଣ କରାଯାଇଛି। ୨୦୧୯ ଡିସେମ୍ବର ୨୫ ତାରିଖରେ ଏହାର ଭୂମିପୂଜନ ହୋଇଥିଲା। ସେତୁ ତିଆରି ହେଲା,ବୋର୍ଡ ଲାଗିଲା,ଉଦଘାଟନ ଫଳକ ବି ଲାଗିଲା,ହେଲେ ସେତୁକୁ ସଂଯୋଗ ରୋଡ୍ ଆଜି ଯାଏଁ ମାଟି ରାସ୍ତା ହୋଇ ପଡ଼ିଛି। ଗାଡ଼ି ଯିବା ବହୁତ କଷ୍ଟ,ବର୍ଷା ହେଲେ ଯିବା ଅସମ୍ଭବ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ସେତୁ ଖୋଲିଲେ ପରଜଙ୍ଗ,କଙ୍କଡାହାଡ଼,ମହାବୀର ରୋଡ୍ ଓ ଆଖପାଖର ହଜାର ଲୋକ ଉପକୃତ ହେବେ। କିନ୍ତୁ ୬ ବର୍ଷ ବିତିଯିବା ପରେ ବି ସେତୁ ଖୋଲି ନାହିଁ। ଏତେ ଟଙ୍କା ଖର୍ଚ୍ଚ ପରେ ବି ଲୋକେ ସୁବିଧା ପାଉନାହାଁନ୍ତି କାହିଁକି? ପ୍ରଶାସନ କେବେ ଆପ୍ରୋଚ ରୋଡ୍ ସାରି ଏହାକୁ ଲୋକାର୍ପଣ କରିବ,ତାହା ଦେଖିବାକୁ ବାକି ରହିଲା।

ତହସିଲଦାର ଜବତ କଲେ ପାଉଁଶ ବୋଝେଇ ହାଇଭା

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଓଭରଲୋଡ ପାଉଁଶ ବୋଝେଇ ହାଇଭା ବିନା କାଗଜପତ୍ର ଓ ବିନା ପ୍ରଦୂଷଣ ପ୍ରମାଣପତ୍ରରେ ଚାଲୁଥିଲା। ଟାଟା ଷ୍ଟିଲରୁ ଗୁଡିଆକାଟେଣୀ ଛକ ଭାୟା ହିନ୍ଦୋଳ ଦେଇ ନୟାଗଡ଼ ଏବଂ ଭାୟା ବଅଁରପାଳ,ତଳମୂଳ,ମହିଧରପୁର ଦେଇ ନୟାଗଡ଼କୁ ଯାଉଥିଲା। ପାଲ ନ ଘୋଡ଼ାଇ ପାଉଁଶ ନେଉଥିବାରୁ ପାଉଁଶ ପବନରେ ଉଡ଼ି ସମଗ୍ର ଅଞ୍ଚଳ ଧୂଳି ଧୂସର ହେଉଥିଲା। ଦୈନିକ ଶହ ଶହ ସଂଖ୍ୟାରେ ଓଭରଲୋଡ ପାଉଁଶ ବୋଝେଇ ହାଇଭା ବିନା କାଗଜ ପତ୍ର ଓ ବିନା ପ୍ରଦୂଷଣ ପ୍ରମାଣ ପତ୍ରରେ ଚାଲୁଥିଲା। ପ୍ରଶାସନ ନିଦା ବିଷ୍ଣୁ ସାଜିଥିଲା। ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି। ଗତ ୪ ଦିନ ହେଲା ତହସିଲଦାର ଦିଲ୍ଲୀପ କୁମାର ସେଠୀ ନିଜେ ଆକ୍ସନ ମୋଡ଼ରେ ରହି ବେଆଇନ ଓଭରଲୋଡ ହାଇଭା ଗାଡ଼ି ଜବତ କରୁଛନ୍ତି।

ପ୍ରକାଶ ପାଇଲା ବିଜ୍ଞପ୍ତି ୧୦ କଲେଜରେ ହେବ ଲଢ଼େଇ

 ଢେଙ୍କାନାଳ – ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ସରଗରମ କଲେଜ କ୍ୟାମ୍ପସ୍ । ବହୁ ଦିନର ପ୍ରତୀକ୍ଷା ପରେ ବୁଧବାର ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଢେଙ୍କାନାଳ ଜିଲ୍ଲାରେ ମୋଟ୍ ୧୦ କଲେଜ ଏଥର କଲେଜ ନିର୍ବାଚନ ହେବ। ଛାତ୍ର ନେତାଙ୍କ ମଧ୍ୟରେ ଭୋଟ୍ ଲଢ଼େଇ ଚାଲିବ। ଆସନ୍ତା ୯ ତାରିଖରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରାର୍ଥୀ ହେବାକୁ ଛକାପଞ୍ଝା ଚାଲିଥିବା ବେଳେ କଲେଜ ଦଖଲ ପାଇଁ ଛାତ୍ର ରାଜନୀତି ସରଗରମ ହୋଇଉଠିଛି। ଢେଙ୍କାନାଳ ଉପଖଣ୍ଡରେ ୪ଟି କଲେଜ ଯଥା (୧).ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟ,(୨).ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, (୩).ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ,(୪).ଯୋରନ୍ଦା ମହିମା ମହାବିଦ୍ୟାଳୟରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି କାମାକ୍ଷାନଗର ଉପଖଣ୍ଡରେ ୫ଟି କଲେଜ ଯଥା (୧).କାମାକ୍ଷାନଗର ଡିଗ୍ରୀ କଲେଜ,(୨).ପଣ୍ଡୁଆ ସ୍ଥିତ ପାରିମାଳ କଲେଜ,(୩).ଭୁବନ ସ୍ଥିତ ବାଜିରାଉତ ମେମୋରିଆଲ ଡିଗ୍ରୀ କଲେଜ,(୪).ପରଜଙ୍ଗ ମହାବିଦ୍ୟାଳୟ ଓ (୫).ଜିରାଳ କଲେଜ ରହିଛି। ହିନ୍ଦୋଳ ଉପଖଣ୍ଡରେ କେବଳ ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟରେ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ସବୁ କଲେଜ ଅଧ୍ୟକ୍ଷଙ୍କ ସହ ପ୍ରଶାସନର ବୈଠକ ଆଇକାର୍ଡ ଯାଞ୍ଚ ହେବ,କ୍ୟାମ୍ପସ୍‌ରେ ମୁତୟନ ହେବେ ପୋଲିସ୍ ୧୬ଟି ପଦବି ପାଇଁ ନିର୍ବାଚନ କରାଯିବ। ୯ ତାରିଖରେ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଜ୍ଞନ ଭରିବାର ସମୟ ରହିଛି। ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଗୁଡ଼ିକର ଯାଞ୍ଚ କରାଯିବ । ସନ୍ଧ୍ୟା ୫ଟାରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ । ଯେଉଁ ପ୍ରାର୍ଥୀ ନାମାଜ୍ଞନ ପ୍ରତ୍ୟାହାର କରିବାକୁ ଚାହିଁବେ ୧୦ ତାରିଖ ଦିନ ଗୋଟାଏ ମଧ୍ୟରେ ପ୍ରତ୍ୟାହାର କରିପାରିବେ । ଅପରାହ୍ଣ ୩ଟା ବେଳକୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ପ୍ରଚାର ଜମିବ । ୧୫ ତାରିଖ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ୨ଟାରୁ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ । ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ ଅତିରି ତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୋଲିସ୍ ପକ୍ଷରୁ ବ୍ୟବସ୍ଥା କରାଯାଉଛି।। ଅଣଛାତ୍ରଙ୍କ ଛାତ୍ରଙ୍କ ପ୍ରବେଶକୁ ରୋକିବାକୁ ଫାଟକରେ ଛାତ୍ରଛାତ୍ରୀ ଆଇକାର୍ଡ ଯାଞ୍ଚ କରି ଛଡ଼ାଯିବ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ଜଣାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ବିଭାଗର ଚରମ ଅବହେଳା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ ମୃତ, ୧ ଗୁରୁତର   

masiha

ନନ୍ଦାହାଣ୍ଡି ବିଡ଼ିଓ ଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଦ୍ୱାରା ଥଇଥାନ ହେଲେ ୨ ଅଵହେଳିତ ଶିଶୁ

ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ମନନ କୁମାର ମିଶ୍ର ଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଙ୍କୁ ଏ ଆଇ ଏଲ୍ ୟୁ ର ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!