ସାମ୍ବାଦିକ ଙ୍କ ପିତୃ ବିୟୋଗ
କାମାକ୍ଷାନଗର(ମ ସୀ ହା)୦୯/୦୪_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ର ସାମ୍ବାଦିକ ପ୍ରହଲ୍ଲାଦ ମୁଦୁଲି ଙ୍କ ପିତା ପୁରୁଷୋତ୍ତମ ମୁଦୁଲିଙ୍କର ସୋମବାର ସନ୍ଧ୍ୟାରେ ହୃଦରୋଗରେ ପରଲୋକ ହୋଇଯାଇଛି l ସ୍ବର୍ଗତ ମୁଦୁଲି ନୁଆଁ ଆଳତୁମା ସ୍ଥିତ ନିଜ ଘରେ ଥିବାବେଳେ ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ l ପରିବାର ଲୋକେ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ତାଙ୍କୁ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବର ପ୍ରଚାର ହେବା ପରେ ବହୁ ମାନ୍ୟଗଣ୍ୟ ଲୋକ ତାଙ୍କ ଶେଷ ଦର୍ଶନ କରିବାକୁ ବାସଭବନରେ ପହଞ୍ଚି ଥିଲେ l ରାମିୟାଳ ନଦୀତଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି l