ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ଝିଅ ହେଲେ ବି ପାଠରେ ପଢିନି ଡୋରି:ଯୁକ୍ତ +୨ ଶ୍ରେଣୀରେ ହେଲେ ପ୍ରଥମ

ଭିନ୍ନକ୍ଷମ ଝିଅ ହେଲେ ବି ପାଠରେ ପଢିନି ଡୋରି:ଯୁକ୍ତ +୨ ଶ୍ରେଣୀରେ ହେଲେ ପ୍ରଥମ 

କୋଟପାଡ:(୨୧|୫)(ରବି ନାରାୟଣ ମହାନ୍ତି) କୋଟପାଡ ବ୍ଳକ ସଦରମହକୁମା ର ଗାୟତ୍ରୀ ନଗର ନିବାସୀ ସ୍ୱନାମଧନ୍ୟ ଆଇନଜୀବୀ ପିତା- ଶଙ୍କର ପଣ୍ଡାଙ୍କ ଔରଷରୁ ମାତା- ସଂଘମିତ୍ରା ପଣ୍ଡାଙ୍କ ଗର୍ଭରୁ ଜନ୍ମ ନେଇଥିଲେ ପ୍ରଥମ କନ୍ୟାରତ୍ନ ଶ୍ରୁତି ପଣ୍ଡା l ସେ ଜନ୍ମରୁ ସିପି ଭିନ୍ନକ୍ଷମ ହୋଇଥିଲେ ବି ମନକୁ ଦୃଢ଼ କରି ବିଦ୍ୟାଧ୍ୟୟନ କରିବାରେ ମନୋନିବେଶ କରିଥିଲେ l କନ୍ୟାରତ୍ନ ଧୀରେ ଧୀରେ ମାତା ପିତାଙ୍କ କୋଳରେ ବଢି ସେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କୋଟପାଡର ସିଦ୍ଧାର୍ଥ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢିଥିଲେ l ପରେ କୋଟପାଡର କେନ୍ଦୁଗୁଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଦ୍ଵାରା ପରିଚାଳିତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ +୨ ପାଠ ପଢି ଭଗବାନଙ୍କ ଆଶୀର୍ବାଦ ଏବଂ ନିଜସ୍ୱ ଚେଷ୍ଟାରେ ଘରେ ବସି ୟୁ ଟ୍ୟୁବ୍ ଦେଖି ନିଜସ୍ୱ ଶୈଳୀରେ ପାଠ ପଢ଼ି ୭୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ସେ ପୂର୍ଣ୍ଣସଂଖ୍ୟା ୬୦୦ ମାର୍କ ପରୀକ୍ଷା ଦେଇଥିଲେ ହେଁ ୪୧୮ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି lସେ ଭିନ୍ନକ୍ଷମ ହେଲେବି ପାଠ ପଢିବାର ଇଚ୍ଛାଶକ୍ତି ଓ ନିଜସ୍ୱ ପରିଶ୍ରମ, ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହ ଆପଣ ମାନଙ୍କ ଭଲପାଇବା ଏବଂ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସ୍ନେହଶ୍ରଦ୍ଧା ଭଲ ପାଇବା ସହ ଶିକ୍ଷା ଦାନ ତାକୁ ଏହି ସ୍ତରରେ ପହଞ୍ଚାଇଛି l ଯାହାକି ଭିନ୍ନକ୍ଷମ ହେଲେବି ସେ କେଉଁଥିରେ କମ୍ ନୁହନ୍ତି ବୋଲି ଜନସାଧାରଣଙ୍କୁ ଦେଖେଇ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି lଭଗବାନଙ୍କ ଶୁଭଦୃଷ୍ଟି ଏବଂ ସମସ୍ତଙ୍କ ଭଲପାଇବା ଜାରି ରହୁ ଭବିଷ୍ୟତରେ ବି ଭଲ ହେଉ l ଏପରି କୃତକାର୍ଯ୍ୟ ନେଇ ସବୁରି ମହାଲରୁ ଶୁଭେଚ୍ଛା ଓ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ସମସ୍ତ ଶୁଭେଚ୍ଛୁ ବୃନ୍ଦ l

Related posts

ବ୍ଲକ ସ୍ତରୀୟ ସ୍ଥାୟୀ ଦରମା ଦାବିରେ ଜିପିଏଲଏଫ କର୍ମୀଙ୍କ ଧାରଣା

Sunil Chandra Nayak

ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

Leave a Comment

error: Content is protected !!