ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳଙ୍କ ଦ୍ଵାରା ‘ତମିସ୍ରାର ନୀଳଜହ୍ନ’ ଓ ‘ଶର ଶଯ୍ୟା’ ଉନ୍ମୋଚିତ

ରାଉରକେଲା/ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କର କମଳରେ ଇସ୍ପାତ ସହରର ଜଣାଶୁଣା କବି ତଥା ସୁସଂଗଠକ ଇଂ ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ ‘ତମିସ୍ରାର ନୀଳଜହ୍ନ’ ଓ ଭୁବନେଶ୍ବର ର ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅନୁବାଦ ପୁସ୍ତକ ‘ ଶର ଶଯ୍ୟା ‘କୁ ରାଜଭବନ ଠାରେ ଉନ୍ମୋଚିତ ହୋଇଯାଇଛି। ଏହି ଅନାବରଣ ଉତ୍ସବ ଅବସରରେ ବରିଷ୍ଟ କବି ରକ୍ଷକ ନାୟକ, ପୁସ୍ତକର ପ୍ରକାଶିକା ମନମୟୀ ରଥ, ମହେନ୍ଦ୍ର ନାୟକ ଓ ସାହିତ୍ୟିକା ତଥା କବି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି କବିତା ସଂକଳନ ଓ ଅନୁବାଦ ପୁସ୍ତକ ଦ୍ବୟ ପାଠକ ମହଲରେ ବେଶ୍ ଲୋକପ୍ରିୟତା ହାସଲ କରୁ ବୋଲି ରାଜ୍ୟପାଳ ଶୁଭେଛା ବାର୍ତ୍ତାରେ କହିଥିଲେ। ଏ ସଫଳତାର ଶ୍ରେୟ କବି ଶ୍ରୀ ପଟ୍ଟନାୟକ ପ୍ରଥମେ ତାଙ୍କ ପୁଅ ଅଂଶୁମାନ ପଟ୍ଟନାୟକ, ବନ୍ଧୁ ପରିଜନ, ପରିବାର ବର୍ଗ ତଥା ମାତା ଭାଗ୍ୟଲତା ପଟ୍ଟନାୟକ ଓ ପିତା କୁମୁଦ ଚନ୍ଦ୍ର ପଟ୍ଟନାୟକଙ୍କୁ ଦେଇଛନ୍ତି। ସେହିପରି ଶ୍ରୀମତୀ ପଟ୍ଟନାୟକ ପୁସ୍ତକର ମୂଳ ଗୁଜରାଟୀ ଭାଷାର ଲେଖିକା ହୀନା ମୋଦି ଓ ପ୍ରକାଶକଙ୍କୁ ଶ୍ରେୟ ଦେଇଛନ୍ତି । ସେହିପରି ଶ୍ରୀମତୀ ପଟ୍ଟନାୟକଙ୍କ ଅନ୍ୟଏକ ପୁସ୍ତକ ‘ବିଶ୍ବର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ’ ନନ୍ଦିଘୋଷ ରଥାରୂଢକୁ ଶ୍ରୀଜଗନ୍ନାଥଙ୍କୁ ଛୁଆଁଇ ବାଡଗ୍ରାହୀ ଉନ୍ମୋଚନ କରିଥିଲେ । ରାଉରକେଲା ସହରବାସୀ ତଥା ବିଭିନ୍ନ ସାହିତ୍ୟନୁଷ୍ଠାନ ତରଫରୁ କବି ଇଂ ଅଶୋକ କୁମାର ପଟ୍ଟନାୟକଙ୍କ ସହ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଏହି ସଫଳତାରେ ଅଭିନନ୍ଦନ ଜଣାଇବା ସହ ସାରସତ୍ଵ ଜଗତରେ ନିଜକୁ ଆହୁରି ବିସ୍ତାର ଲାଭ କରାନ୍ତୁ ଏହାହିଁ କାମନା କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସତ୍ୟ ନାରାୟଣ ମହାପାତ୍ର ଓ ଧ୍ୟାନାନନ୍ଦ ପଣ୍ଡା ସିନିଅର ଫେଲୋସିପ ପାଇଁ ମନୋନୀତ

Sunil Chandra Nayak

୩୫ ବର୍ଷରେ ରିଞ୍ଜା ମା’ ଗଜଲକ୍ଷ୍ମୀ ପୂଜା,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Sunil Chandra Nayak

ପ୍ଲାଷ୍ଟିକ ବ୍ୟବହାର କୁ ନେଇ ଯୁବକ ଙ୍କ ଅଭିନବ ସଚେତନତା

masiha

Leave a Comment

error: Content is protected !!