ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳଙ୍କ ଦ୍ଵାରା ‘ତମିସ୍ରାର ନୀଳଜହ୍ନ’ ଓ ‘ଶର ଶଯ୍ୟା’ ଉନ୍ମୋଚିତ

ରାଉରକେଲା/ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କର କମଳରେ ଇସ୍ପାତ ସହରର ଜଣାଶୁଣା କବି ତଥା ସୁସଂଗଠକ ଇଂ ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ ‘ତମିସ୍ରାର ନୀଳଜହ୍ନ’ ଓ ଭୁବନେଶ୍ବର ର ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅନୁବାଦ ପୁସ୍ତକ ‘ ଶର ଶଯ୍ୟା ‘କୁ ରାଜଭବନ ଠାରେ ଉନ୍ମୋଚିତ ହୋଇଯାଇଛି। ଏହି ଅନାବରଣ ଉତ୍ସବ ଅବସରରେ ବରିଷ୍ଟ କବି ରକ୍ଷକ ନାୟକ, ପୁସ୍ତକର ପ୍ରକାଶିକା ମନମୟୀ ରଥ, ମହେନ୍ଦ୍ର ନାୟକ ଓ ସାହିତ୍ୟିକା ତଥା କବି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି କବିତା ସଂକଳନ ଓ ଅନୁବାଦ ପୁସ୍ତକ ଦ୍ବୟ ପାଠକ ମହଲରେ ବେଶ୍ ଲୋକପ୍ରିୟତା ହାସଲ କରୁ ବୋଲି ରାଜ୍ୟପାଳ ଶୁଭେଛା ବାର୍ତ୍ତାରେ କହିଥିଲେ। ଏ ସଫଳତାର ଶ୍ରେୟ କବି ଶ୍ରୀ ପଟ୍ଟନାୟକ ପ୍ରଥମେ ତାଙ୍କ ପୁଅ ଅଂଶୁମାନ ପଟ୍ଟନାୟକ, ବନ୍ଧୁ ପରିଜନ, ପରିବାର ବର୍ଗ ତଥା ମାତା ଭାଗ୍ୟଲତା ପଟ୍ଟନାୟକ ଓ ପିତା କୁମୁଦ ଚନ୍ଦ୍ର ପଟ୍ଟନାୟକଙ୍କୁ ଦେଇଛନ୍ତି। ସେହିପରି ଶ୍ରୀମତୀ ପଟ୍ଟନାୟକ ପୁସ୍ତକର ମୂଳ ଗୁଜରାଟୀ ଭାଷାର ଲେଖିକା ହୀନା ମୋଦି ଓ ପ୍ରକାଶକଙ୍କୁ ଶ୍ରେୟ ଦେଇଛନ୍ତି । ସେହିପରି ଶ୍ରୀମତୀ ପଟ୍ଟନାୟକଙ୍କ ଅନ୍ୟଏକ ପୁସ୍ତକ ‘ବିଶ୍ବର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ’ ନନ୍ଦିଘୋଷ ରଥାରୂଢକୁ ଶ୍ରୀଜଗନ୍ନାଥଙ୍କୁ ଛୁଆଁଇ ବାଡଗ୍ରାହୀ ଉନ୍ମୋଚନ କରିଥିଲେ । ରାଉରକେଲା ସହରବାସୀ ତଥା ବିଭିନ୍ନ ସାହିତ୍ୟନୁଷ୍ଠାନ ତରଫରୁ କବି ଇଂ ଅଶୋକ କୁମାର ପଟ୍ଟନାୟକଙ୍କ ସହ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଏହି ସଫଳତାରେ ଅଭିନନ୍ଦନ ଜଣାଇବା ସହ ସାରସତ୍ଵ ଜଗତରେ ନିଜକୁ ଆହୁରି ବିସ୍ତାର ଲାଭ କରାନ୍ତୁ ଏହାହିଁ କାମନା କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୁଇ ଦଶନ୍ଧିର ପରମ୍ପରାକୁ ନୂଆ ଦିଗ : ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ ଗଠନ, ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ

Sunil Chandra Nayak

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଚହଗାଁଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!