ବାଲେଶ୍ଵର,୨୯/୬/୨୩- ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ(୨୦୨୩) ମଧ୍ୟ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପବିତ୍ର ରଜ ପର୍ବ ଉପଲକ୍ଷେ ଆୟୋଜନ କରିଥିଲା ପ୍ରତିଯୋଗିତା । ଯାହାର ପ୍ରସଙ୍ଗ ଥିଲା କ୍ଷୁଦ୍ରଗଳ୍ପ – ” ରଜ ” । ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟର ଜିଲ୍ଲାର କବୟିତ୍ରୀ/ଲେଖିକା ମାନେ ଲେଖିଥିଲେ । ସମସ୍ତଙ୍କ ଗଳ୍ପ ରଚନା ପ୍ରାୟ ଉଚ୍ଚକୋଟୀର ଥିଲା । ସେମାନେ ହେଲେ ସନ୍ଧ୍ୟାରାଣୀ ଦାଶ, ଜଗତସିଂହପୁର, ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା ଓ ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼ । ପ୍ରବନ୍ଧ ଲେଖାକୁ ବାଦ୍ ଦେଇ ଅନ୍ୟ ଲେଖା ଗୁଡିକୁ ବିଚାରକୁ ନିଆଯାଇଥିଲା । ସମସ୍ତେ ପ୍ରାୟ ଚିରାଚରିତ ପ୍ରଥାକୁ ନେଇ ଗଳ୍ପ ରଚନା କରିଥିଲେ । ସେଥିମଧ୍ୟରୁ ଭିନ୍ନତମ ଲେଖାଟିକୁ ରଜ କୁଇନ୍ ସ୍ଥାନ ମିଳିଛି । ଅର୍ଥାତ୍ ଚଳିତ ବର୍ଷ ରଜ କୁଇନ୍ ପ୍ରତିଯୋଗିତାରେ ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ାଙ୍କୁ ମିଳିଛି ରଜ କୁଇନ୍ ସ୍ଥାନ । ଏହି ଫଳାଫଳରେ ମୁଗ୍ଧ ହୋଇ ବାଲେଶ୍ଵର ଜିଲ୍ଲା କୁପାରୀ ବଜାର ସ୍ଥିତ ଚକୋଲେଟ ଟି ଷ୍ଟଲର ପ୍ରୋପାଇଟର ମନୋରଞ୍ଜନ ମାଝୀ ରଜ କୁଇନ୍ ଶ୍ରୀମତୀ ଆନନ୍ଦିନୀ ମିଶ୍ରଙ୍କୁ ଖୁସିରେ ୨୦୦(ଦୁଇଶହ) ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି । ଏବଂ ଶ୍ରୀମତୀ ମିଶ୍ରଙ୍କ ସାହିତ୍ୟ ଜୀବନ ଚଲାପଥ କୁସୁମିତ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବଡ଼ ଖୁସିର କଥା ଚା’ ଦୋକାନରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ । ଏହା ଏମିତି ଏକ ଦୋକାନ ଯେଉଁଠି ଦୈନିକ ସାହିତ୍ୟ ଵନ୍ଧୁ ମାନଙ୍କର ମିଳନ ସହିତ ସାହିତ୍ୟ ଆଲୋଚନା ଓ ପର୍ଯ୍ଯାଲୋଚନ ହୋଇଥାଏ । ସେଠାରେ ମୋ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ମଧ୍ୟ କରି ଥାଆନ୍ତି ସାହିତ୍ୟ ଵନ୍ଧୁ ମାନେ । ରାଜ୍ୟର ବିଭିନ୍ନ ଜିଲ୍ଲାର ସାହିତ୍ୟ ଵନ୍ଧୁ ମାନଙ୍କୁ ନେଇ ବୌଦ୍ଧକ୍ଷେତ୍ର କୁପାରୀରେ ଅନୁଷ୍ଠାନ ପାଳିଥିଲା ତା’ର ପ୍ରଥମ ବାର୍ଷିକ ଉତ୍ସବ । ସେହିଦିନଠାରୁ କୁପାରୀ ମାଟି ମୋ ଅନୁଷ୍ଠାନକୁ ଭଲପାଇବା ଦେଇ ଆସୁଅଛି । ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଅନୁଷ୍ଠାନ ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ।।
next post