ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓର ଦ୍ଵିତୀୟ ବାର୍ଷିକ ଉତ୍ସବ ; ଦୈନନ୍ଦିନ ଜୀବନଚର୍ଯ୍ୟାରେ ନୃତ୍ୟ ସାମିଲ ହେବା ଆବଶ୍ୟକ : ମୁଖ୍ୟ ବକ୍ତା

ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓର ଦ୍ଵିତୀୟ ବାର୍ଷିକ ଉତ୍ସବ ; ଦୈନନ୍ଦିନ ଜୀବନଚର୍ଯ୍ୟାରେ ନୃତ୍ୟ ସାମିଲ ହେବା ଆବଶ୍ୟକ : ମୁଖ୍ୟ ବକ୍ତା

ବେଲଗୁଣ୍ଠା,୨୧/୦୫, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ରେବତୀ ନଗର ସ୍ଥିତ ନୃତ୍ୟ ଅନୁଷ୍ଠାନ ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓର ଦ୍ଵିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଆଶିଷ୍ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଶିଷଙ୍କ ପିତା ବଳରାମ ବେହେରା ଏବଂ ମାତା ଶଙ୍କରୀ ବେହେରା ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେ. ନୂଆଁଗଡ଼ ସ୍ଥିତ ଶ୍ରୀ ବୃନ୍ଦାବନଚନ୍ଦ୍ର ଗୌଡୀୟ ମଠର ମଠାଧୀଶ ମହନ୍ତ ଅନନ୍ତ ନାରାୟଣ ଦାସ ଜୀ ଯୋଗ ଦେଇ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ପ୍ରତାପ ଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ଯୋଗ ଦେଇ ନୃତ୍ୟକୁ ନିଜ ସନ୍ତାନ ମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରିବା ପାଇଁ ଉପସ୍ଥିତ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ରୂପେ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡ଼ା, ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,କୋଷାଧ୍ୟକ୍ଷ ବିଭୂପାଦ ଜେନା, ରେଷ୍ପଣ୍ଡ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅ,ବସୁନ୍ଧରା ପବ୍ଲିକ ସ୍କୁଲ୍ ପ୍ରତିଷ୍ଠାତା ଭକ୍ତରାମ୍ ଦାସ,ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସ୍ଵତନ୍ତ୍ର ଅତିଥି ରୂପେ ଶିକ୍ଷକ ସନ୍ତୋଷ କୁମାର ବିଷୋୟୀ,ସୂର୍ଯ୍ୟ ନାରାୟଣ ସାହୁ,ବିଦେଶୀ ନାୟକ,ସୂର୍ଯ୍ୟ ନାରାୟଣ ତ୍ରୀପାଠୀ,ଶିବରାମ ଚୌଧୁରୀ,ଦିବ୍ୟ ରଞ୍ଜନ ଦାସ,ଭାସ୍କର ପାତ୍ର,ପପୁ ବେହେରା,ଆଲୋକ ସାହାଣୀ,କୁଞ୍ଜବିହାରୀ ନାୟକ,ରାମକୃଷ୍ଣ ପାତ୍ର,ଦ୍ଵିତିକୃଷ୍ଣ ସାହୁ,ଜୟ ଜଗନ୍ନାଥ କୋଚିଂ ସେଣ୍ଟର୍ ପ୍ରତିଷ୍ଠାତା ପ୍ରଦୀପ କୁମାର ସ୍ବାଇଁ,ମଡେଲ ଶେରିନ୍ ଜେନିଫର୍,ମାଧବ ସାହୁ,ସୁପ୍ରିୟା କୁମାରୀ ସାହୁ, କରିସ୍ମା ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ଶିଶିର କୁମାର ସ୍ବାଇଁ ଅତିଥି ସ୍ବାଗତ, ଉଦ୍ଦେଶ୍ୟ ଜ୍ଞାପନ,ମଞ୍ଚ ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଏଡିଏସର ମୁଖ୍ୟ ସହଯୋଗୀ ରିଟୁ ସ୍ୱାଇଁ,ଶିବାନନ୍ଦ ସାହୁ,ସାଗର ନାୟକ,ଧରିତ୍ରୀ ପରିଡ଼ା ଏବଂ କୋରିଓଗ୍ରାଫର୍ ଭରତଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ମଞ୍ଚ ଉପସ୍ଥାପକ ଜିତେନ୍ କୁମାର ସାହୁ,ମିଥୁନ ନାୟକ ଏବଂ ସ୍ବସ୍ତି ସୁନ୍ଦର ସିଅଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଅତିଥି ଏବଂ ଅଭିଭାବକ ମାନଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଭଜରାମ ବେହେରା, କାହ୍ନା,ବାଦଲ, ହରି, ରିଟୁ,ପ୍ରବୀଣ,ସୁବ୍ରତ,ସାଗର,ସନ୍ତୋଷ,ଶୁଭମ୍, କୃଷ୍ଣ, ଅନୀଲ,ଅଜିତଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts

ପରିବେଶ ସୁରକ୍ଷା ଆମ ଦାୟୀତ୍ବ: ଢେଙ୍କାନାଳରେ ୭୪ତମ ବନ ମହୋତ୍ସବରେ ବାର୍ତ୍ତା 

ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ – ୨୦୨୫ ପଥ ଉତ୍ସବ ଅନୁଷ୍ଠିତ

masiha

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

Leave a Comment

error: Content is protected !!