ବାଇକ ଦୁର୍ଘଟଣା ଘଟି ଚାଳକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି
ବସ୍ତା,09/04: ବାଲିଆପାଳ ଥାନା ଅନ୍ତର୍ଗତ ମଙ୍ଗଳବାର ମଧ୍ୟାହ୍ନ ସମୟରେ ନାରାୟଣ ହାଇସ୍କୁଲ ନିକଟରେ ବାଇକ ଦୁର୍ଘଟଣା ଘଟି ଚାଳକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଉକ୍ତ ବାଇକ ଚାଳକ ନିଜର ବାଇକ ଯୋଗେ ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ବାଇକ ଚାଳକ ଭାରସାମ୍ୟ ହରାଇ ବାଇକ ରୁ ପଡିଯାଇଥିଲେ l ଫଳରେ ବାଇକ ଚାଳକ ଆହତ ହୋଇ ରାସ୍ତା ପାର୍ଶ୍ଵରେ ଛଟପଟ ହେଉଥିଲେ l ସ୍ଥାନୀୟ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ପଠାଇଥିବା ବେଳେ ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ।